ଜଗତସିଂହପୁର ଜ଼ିଲ୍ଲା ସ୍ତରୀୟ ବିଶ୍ୱ ବିଶ୍ୱ ଏଡ଼ସ ଦିବସ ପାଳନ

ଜଗତସିଂହପୁର ୦୧/୧୨/୨୦୨୩ (ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର  ସଭାଗୃହଠାରେ ବିଶ୍ୱ ଏଡ଼ସ ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ପ୍ରଥମେ ଏକ ରାଲିର ଆୟୋଜନ କରାଯାଇଥିଲା । ଉକ୍ତ ରାଲିରେ ଜ଼ିଲ୍ଲା ସ୍ତରରୁ ଏ.ଡି. ଏମ. ମେଡିକାଲ ଡାକ୍ତର ଅଜୟ ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ଓ ମହିମା ଓ ନାୟରାଣୀ ନର୍ସିଂ ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ରାଲି ପରେ ଏକ ସଭାର ଆୟୋଜନ କରାଯାଇଥିଲା ଜ଼ିଲ୍ଲା ସଭା ଗୃହରେ  । ଜ଼ିଲ୍ଲା  ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସଭାରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଅଭିଭାଷଣରେ ଏ ବର୍ଷର ବାର୍ତ୍ତା: “ଗୋଷ୍ଟି ସମୂହକୁ ନେତୃତ୍ୱ ଦେବା  ” ଉଦ୍ଧେଶ୍ୟ ବିଷୟରେ ଅବଗତ କରାଇବା ସହ ଏଚ. ଆଇ. ଭି ସଂକ୍ରମିତଙ୍କ ନିମନ୍ତେ ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ସମାଜର କଣ କର୍ତ୍ତବ୍ୟ ରହିବଓ ଉଚିତ ସେ ବିଷୟରେ ଅବଗତ କରାଇବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ସମସ୍ତେ ଶପଥ ନେବା ଉଚିତ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଏହି ସଂକ୍ରମଣ ଶରୀରରୁ ନିର୍ଗତ ତରଳ ପଦାର୍ଥ ଯଥା ଅସୁରକ୍ଷିତ ଯୌନ ସମ୍ପର୍କ, ଅଶୌଧିତ ରକ୍ତ ଓ ରକ୍ତ ଜାତ ଦ୍ରବ୍ୟ,ସଂକ୍ରମିତ ସିରିଞ୍ଜ ଓ ଛୁଞ୍ଚି ଦ୍ୱାରା ହୋଇଥାଏ । ଛୁଇଁଲେ କି ଏକାଠି ଖାଇଲେ, ହାତ ମିଳେଇଲେ ଏହି ସଂକ୍ରମଣ ହୋଇ ନଥାଏ ଅଭିଭାଷଣ ରଖିଥିଲେ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଏହାର ବିଭିନ୍ନ ସାମାଜିକ ସମସ୍ୟା ଓ ପ୍ରତିରୋଧ ସହ ବର୍ତ୍ତମାନ ଆମେ  କେତେ ସଫଳତା ଲାଭ କରିପରିଛେ ସେ ବିଷୟରେ ଆମ ଜ଼ିଲ୍ଲାରେ ଥିବା ସମନ୍ୱିତ ପରାମର୍ଶ କେନ୍ଦ୍ରରେ ଥିବା ସେବା ଓ ଏହାର ଉପଯୋଗ ବିଷୟରେ ଅବଗତ କରାଇଥିଲେ । ବିପିନ ବିହାରୀ ପାତ୍ର ଏକ ପ୍ରେଜେନଟେସନ ଦ୍ୱାରା ଏହି ସଂକ୍ରମଣ କେମିତି ହୁଏ ଓ ଚିକିତ୍ସା ବ୍ୟବସ୍ଥା କଣ ଅଛି ସରକାରଙ୍କ ତରଫରୁ ଏଚ.ଆଇ.ଭି .ପଜିଟିଭି ଥିବା ବ୍ୟକ୍ତି ମାନଙ୍କ ପାଇଁ ଥିବା ଯୋଜନା ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ । ରାଷ୍ଟ୍ରର ଏକ ସଚେତନ ନାଗରିକ ଭାବେ ଆମର କର୍ତ୍ତବ୍ୟ ନିଜେ ଜାଣିବା ସହ ଅନ୍ୟମାନଙ୍କୁ ଜଣେଇବା । ନିଶାସକ୍ତ ଲୋକମାନେ ଗୋଟେ ସିରିଞ୍ଜ ଓ ଛୁଞ୍ଚି ବ୍ୟବହାର କରନ୍ତି ସେମାନେ ସଚେତନ ହେବା ଉଚିତ ଓ ଯେଉଁମାନେ ବାହାରକୁ କର୍ମକରିବାକୁ ଯାନ୍ତି ଦୁରକୁ ସେମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଥାନ୍ତି । ଉକ୍ତ ସଭାରେ ରାଜ୍ୟ ସଂଯୋଜକ ଗୋପାଳ ମିଶ୍ର,  ଭାଇସ ପ୍ରେସିଡେଣ୍ଟ ସିନିଅର ସିଟୀଜେନ ପ୍ରେମାନନ୍ଦ ପଢ଼ିଆରୀ,  ପ୍ରଦୀପ୍ତ କୁମାର ପଟ୍ଟନାୟକ ଏବଂ ରଶ୍ମିରଞ୍ଜନ ମହାନ୍ତି, ରେଡକ୍ରସ ଅଫିସର  ତ୍ରିଲୋଚନ ସାହୁ , ନେହେରୁ ଯୁବକ ସଂଘ ସଂଗ୍ରାମ ସାହୁ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ଜ଼ିଲ୍ଲା ସ୍ତରରୁ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ  ଅଧିକାରୀ ସଚଳା ମହାନ୍ତି,  ସମସ୍ତ କର୍ମଚାରୀ, ଜ଼ିଲ୍ଲା କାଉନସେଲର ବିଜୟଲକ୍ଷ୍ମୀ ସାମଲ, ଏରସମା ,ବାଲିକୁଦା ଓ କୁଜଙ୍ଗର କାଉନସିଲର ମାନେ, ଆହାନା  କର୍ମକର୍ତ୍ତା ଯୋଗ ଦେଇଥିଲେ । ଏମ.ଡି. ୱାକର  ଅଲ୍ଲୀ ସଭା ପରିଚାଳନା କରିଥିଲେ  ଏବଂ ଭି.ବି.ଡି. କନସଲଟାଣ୍ଟ ଅସିତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *