ଗୋପବନ୍ଧୁ ପ୍ରେସ କ୍ଲବ ପକ୍ଷରୁ ରୋଟାରୀଆନ ବରିଷ୍ଠ ସମାଜ ସଂସ୍କାରକ  ଡା ନିହାର ରଞ୍ଜନ କର ଙ୍କୁ ସମ୍ବର୍ଦ୍ଧନା

ଯାଜପୁର, ୦୬/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର): ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର   ରୋଟାରୀଆନ୍ ଡାକ୍ତର ଓ ସମାଜ ସେବୀ ନିହାର ରଞ୍ଜନ କର ଙ୍କ ରୋଗୀ ସେବାରେ ମୁଗ୍ଧ ହୋଇ ଜେନାପୁର ଗୋପବନ୍ଧୁ ପ୍ରେସ୍ କ୍ଲବ୍ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଅଛି ।  ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୟରେ ଡାକ୍ତର କରଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଉପଢୌକନ ମାଧ୍ୟମରେ ସମ୍ମାନିତ କରାଯାଇଛି। ସେ ଜଣେ ଡାକ୍ତର ହୋଇ ନିଜ ରେଗୀ ସେବାକୁ ବ୍ରତ ଭଳି ପାଳନ କରୁଥିବା ବେଳେ ଉତ୍ତମ ମେଳାପି ମଣିଷ ଭାବେ ବେଶ ଖ୍ୟାତି ଲାଭ କରିଛନ୍ତି ।  ତାଙ୍କର ଉତ୍ସର୍ଗିକୃତ ରୋଗି ସେବା ଯୋଗାଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସୁନାମ ଅର୍ଜନ କରିଆସିଛନ୍ତି । କୋଭିଡ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଜର କାର୍ୟ୍ୟ ସାରିବା ପରେବି ଗାଁ ଗାଁ ବୁଲି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଲୋକମାନଙ୍କୁ ସଚେତନ କରୁଥିଲେ  । ଗରିବ,ଅସହାୟ,ନିଷ୍ପେସିତ,ଅବହେଳିତ ଦଳିତ ବର୍ଗର ଲୋକଙ୍କୁ ମାଗଣାରେ ଔଷଧ ବ୍ୟବସ୍ଥା କରୁଛନ୍ତି ।  କରୋନା ବେଳେ ଆକ୍ରାନ୍ତରେ ପୀଡିତ ଥିବା ରୋଗୀମାନଙ୍କୁ ଘରେ ଘରେ ପହଞ୍ଚି ସଚେତନ ସହ ସ୍ୱାସ୍ଥ୍ୟ ବାର୍ତ୍ତା ପ୍ରଦାନ କରୁଥିଲେ । ତେଣୁ ତାଙ୍କୁ ଦ୍ୱିତୀୟ ଭଗବାନ୍ କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ସାମିଲ୍ ହୋଇ ଗରିବ ଅସହାୟଙ୍କ ପାଇଁ ଦେବଦୁତ ସାଜିଥିଲେ । କୋରନା ସମୟରେ ନିଜ ଜୀବନ କୁ ଅନେକ ଡାକ୍ତର ରୋଗୀମାନଙ୍କୁ ସ୍ପର୍ଶ କରୁନଥିବା ବେଳେ ସେ ନିଜ ପରିବାରକୁ ପଛରେ ପକାଇ କିପରି ରୋଗୀମାନଙ୍କୁ ସେବା ଠିକ୍ ରେ ପହଞ୍ଚାଇବେ ସଦାସର୍ବଦା ତତ୍ପର ଥିଲେ । ଆଜି କାଲି ନିଜ ଜନ୍ମଦିନ ଓ ବିବାହ ବାର୍ଷିକ ବିଳାସ ପୂର୍ଣ୍ଣ ଢଙ୍ଗରେ ପାଳନ କରୁଥିବା ବେଳେ ସେ ତାଙ୍କର ପୁତ୍ର ଓ ଧର୍ମପତ୍ନୀଙ୍କ ଜନ୍ମଦିନ ପାଳନ କରନ୍ତି ଅନାଥ ଆଶ୍ରମ,ବୃଦ୍ଧାଶ୍ରମରେ ନିଆର ଢଙ୍ଗରେ ପାଳନ କରିଥାନ୍ତି । ଏହା ଆମ ସମାଜକୁ ଏକ ଶିକ୍ଷା ଦେବା ସହ ଦିଗଦର୍ଶନ ଦେଇଥାଏ । ଏପରି ମହତ୍ତ କାର୍ୟ୍ୟ ପାଇଁ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧିତି ହୋଇଛନ୍ତି । ଏଥିରେ ପ୍ରେସ୍ କ୍ଲବ୍ ର ସଭାପତି ଅଶୋକ କୁମାର ଦାସ,ଉପସଭାପତି ବାବୁଲି ରାଉତ,ସଂପାଦକ ଚିତ୍ରସେନ୍ ନାଥ,ସହସଂପାଦକ ବସନ୍ତ ମଲ୍ଲିକ,କୋଷାଧ୍ୟକ୍ଷ ସୁନିଲ୍ ପାଢି,ଉପଦେଷ୍ଟା ପ୍ରଶାନ୍ତ ସାମଲ,ନିଷ୍କାନ୍ତ ଖଟୁଆ,ଅସୀତ ନାୟକ , ଅମର ଭୂୟାଁ, ବିନୟ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *