ଓଡ଼ିଶା ସମାଚାର

ବୁଦ୍ଧଦେବ ଜଣେ ବ୍ୟକ୍ତି ନଥିଲେ ଅତୁ୍ୟଚ୍ଚ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଥିଲେ-ବାଗଚି

ବୁଦ୍ଧଦେବ ଜଣେ ବ୍ୟକ୍ତି ନଥିଲେ ଅତୁ୍ୟଚ୍ଚ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଥିଲେ-ବାଗଚି

ବୁଦ୍ଧଦେବ ଜଣେ ବ୍ୟକ୍ତି ନଥିଲେ ଅତୁ୍ୟଚ୍ଚ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଥିଲେ-ବାଗଚି
April 12
05:52 2017

ମହାନଦୀ ଅବବାହିକା ବୌଦ୍ଧଧର୍ମକୁ ପ୍ରଭାବିତ କରିଥିଲା-ମନ୍ତ୍ରୀ

OS Red Logoଯାଜପୁର, ୧୨/୦୪/୨୦୧୭ ( ଓଡ଼ିଶା ସମାଚାର/ଅକ୍ଷୟ ରାଉତ) – ପ୍ରସିଦ୍ଧ ମନୋରମ ବୌଦ୍ଧପୀଠ ଉଦୟଗିରି ଠାରେ କଳିଙ୍ଗ, ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ଶିଳ୍ପ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ସେ କହିଲେ, ମହାନଦୀ ଅବବାହିକାରେ ବୌଦ୍ଧଧର୍ମ ବେଶ୍ ବିକାଶ ଓ  ଜାଜୁଲ୍ୟମାନ ଅବସ୍ଥା ଲାଭ କରିଥିଲା । ବୌଦ୍ଧଭିକ୍ଷୁ ମାନେ ନଦୀ ସଭ୍ୟତାକୁ ଆଧାର କରି ବସତୀ ସ୍ଥାପନ ଓ ବୌଦ୍ଧଧର୍ମ ପ୍ରଚାର ପ୍ରସାର କରିଥିଲେ । ଓଡ଼ିଶାରୁ ଅଶୋକଙ୍କ ସମୟରେ ବୌଦ୍ଧଧର୍ମ ପ୍ରସାର ଲାଭ କରିଥିଲା । ସେତେବେଳେ ବୁଦ୍ଧ ଓ ଜଗନ୍ନାଥଙ୍କ ସଂସ୍କୃତିର ସମଅଭ୍ୟୁଧ୍ୟୟ ଘଟିଥିବା ପ୍ରମାଣ ମିଳେ । ବୌଦ୍ଧଧର୍ମ ଭାରତ ବର୍ଷରୁ ଉପôି ଲାଭ କରିଥିଲା ବୋଲି ଯାହା କୁହାଯାଉଛି ତାହା ପ୍ରକୃତରେ ଓଡ଼ିଶାରୁ ହୋଇଥିବା ପ୍ରମାଣିତ ହୋଉଛି । ଏବେ ମାଣିଆ ବନ୍ଧ ଅଳରେ ବୌଦ୍ଧଧର୍ମା ବଲମ୍ବୀମାନେ କୌଳିକ ବୃିକୁ ଆଧାର କରି ଜୀବନ ଯାପନ କରୁଛନ୍ତି । ଉଦୟଗିରି ବୌଦ୍ଧ ସମ୍ମିଳନୀ ଉଦୟଗିରି ବିକାଶ ପାଇଁ ଚାଲିଥିବା ଆନ୍ଦୋଳନକୁ ଯଥାର୍ଥ ସମର୍ଥନ ଯୋଗାଇବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

                                ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ବିଭାଗୀୟ ପ୍ରିନସ୍ପାଲ ସେକ୍ରେଟେରୀ ଆରତୀ ଆହୁଜା ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ସ୍କିଲ ଡ଼େଭଲପମେଅଥରେଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଯୋଗଦେଇ କହିଲେ ବୁଦ୍ଧଦେବ ଜଣେ ବ୍ୟକ୍ତି ନଥିଲେ । ସେ ଥିଲେ ଜଣେ ଅତୁ୍ୟଚ୍ଚ ଆଧ୍ୟାତ୍ମିକ ଚେତନାର ମଣିଷ । ସେ ଅହିଂସା ବିରୋଧରେ କହି ଅତିମାନବୀୟ ଚେତନାର ପ୍ରହରୀ ସାଜିଯାଇଛନ୍ତି ଓ ଅନ୍ୟର କାରଣ ପାଇଁ ଯେଉଁ ଉପାସନା କରିଥିଲେ ସେଥି ଲାଗି ତାଙ୍କୁ ଏ ମାନବ ସମାଜ ଅବତାର ଭାବେ ଗ୍ରହଣ କରିଛି । ଶାନ୍ତି ରହିଲେ ସମାଜର ବିକାଶ ଲାଭ ଘଟିଥାଏ । ଅଶାନ୍ତ ମଣିଷ କେବେ କୁଶଳୀ ମଣିଷ ସୃଷ୍ଟି କରିପାରିବ ନାହିଁ ବୋଲି ମତଦେଇଥିଲେ । ଅନ୍ୟତମ  ଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ ସ୍ୱାଗତ ଭାଷଣ ଦେଇ କହିଲେ, ପୃଥିବୀରେ ସାମାଜିକ ବ୍ୟବସ୍ଥା ବଦଳି ବଦଳି ଚାଲିଛି । ଶାନ୍ତି ଅହିଂସାର ବିଲୋପ ଘଟୁଛି । ଭାଇଚାରା ଲୋପ ପାଇଛି । ଉଦୟଗିରି ଏପରି ଏକ ଅଦ୍ୱିତୀୟ ପୀଠ ଯେଉଠୁଁ ବୃଦ୍ଧଙ୍କର ବାଣୀ ନିନାଜିତ ହୋଇଥିଲା । ସେହି ମାଟିରୁ ପୁଣିଥରେ ଶାନ୍ତି ଅହିଂସାର ବାଣୀ ବିଶ୍ୱକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଏଠାରେ ଆନ୍ତର୍ଜାତିକ ସମ୍ମିଳନୀର ପ୍ରୟାସ କରିଛନ୍ତିି । ଏଠାକାର ପ୍ରାକୃତିକ ବିଭବ ଓ ଦୃଶ୍ୟ ଅନନ୍ୟ । ମାତ୍ର ବୌଦ୍ଧବିହାର ଓ କୀିର୍ରାଜି ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତ୍ୱ ବିଭାଗ ତାଙ୍କ କାମରେ ଖିଲାପ କରି ଅନ୍ୟାୟ କରୁଛନ୍ତି । ଆମକୁ ଉଦୟଗିରିର ଆବଶ୍ୟକତାକୁ ସ୍ୱୀକାର କରିବାକୁ ପଡ଼ିବ  । ଏଠାକାର ସୂରକ୍ଷା, ସଂରକ୍ଷଣ, ସଂଗ୍ରାହଳ ନିର୍ମାଣ ଓ ପୋଲିସ୍ ଫାଣ୍ଡି ପ୍ରତିଷ୍ଟା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଉଦୟଗିରି ବୁଦ୍ଧ ମହୋସôବ ସମିତି ଅବାହକ ବରିଷ୍ଟ ସାମ୍ବାଦିକ ମହେଶ୍ୱଳ ବଳଙ୍କ ଦ୍ୱାରା ପ୍ରସ୍ତୁତ ଉଦୟଗିରି ଉପରେ ଆଧାରିତ ଏକ ୮ ପାଖିଆ ସୂଚନା ପୁସ୍ତିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଉଦୟଗିରି ଯୁଗଶ୍ରଷ୍ଟା ଶୋଭନ୍ୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ନୃତ୍ୟ ସଂଗୀତ ପରିବେଶଣ କରିଥିଲା ବେଳେ ପର୍ଟ୍ୟଟନ ବିଭାଗ ନିଦେର୍ଶକ ନୀତିନ ଜାୱଲେ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ । ଉସôବରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, କେନ୍ଦ୍ରାଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି, ବିଭାଗୀୟ ଉପନିଦେର୍ଶକ ଉପôଳ ପତି, ଦକ୍ଷିଣ ଏସିଅ ନୌବାଣିଜ୍ୟ ଓ ଉକôଳୀୟ ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ଡ଼ଃ.ସୁନିଲ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ବୈଦ୍ଧଗୟା ବିଶ୍ୱ ବିଦ୍ୟାଳୟ, ମିୟାମାର, ବିଏତନାମ, ବାଙ୍ଗଲାଦେଶ, କାମ୍ବୋଡ଼ିଆ, ଲାଓସ, ମଙ୍ଗୁଲିଆ, ତିବତ୍ ଓ ଇଣ୍ଡୋନେସିଆ ପ୍ରବୃି ରାଷ୍ଟ୍ରରୁ ୬୫ ଜଣ ବୌଦ୍ଧ ସନ୍ୟାସୀଙ୍କ ସମେତ ୨ ଶହରୁ ଅଧିକ ଗବେଷକ, ଦିଦ୍ୱାନ ଓ ଟୁର ଅପରେଟର ଯୋଗଦେଇଛନ୍ତି । ଅପରାହ୍ନରେ ଟେକିନିକାଲ ସେସନ ଅନୁଷ୍ଠିତ ହୋଇଥିଲା । କେତେ ଜଣ ବୌଦ୍ଧ ସନ୍ୟାସୀ ଉଦୟଗିରି ବୌଦ୍ଧ ବିହାରକୁ ଯାଇ ଅପରାହ୍ନରେ ଧ୍ୟାନୀ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମାଣିଆ ବନ୍ଧ, ବୌଦ୍ଧ ସଂଘ ପକ୍ଷରୁ ମାଣିଆବନ୍ଧ ଶାଢୀର ନିର୍ମାଣ ଓ ବିକ୍ରି ପ୍ରଦର୍ଶନୀ, ଦକ୍ଷିଣ ଏସିଅ ନୌବାଣିଜ୍ୟ ଓ ଉକôଳୀୟ ଗବେଷଣା ପ୍ରତିଷ୍ଠାନ ଓ ଉଦୟଗିରି ବୁଦ୍ଧ ମହୋସôବ ସମିତି ପକ୍ଷରୁ ପ୍ରଦର୍ଶନୀମାନ କରାଯାଇଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × five =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...