ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୨୯/୧୧/୨୦୨୩ (ଓଡ଼ିଶା ସମାଚାର)-ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହାର କୁ କମାଇବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଡିସେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ୟ୍ୟନ୍ତ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯିବ। ଏଥି ନିମନ୍ତେ ଆଜି ଜିଲ୍ଲା ସ୍ତରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ଙ୍କ ଅଧ୍ୟକ୍ଷତାରେ , ଆଭାସୀ ମାଧ୍ୟମ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ କହିଲେ ଯେ, ଜଗତସିଂହପୁର ଜିଲ୍ଲାର ଅନେକ ଦୁର୍ଘଟଣା ପ୍ରବଣ ସ୍ଥାନ ରହିଛି। ସେହି ସବୁ ସ୍ଥାନ ରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହି ଅସୁବିଧା କୁ ରୋକାଯାଇପାରିବ।ଏହାପରେ ଶ୍ରୀ ରାଉତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କାର୍ୟ୍ୟ ସୂଚୀ ଅନୁଯାୟୀ ଆଲୋଚନା କରିବାକୁ କହିଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରି ରାଜ୍ୟ ପରିବହନ ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏସ୍ ଓ ପି ର ପ୍ରତିଟି ବିଷୟ ଉପରେ ରେ ବିଷଦ ଆଲୋଚନା କରିଥିଲେ।ସଡକ ଦୁର୍ଘଟଣା ରୋକିବାରେ ସହଯୋଗ କରିବା ପାଇଁ ସାତଟି ବିଭାଗ ର ଗୁରୁଦାୟିତ୍ବ ରହିଛି। ପ୍ରଥମେ ସେ ପରିବହନ ବିଭାଗ କୁ ଦୁର୍ଘଟଣା ର ମୁଖ୍ୟ କାରଣ ରୁପେ ଦ୍ରୁତ ଗାଡ଼ିଚାଳନା, ବିନା ହେଲମେଟ ରେ ଯାତ୍ରା, ଚାରି ଚକିଆ ଯାନ ଚଳାଇବା ସମୟରେ ସିଟ ବେଲ୍ଟ ନ ବାନ୍ଧିବା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କରିବା,ନିଶାସକ୍ତ ଅବସ୍ଥା ରେ ଗାଡି ଚାଳନା, ପ୍ରତିଯୋଗିତା ମୂଳକ ଗାଡି ଚାଳନା, ୧୮ ବର୍ଷ ରୁ କମ୍ ବୟସର ପିଲା ମାନଙ୍କ ଦ୍ଵାରା ଗାଡି ଚାଳନା , ବେଆଇନ ପାର୍କିଂ, ଭୁଲ ଜାଗାରେ ଦୀର୍ଘ ସମୟ ଧରି ପାର୍କିଂ ଆଦି ଉପରେ ରୋକ୍ ଲଗାଇବାକୁ କହିଥିଲେ। ପୋଲିସ ବିଭାଗ ସହ ଯୋଗାଯୋଗ କରି ଦୁର୍ଘଟଣା ବ୍ଲାକ୍ ସ୍ପଟ ଚିହ୍ନଟ ଓ ଏହାର ନିରାକରଣ ଉପରେ କାର୍ୟ୍ୟ କରିବାକୁ କହିଥିଲେ। ସେହିପରି ପୋଲିସ ବିଭାଗ ସନ୍ଧ୍ୟା ୭ ଟା ପର୍ୟ୍ୟନ୍ତ ଚେକିଂ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ।ଜିଲ୍ଲା ରେ ଥିବା ବ୍ଳାକ ସ୍ପଟ ଅଞ୍ଚଳ ଯେପରିକି କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗଡ଼ିଆ, ମଙ୍ଗରାଜ ପୁର, ସିଦ୍ଧ ଭୂମି ପରି ଅଞ୍ଚଳରେ ସିଗନାଲ୍, ସାଇନ ବୋର୍ଡ ଓ ରମ୍ବଲର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ସମସ୍ତ ଥାନା ଅଧିକାରୀ ମାନଙ୍କୁ ଥାନା ଗୁଡିକରେ ଏ ନେଇ ସଚେତନତା ଜାରି କରିବା ଓ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି କୁ ଘଟଣା ସ୍ଥଳରେ ହିଁ ସଚେତନ କରାଇବା ପାଇଁ କୁହାଯାଇଥିଲା। ପୋଲିସ ପକ୍ଷରୁ ଆମ୍ବୁଲାନ୍ସ, ଟ୍ରମା କେୟାର ତଥା ଫାଷ୍ଟ ରେସପଣ୍ଡର ସହ ଯୋଗାଯୋଗ ରଖିବା ପାଇଁ କୁହାଯାଇଥିଲା।କୌଣସି ଜାଗାରେ ଦୀର୍ଘ ସମୟ ଧରି ଚାଳକ ବିହୀନ ଗାଡି କୁ ତୁରନ୍ତ ହଟାଇବା ସହ ନିଶାସକ୍ତ ଅବସ୍ଥା ରେ ଗାଡି ଚଳାଉଥିବା ବ୍ୟକ୍ତି ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଆଲୋଚନା ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ରେ ସ୍ୱାସ୍ଥ୍ୟ ବିଭାଗ ର ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଆର୍ ଟି ଓ କହିଲେ ଯେ, ସ୍ୱାସ୍ଥ୍ୟ ବିଭାଗ ଦୁର୍ଘଟଣା ପ୍ରବଣ ଅଂଚଳରେ ଆମ୍ବୁଲାନ୍ସ ର ଉପସ୍ଥିତି, ଜି ପି ଏସ୍ ସୁବିଧା ସହ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବା ସହ ଦୁର୍ଘଟଣା ର ୪୮ ଘଣ୍ଟା ମଧ୍ୟରେ ମାଗଣାରେ ଟ୍ରମା କେୟାର ଯୋଗାଇଦେବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ଏହାସହ ସମସ୍ତ ଗ୍ରୁପ କୁ ସଚେତନ କରିବା ଉଚିତ଼।ଅନ୍ୟ ପକ୍ଷରେ ରାସ୍ତା ନିର୍ମାଣ କ୍ଷେତ୍ରରେ ଜାତୀୟ ରାଜପଥ ପ୍ରାଧିକରଣ କୁ ରାସ୍ତା ଗୁଡିକର ନିର୍ମାଣ ଓ ମରାମତି, ରାସ୍ତା ପାର୍ଶ୍ବବର୍ତ୍ତୀ ବୃକ୍ଷ ର ଡାଳ ଛେଦନ, ନିର୍ମାଣ କାର୍ୟ୍ୟ ଚାଲୁଥିବା ଜାଗା ଏବଂ ଦରକାରି ଜାଗା ଗୁଡିକରେ ରେଟ୍ରୋରିଫ୍ଲେକଟିଭ ଲଗାଇବା,ଦୃଷ୍ଟି ଆକର୍ଷଣ କରୁଥିବା ବିଜ୍ଞାପନ ଗୁଡିକୁ ହଟାଇବା ପାଇଁ କହିଥିଲେ। ସେହିପରି ଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା ,ସାଇକ୍ଲୋଥନ,ମାରାଥନ ଆଦିର ଆୟୋଜନ ,ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା, ପ୍ରାର୍ଥନା ସଭାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଧାରଣା ଦେବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଗୃହ ଓ ସହର ବିକାଶ ବିଭାଗ କୁ ରାସ୍ତା କଡରେ ବୁଲା କୁକୁର ଓ ଗୋରୁଗାଈ ମାନଙ୍କୁ ହଟାଇବା, ବେଆଇନ ପାର୍କିଂ ଓ ଅଧିଗ୍ରହଣ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ ଏସ୍ ଆର୍ ଟି ସି କୁ ଡ୍ରାଇଭର ମାନଙ୍କର ସେନ୍ସିଟାଇଜେସନ କରିବାକୁ କୁହାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ କହିଲେ ଯେ, ବର୍ତ୍ତମାନ ପିକନିକ ର ସମୟ, ତେଣୁ ଡ୍ରିଂକ୍ ଆଣ୍ଡ ଡ୍ରାଇଭ ବିରୁଦ୍ଧ ରେ କାର୍ୟ୍ୟାନୁଷ୍ଠାନ ବ୍ୟବସ୍ଥା କୁ କଡାକଡି କରିବାକୁ ପଡିବ। ସମସ୍ତ ବିଡିଓ ଓ ତହସିଲ ଦାର ମାନଙ୍କୁ ସେମାନଙ୍କ ବ୍ଲକ ରେ ସ୍ଵୟଂ ସହାୟକ ଗୋଷ୍ଠୀ, ତଥା ସମସ୍ତ ଜନସାଧାରଣ ଙ୍କୁ ଏ ନେଇ ସଚେତନ କରାଇବା ନିମନ୍ତେ ବ୍ଲକ ସ୍ତରରେ ବୈଠକ ଆୟୋଜନ କରିବା ପାଇଁ ଶ୍ରୀ ରାଉତ କହିଥିଲେ।ଏହି ଆଭାସୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ସମସ୍ତ ବ୍ଲକ ର ବି ଡି ଓ, ଦୁଇ ପୌର ପରିଷଦ ର ନିର୍ବାହୀ ଅଧିକାରୀ, ବିଭିନ୍ନ ଥାନାର ଅଧିକାରୀ, ବସ୍ ଟ୍ରକ୍ ସଂଘ ର କର୍ମକର୍ତ୍ତା,ଏନ୍ ଜି ଓ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *