” ସଚେତନତା ହିଁ ରୋକିବ ଏଡସ୍ ସଂକ୍ରମଣ “

ଭୁବନ ୦୨/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ଯୁବ ରେଡକ୍ରସ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ସୃଷ୍ଟି ଓ ସମାଜ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । କେବଳ ସଚେତନତା ଜରିଆରେ ସମାଜ ରୁ ଏଡସ୍ ରୋଗକୁ ଦୂରେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଯୁବ ରେଡକ୍ରସ କାଉନସେଲର ଅଧ୍ୟାପିକା ନମିତା ଦ୍ବିବେଦୀ ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସ୍କାଉଟ ଗାଇଡ ର ରୋଭର ରେଞ୍ଜର ଅଧ୍ୟାପିକା ସୁପ୍ତିମୟୀ ସେନ, ମଞ୍ଜୁଷା ମଞ୍ଜରୀ ମିଶ୍ର, ପ୍ରଣତୀ ବେହେରା , ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର,ସୁଧାଂଶୁ ଶେଖର ଓଝା ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ,ଅଧ୍ୟାପିକା,ବରିଷ୍ଠ କିରାଣୀ,କର୍ମଚାରୀ ଙ୍କ ସହ ଯୁକ୍ତ ଦୁଇ ଛାତ୍ରୀ ମାନେ ପ୍ଲାକାର୍ଡ ଧରି କଲେଜ ରୁ ବାହାରି ସହର ପରିକ୍ରମା କରି ନିରାକରଣ ବାର୍ତ୍ତା ପ୍ରଚାର କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ଜନ ସାଧାରଣ ଙ୍କୁ ସଚେତନ କରିଥିଲେ । ଯୁବ ରେଡକ୍ରସ ଅଧିକାରୀ ନମିତା ଦ୍ବିବେଦୀ ସମ୍ପୂର୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *