ଓଡ଼ିଶା ସମାଚାର

ଜାତୀୟ ପଶୁଧନ ମିଶନରେ ୨୦୧୭-୧୮ ପାଇଁ ବାର୍ଷିକ କାର୍ଯ୍ୟଯୋଜନା ଜୀବିକା ନିର୍ବାହ ମିଶନ ସହ ସଂଯୋଜିତ କାର୍ଯ୍ୟ- ଯୋଜନା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଜାତୀୟ ପଶୁଧନ ମିଶନରେ ୨୦୧୭-୧୮ ପାଇଁ ବାର୍ଷିକ କାର୍ଯ୍ୟଯୋଜନା ଜୀବିକା ନିର୍ବାହ ମିଶନ ସହ ସଂଯୋଜିତ କାର୍ଯ୍ୟ- ଯୋଜନା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଜାତୀୟ ପଶୁଧନ ମିଶନରେ ୨୦୧୭-୧୮ ପାଇଁ ବାର୍ଷିକ କାର୍ଯ୍ୟଯୋଜନା ଜୀବିକା ନିର୍ବାହ ମିଶନ ସହ ସଂଯୋଜିତ କାର୍ଯ୍ୟ- ଯୋଜନା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
April 11
13:08 2017

OS Red Logoଭୁବନେଶ୍ୱର,୧୧/୦୪/୨୦୧୭ (ଓଡ଼ିଶା ସମାଚାର)-ଜାତୀୟ ପଶୁଧନ ମିଶନରେ ୨୦୧୭-୧୮ ଆର୍ଥିକ ବର୍ଷ ନିମନ୍ତେ ବାର୍ଷିକ ଚିଠା କାର୍ଯ୍ୟଯୋଜନାକୁ ମୁଖ୍ୟଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତା ସଂପନ୍ନ କମିଟିରେ ଅନୁମୋଦନ କରାଯାଇଛି  । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ମସô୍ୟ ଚାଷ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବାର୍ଷିକ କାର୍ଯ୍ୟଯୋଜନା ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ  । ୨୦୧୭- ୧୮ ଆର୍ଥିକ ବର୍ଷ ନିମନ୍ତେ ପ୍ରାୟ ୨୫୩୩ ଲକ୍ଷ ଟଙ୍କାର ପ୍ରସ୍ତାବିତ କାର୍ଯ୍ୟ ଯୋଜନାକୁ ନିତୀଗତ ଅନୁମୋଦନ କରି ଜୀବିକା ନିର୍ବାହ ମିଶନ ସହ ସଂଯୋଜିତ ଭାବେ କାର୍ଯ୍ୟ- ଯୋଜନା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗଙ୍କୁ ନିର୍ଦେଶ ଦେଇଥିଲେ  । ପଶୁପାଳନ ଜୀବିକା ନିର୍ବାହର ଏକ ଲାଭଦାୟୀ ପନ୍ଥା ହୋଇଥିବାରୁ ଜାତୀୟ ପଶୁ ସଂପଦ ମିଶନର କାର୍ଯ୍ୟକ୍ରମକୁ ଏଥିରେ ଅଧିକ ଫଳପ୍ରସୁ ଭାବେ ସଂଯୋଜିତ କରାଯାଇ ପାରିବ ବୋଲି ବୈଠକରେ ଉପସ୍ଥିତ ପଂଚାୟତିରାଜ ବିଭାଗ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ କହିଥିଲେ  । ୨୦୧୭-୧୮ ଆର୍ଥିକ ବର୍ଷରେ ମୁଖ୍ୟତଃ ପଶୁମାନଙ୍କର ଉପôାଦକିୟତା ଅବିବୃଦ୍ଧି, ଉଚ୍ଚ ଗୁଣାତ୍ମକମାନର ଛୁଆ ଓ ଚିଆଁ ଆଦି ଉପôାଦନ ନିମନ୍ତେ ଆଧୂନିକ ଜ୍ଞାନକୌଶଳର ପ୍ରୟୋଗ,ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପଶୁ-ବୀମା, ପଶୁ- ଖାଦ୍ୟ ଉପôାଦନ ବୃଦ୍ଧି ଏବଂ ପଶୁପାଳନ- ଦକ୍ଷତା ଅବିବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା  । ବିଭାଗୀୟ ସଚିବ ଶ୍ରୀ ସେଠୀ ଏ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଓ ରାଜ୍ୟର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ  । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ବର୍ଷ ପ୍ରାୟ ୧୭୦୦୦ ବି.ପି.ଏଲ୍. ପରିବାରଙ୍କୁ କୁକୁଡା ଚାଷ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ  । ଜଣେ କ୍ଷୁଦ୍ର କୁକୁଡା ଚାଷୀ ନିଜ ଘରବାଡିରେ ଏହି ଚାଷ କରିପାରିବେ  । ସେଥିପାଇଁ ତାଙ୍କୁ ୪୫ଟି ୧ ମାସିଆ ଚିଆଁ କିଣିବା ନିମନ୍ତେ ୨୨୫୦ ଟଙ୍କା ଏବଂ ସେମାନଙ୍କ ପାଇଁ ଘରଟିଏ କରିବା ନିମନ୍ତେ ୧୫୦୦ ଟଙ୍କା ଏହିପରି ୩୭୫୦ ଟଙ୍କାର ସହାୟତା ଦିଆଯିବ  । ସେହିପରି ଛେଳି, ମେର୍ଦା, ଗାଇ, ମଇଁଷି ଆଦି ପ୍ରାୟ ୧ ଲକ୍ଷ ପଶୁଙ୍କୁ ବୀମାଭୁକ୍ତ କରାଯିବ  । ବୀମା ପ୍ରିମିୟମର ପ୍ରାୟ ୭୦ରୁ ୮୦ ଭାଗ ସରକାର ପୈଠ କରିବେ ଏବଂ ୩୦ରୁ ୨୦ ଭାଗ ବି.ପି.ଏଲ୍. ପରିବାର ଭୁକ୍ତ ଚାଷୀ ପୈଠ କରିବେ  । ଦ୍ରାରିଦ୍ର୍ୟ ସୀମାରେଖା ଉପରେ ଥିବା ପରିବାର ମାନଙ୍କ ପାଇଁ ବୀମା ଅଂଶଧନ ୪୦ରୁ ୫୦ ଭାଗ ହେବ  । ପଶୁ ମାନଙ୍କ ନିମନ୍ତେ ଉଚମ ମାନର ସବୁଜ ଖାଦ୍ୟ ଉପôାଦନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଗୁରୁତ୍ୱ ଆରୋପ କରିଥିଲେ  । ଚାଷୀମାନଙ୍କ ମାଧ୍ୟମରେ ଏହି ଉପôାଦନ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା  । ୧ ହେକ୍ଟର ଜମିରେ ସବୁଜ ପଶୁ-ଖାଦ୍ୟ ଉପôାଦନ କରୁଥିବା ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ଦିଆଯିବା ନିମନ୍ତେ ସ୍ଥିର ହୋଇଥିଲା  । ପଶୁ ସଂପଦ ମିଶନର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଗୌତମ ଦେ ଜଣାଇଥିଲେ ଯେ ଅତି କମ୍ ରେ ଜଣେ ଚାଷୀ ଅଧ ଏକର ଜମିରେ ସବୁଜ-ଖାଦ୍ୟ ଉପôାଦନ କଲେ ଆନୁପାତିକ ଭାବେ ଆର୍ଥିକ ସହାୟତା ପାଇବେ  । ଚଳିତ ବର୍ଷ କୃଷକ ମାନଙ୍କର ବୈଷୟିକ ଜ୍ଞାନକୌଶଳ ବଢ଼ାଇବା ପାଇଁ ବ୍ଲକ୍ ସ୍ତରରେ ପଶୁ- ସଂପଦ ମେଳା ଆୟୋଜନ ସହ ପଶୁ- ଚାଷୀ ମାନଙ୍କୁ ୩ ଦିନିଆ ତାଲିମ ଦେବା ପାଇଁ ବୈଠକରେ ନିଷ୍ପତି କରାଯାଇଥିଲା  । ଚଳିତ ବର୍ଷ ମଧ୍ୟରେ ପ୍ରାୟ ୨୩୦ଟି ବ୍ୟାଚ୍ ରେ ପ୍ରାୟ ୭୦୦୦ ଆଗୁଆ ପଶୁ-ଚାଷୀ ମାନଙ୍କୁ ଏହି ତାଲିମ୍ ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି ପଶୁ ସଂପଦ ମିଶନ ଦାୟିତ୍ୱରେ ଥିବା ଅନ୍ୟତମ ଅଧିକାରୀ ଡାକ୍ତର ଲିଙ୍ଗରାଜ ସାହୁ ଜଣାଇଥିଲେ  । କୃଷି ଓ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପଂଚାୟତି ରାଜ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ପଶୁ ସଂପଦ ନିର୍ଦ୍ଧେଶକ ଶ୍ରୀ ପ୍ରତାପ ଚନ୍ଦ୍ର ଦାସଙ୍କ ସମେତ ସଂପୃକ୍ତ ବିଭାଗ ଏବଂ ଓମ୍ଫେଡ୍ର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

 

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × one =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...