ଓଡ଼ିଶା ସମାଚାର

ନାଲ୍କୋକୁ ସମ୍ମାନଜନକ ସ୍କୋପ୍ ଏକ୍ସିଲେନ୍ସ ପୁରସ୍କାର

ନାଲ୍କୋକୁ ସମ୍ମାନଜନକ ସ୍କୋପ୍ ଏକ୍ସିଲେନ୍ସ ପୁରସ୍କାର

ନାଲ୍କୋକୁ ସମ୍ମାନଜନକ ସ୍କୋପ୍ ଏକ୍ସିଲେନ୍ସ ପୁରସ୍କାର
April 12
16:08 2017

OS Red Logoଭୁବନେଶ୍ୱର, ୧୨/୦୪/୨୦୧୭ ( ଓଡ଼ିଶା ସମାଚାର)-ନାଲ୍କୋକୁ ସମ୍ମାନଜନକ ସ୍କୋପ୍ ତରଫରୁ ଉକôର୍ଷତା ଏବଂ ଲୋକଉଦ୍ୟୋଗ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଇନ୍ଷ୍ଟିଚୁ୍ୟସନାଲ୍ ବର୍ଗ (ମହାରତ୍ନ ଓ ନବରତ୍ନ ଲୋକଉଦ୍ୟୋଗ) ରେ ପୁରସ୍କୃତ କରାଯାଇଛି । ଏପ୍ରିଲ୍ ୧୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଲୋକଉଦ୍ୟୋଗ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଭାରତର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ, ବୃହତ୍ ଉଦ୍ୟୋଗ ଏବଂ ଲୋକ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ଅନନ୍ତ ଗୀତେ, ବୃହତ୍ ଉଦ୍ୟୋଗ ଏବଂ ଲୋକ ଉଦ୍ୟୋଗ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବାବୁଲ୍ ସୁପ୍ରିଓ, ଡିପାର୍ଟ୍ମେଂଟ ପରାମର୍ଶଦାତା ପଦ୍ମ ଭୂଷଣ ଡଃ ଏମ୍.ବି. ଆଥେୟା, ସେଲ୍ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାଣ୍ଡେ ଏବଂ ପି.ଇ.ଏସ୍.ବି.ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସି. ଫୁନ୍ସୋଗ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଆର୍ଥôକ ବର୍ଷରେ ଉଭୟ ଉପôାଦନ ଓ ବିକ୍ରୟ କ୍ଷେତ୍ରରେ ନାଲ୍କୋ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ୨୦୧୬- ୧୭ ଆର୍ଥôକ ବର୍ଷରେ ବକ୍ସାଇଟ୍ ଉପôାଦନ କ୍ଷେତ୍ରରେ କମ୍ପାନୀ ୭.୬୫ ପ୍ରତିଶତ ଅଭିବୃଦ୍ଧି ହାସଲ କରି ୬୮.୨୫ ଲକ୍ଷ ଟନ୍ ବକ୍ସାଇଟ୍ ଉପôାଦନ କରିଛି, ଯାହା କି କମ୍ପାନୀ ଆରମ୍ଭ ହେବା ଦିନ ଠାରୁ ସର୍ବାଧିକ । ନାଲ୍କୋର ରିଫାଇନେରୀ ମଧ୍ୟ ଉଚ୍ଚ ପ୍ରଦର୍ଶନ ଜାରୀ ରଖି ଚଳିତ ବର୍ଷ ୭.୫୩ ପ୍ରତିଶତ ବୃଦ୍ଧି ସହ ୨୧ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉପôାଦନ କରିଛି । ଅନଗୁଳ ସ୍ଥିତ କମ୍ପାନୀର ସ୍ମେଲ୍ଟର୍ ୪.୦୩ ପ୍ରତିଶତ ଅଭିବୃଦ୍ଧି ସହ ୩.୮୭ ଲକ୍ଷ ଟନ୍ ଧାତୁ ଉପôାଦନ କରିଛି । ସେହିପରି, ବିଦୁ୍ୟତ୍ ଉପôାଦନ କ୍ଷେତ୍ରରେ ୩.୮୫ ପ୍ରତିଶତ ବୃଦ୍ଧି ସହ ନାଲ୍କୋ ୬୦୬୬ ନିୟୁତ ୟୁନିଟ୍ ବିଦୁ୍ୟତ ଉପôାଦନ କରିଛି । ଏଥି ସହିତ, କମ୍ପାନୀ କେମିକାଲ୍ ବିକ୍ରୟ କ୍ଷେତ୍ରରେ ୬.୧୫ ପ୍ରତିଶତ, ଧାତୁ ରପ୍ତାନୀରେ ୬.୩୨ ପ୍ରତିଶତ ଏବଂ ଘରୋଇ ବଜାରରେ ଧାରର ବିକ୍ରୟ କ୍ଷେତ୍ରରେ ୨.୫୨ ପ୍ରତିଶତ ବୃଦ୍ଧି ହାସଲ କରିଛି । ଉଲ୍ଲେଖଯୋଗ୍ୟ ଯେ, ଆ”ର୍ଜାତୀୟ ବଜାରରେ ମାନ୍ଦାବସ୍ଥା ସତ୍ୱେ ଗତ ଦୁଇ ବର୍ଷ ଧରି ନାଲ୍କୋ ଉପôାଦନ କ୍ଷେତ୍ରରେ କ୍ରମାଗତ ସଫଳତା ହାସଲ କରିଆସୁଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seven + 4 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...