ଓଡ଼ିଶା ସମାଚାର

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ ପରିପ୍ରେକ୍ଷୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଦାବିକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ଉଦ୍ଧେଶ୍ୟରେ ଆୟୋଜିତ ଧାରଣାକୁ ଅନୁମତି ମିଳିଲାନାହିଁ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ ପରିପ୍ରେକ୍ଷୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଦାବିକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ଉଦ୍ଧେଶ୍ୟରେ ଆୟୋଜିତ ଧାରଣାକୁ ଅନୁମତି ମିଳିଲାନାହିଁ

April 13
16:35 2017

ଭୁବନେଶ୍ୱର, ୧୩/୦୪/୨୦୧୭ ( ଓଡ଼ିଶା ସମାଚାର)-ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ବାରମ୍ବାର ଚାଷୀଙ୍କ ଉପôାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ଚାଷୀଙ୍କୁ ପେନ୍ସନ ଓ ସମ୍ମାନ ପାଇଁ ଲଢେଇ ଜାରିରଖିଛି । ଦୀର୍ଘ ୭ବର୍ଷର କ୍ରମାଗତ ବେସାଲିସ୍ ଲଢେଇ ପରେ ଏହାର ପ୍ରଭାବରେ ଓଡ଼ିଶା ବିଧାନସଭାରେ ଧାନ କୁଇନ୍ଟାଲକୁ ୨୯୩୦ ଟଙ୍କା କରିବା ପାଇଁ ଏକ ସର୍ବଦଳୀୟ ସଂକଳ୍ପ ପାରିତ ହୋଇଛି ଓ ଏହା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବାକୁ ସ୍ଥିର ହୋଇଛି । ସୂଚନାଯୋଗ୍ୟ ଯେ ଏଥିରେ ରାଜ୍ୟ ଭା.ଜ.ପା. ଶାଖା ମଧ୍ୟ ଅର୍ନ୍ତଭୁକ୍ତ ।

ଏଭଳି ଏକ ସମୟରେ ଭା.ଜ.ପା.ର ଜାତୀୟ କାର୍ଯ୍ୟକାରିଣୀ ଓଡ଼ିଶାରେ ଆୟୋଜିତ ହେବା ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ ପରିପ୍ରେକ୍ଷୀରେ ଏହାର ସୁଯୋଗ ନେଇ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୧୫ ତାରିଖରେ ନବନିର୍ମାଣ କୃଷକ ସଂଗଠନ ଏକ ଶାନ୍ତିପୂର୍ଣ୍ଣ ଧରଣା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ । ଉଦ୍ଧେଶ୍ୟ ଥିଲା କିଭଳିଭାବେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ସମୟରେ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେବା । ରାଂଚିର ଏକ ଜନସଭାରେ ପ୍ରଧାନମନ୍ତ୍ରୀ ଏକଥା ଦୋହରାଇଥିଲେ, ମାତ୍ର ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଇନ୍ ଶୃଙ୍ଖଳା ପରିସ୍ଥିତି ଆଳରେ ଏହି ଶାନ୍ତିପୂର୍ଣ୍ଣ ଧାରଣାକୁ ଅନୁମତି ଦେଲେ ନାହିଁ । ରାଜନୈତିକ ଦଳ ବିଭିନ୍ନ ସମୟରେ ସେମାନଙ୍କର କାର୍ଯ୍ୟକ୍ରମ କରୁଥିବା ବେଳେ ୭୦ଭାଗ ଚାଷୀଙ୍କର ପେଟପାଟଣା ନେଇ ଧାରଣାକୁ ଅନୁମତି ନ ଦେବାକୁ ନବନିର୍ମାଣ କୃଷକ ସଂଗଠନ   ନିନ୍ଦା କରିଛି । ଏଥିସହ ଓଡ଼ିଶା ବିଧାନସଭାରେ ଧାନ ଦରକୁ ନେଇ ସଂକଳ୍ପ ସହ ବିଜେପି ତାର ନିବାଚନ ଇସ୍ତାହାରରେ ଦେଇଥିବା ସ୍ୱାମୀନାଥନ କମିଟିକୁ ସୁପାରିଶକୁ କାର୍ଯ୍ୟ କରିବାକୁ ଦାବି କରିଛି । ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଏହି ବକ୍ତବ୍ୟ ରଖିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କମିଟି ସଭ୍ୟ ଉମାକାନ୍ତ ଭାରତ, ପ୍ରତିଷ୍ଠାତା ସଦସ୍ୟ ଅଶୋକ କୁମାର ଜେନା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

18 + six =