ବାସୁଦେବଙ୍କ ପୂଜା ଉଦଯାପିତ

କେନ୍ଦ୍ରାପଡ଼ା,୨୯/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଗ୍ରାମର ବାସୁଦେବ ପୂଜା କମିଟି ଆନୁକୂଲ୍ୟରେ ସପ୍ତାହବ୍ୟାପି ବାସୁଦେବଙ୍କ ପୂଜା ଉଦଯାପିତ ହୋଇଯାଇଛି । ପ୍ରତ୍ୟେକ ଦିନ ବାସୁଦେବଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଂଟନ କରାଯାଇଥିଲା । କମିଟି ସଭାପତି ଅକ୍ଷୟ ଦାସ, ସମ୍ପାଦକ ସରୋଜକାନ୍ତ ସାହୁ, କୋଷାଧ୍ୟକ୍ଷ ଦେବେନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖଙ୍କ ପରିଚାଳନାରେ ଏବଂ କମିଟିର ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ପୂର୍ବତନ ବିଦାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମାଜସେବୀ ଇଂ ମୂରଲୀଧର ସେଠୀ, ସମାଜସେବୀ ଶୁଭଙ୍କର ନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ସରପଂଚ କଳ୍ପନା ମହାନ୍ତି, ଗାୟତ୍ରୀ ମହାନ୍ତି, ଅଭିମନୁ୍ୟ ଗୋଛାୟତ, ଲୋହିତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବା ସହ ପୂଜ୍ୟପୂଜାର ପରମ୍ପରା ଅନୁଯାୟୀ ୪ଜଣ ବରିଷ୍ଠଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *