ଓଡ଼ିଶା ସମାଚାର

ସେଲ୍ର ଘରୋଇ କରଣ ବିରୁଦ୍ଧରେ ମିଳିତ ଶ୍ରମିକ ସଂଘର ବିକ୍ଷୋଭ

ସେଲ୍ର ଘରୋଇ କରଣ ବିରୁଦ୍ଧରେ ମିଳିତ ଶ୍ରମିକ ସଂଘର ବିକ୍ଷୋଭ

April 12
17:25 2017

OS Red Logoରାଉରକେଲା, ୧୨/୦୪/୨୦୧୭ ( ଓଡ଼ିଶା ସମାଚାର)- ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଅଧିନରେ ଥିବା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକ କ୍ଷତିରେ ଚାଲୁଥିବା ଆଳ ଦେଖାଇ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏହିକ୍ରମରେ ବର୍ତମାନ ସାଲେମ ଭଦ୍ରାବତୀ ଏବଂ ଆଲଏଜ୍ ଷ୍ଟିଲ୍ ପ୍ଲାନ୍ଟକୁ ଘରୋଇକରଣ କରିବାର ହୋଇଥିବା ଘୋଷଣାକୁ ବିରୋଧ କରି ସମସ୍ତ ୩ଟି ଯାକ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ନିଜ ଛୁଆ- ପିଲାମାନଙ୍କୁ ଧରି ଦୀର୍ଘଦିନ ହେବ ନିଜନିଜ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଶ୍ରମିକମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ତାହା ସମାଧାନ ପାଇଁ ଯୋଜନା କରିବା ପରିବର୍ତେ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଆରଏସ୍ପିକୁ ମଧ୍ୟ ଘରୋଇକରଣ କରିବା ପାଇଁ ଯୋଜନା ନେଇଛନ୍ତି । ଜେଲ୍ କର୍ତପୃପକ୍ଷଙ୍କ ଏହି ଯୋଜନାକୁ ବିରୋଧ କରି   ଆରଏସ୍ପିରେ କାର୍ଯ୍ୟରତ ତଥା ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ତଥା ବିଏମଏସ କାର୍ଯ୍ୟରତ ତଥା ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ତଥା ବିଏମ୍ଏସ ସମର୍ଥôତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘକୁ ଛାଡିଦେଲେ ସିଆଇଟିୟୁ, ଆରଏସ୍ଏସ୍, ଆରଏମ୍ଏସ, ଏଆଇଟିୟୁସି, ଆରଡବ୍ଲୁୟୁ ସମେତ ବିଭିନ୍ନ ଶ୍ରମିକ ସଂଗଠନ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶ୍ରା ଛକ ଠାରେ ହୋଇଥିବା ଏହି ବିକ୍ଷୋଭରେ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁମହାନ୍ତି, ଆରଏସ୍ଏସ୍ର ପ୍ରଶାନ୍ତ ବେହେରା, ନିହାର ରଞ୍ଜନ ସାମଲ, ନିହାର ଦାସ, ଏଆଇଟିୟୁସିର ପ୍ରଭାତ ମିଶ୍ରଙ୍କ ସମେତ ଅନେକ ନେତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen − fifteen =