ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ

କଟକ,୨୯/୧୧/୨୦୨୩ (ଓଡ଼ିଶା ସମାଚାର)- କଟକ ଗୋପାଳପୁର ଶ୍ରୀ ଗୁରୁଭାଗବତ ଟୁଙ୍ଗୀ ପ୍ରାଙ୍ଗଣରେ ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଗୋପାଳପୁର ଗ୍ରାମ ର ପ୍ରବେଶ ପଥରେ ଗ୍ରାମର ମହନ୍ତ, ଅଧିକାରୀ, କର୍ପୋରେଟର ଓ ଅନ୍ୟ ମୁଖିଆ ବ୍ୟକ୍ତିଙ୍କ ଦ୍ୱାରା ଗୁରୁଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଗ୍ରାମକୁ ପାଛୋଟି ନିଆଯାଇଥିଲା ଓ ପରେ ପରେ ଟୁଙ୍ଗୀ ତରଫ ରୁ ଶ୍ରୀ ବଟକୃଷ୍ଣ ରାୟ, ଦୀପ୍ତି ରାୟ ଓ ମୁକ୍ତି ରାୟ ଙ୍କର ଗୁରୁଜୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ କରାଯାଇଥିଲା । ଟୁଙ୍ଗୀ ରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ, ଶ୍ରୀ ମହାଦେବ ଙ୍କୁ ଗୁରୁଜୀ ପୂଜାର୍ଚନା କରିଥିଲେ । ଅତି ସରଳ ଓ ର ଆତ୍ମିକ ପରିବେଷରେ ଟୁଙ୍ଗୀ ର ମହିଳା ସଦସ୍ୟା ମାନଙ୍କ ଦ୍ୱାରା ପୂଜ୍ୟ ଗୁରୁଜୀଙ୍କର ଚରଣ ସେବା, ମାଲ୍ୟାର୍ପଣ, ବସ୍ତ୍ର ଦା. ନୈବେଦ୍ୟ ଅର୍ପଣ ଓ ଶ୍ରୀ ଗୁରୁଭାଗବତ ଗାୟନ କରାଯାଇଥିଲା । ଶ୍ରୀଗୁରୁଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶରେ ଟୁଙ୍ଗୀ ର ଅଗଣା ଭାବ ଭକ୍ତି, ଉଲ୍ଲାସ ଭରା ହୋଇଯାଇଥିଲା । ଟୁଙ୍ଗୀ ର ସଦସ୍ୟା ଶ୍ରୀମତୀ ଦୀପିକା ମିଶ୍ର ଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଓ ଶ୍ରୀ ଗୁରୁଦେବଙ୍କ ଉଦେଶ୍ୟରେ ନୃତ୍ୟ ମାଧ୍ୟମରେ ଗୁରୁ ପୂଜନ ଅତି ଭାବଛ୍ଵାସ ରେ ଅର୍ପଣ କରାଯାଇଥିଲା । ପୂଜ୍ୟ ଗୁରୁଜୀ ଙ୍କ ଦିବ୍ୟ ସ୍ପର୍ଶ ରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ କାର୍ୟ୍ୟକ୍ରମ ସମ୍ପାଦିତ ହୋଇଥିଲା ବେଳେ ପୂଜ୍ୟ ଗୁରୁଜୀ ଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶ ରେ ଅଭିନବ ଶ୍ରୀ ଗୁରୁଭାଗବତ କେକ୍ ବଣ୍ଟନ କରିଥିଲେ ସମସ୍ତଙ୍କର ପ୍ରିୟ ଗୁରୁଜୀ । ଏକ ସହଜ ସ୍ଥିତିରେ ରହି ସମସ୍ତଙ୍କୁ କେବଳ କରୁଣା ବର୍ଷା କରୁଥିଲେ ଗୁରୁଜୀ । ଟୁଙ୍ଗୀ ତରଫରୁ ନିୟମିତ ପ୍ରକାଶ ପାଉଥିବା ଶ୍ରୀ ଗୁରୁଭାଗବତ-ଏକ ଦିବ୍ୟ ଚେତନା,(ପତ୍ରିକା)ର ଶୁଭ ଉନ୍ମୋଚିତ ହୋଇଥିଲା ପୂଜ୍ୟ ଗୁରୁଜୀଙ୍କ ଦିବ୍ୟ କର କମଳରେ । ଟୁଙ୍ଗୀ ତରଫ ରୁ ପ୍ରତି ଗୁରୁବାର ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରିତ ହେଉଥିବା ଶ୍ରୀ ଗୁରୁଭାଗବତ ପଠନ ଓ ବ୍ୟାଖ୍ୟାର ଅଂଶଗ୍ରହଣକାରୀ ମାନଙ୍କୁ ପୂଜ୍ୟ ଗୁରୁଜୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଡିଶା ଭିତରୁ ଓ ବାହାରୁ ଆସିଥିବା ଅତିଥି ମାନଙ୍କୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ହର୍ଷ ଉଲ୍ଲାସ ର ସହିତ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା । ବହୁତ ଜାଗାରୁ ଗୁରୁଜୀ ଓ ଗୁରୁଭାଗବତ ପ୍ରେମୀ ମାନଙ୍କର ଏକ ବନ୍ଧୁ ମିଳନ ହୋଇଥିଲା ଟୁଙ୍ଗୀ ର ପଵିତ୍ର ଅଗଣାରେ । ସାଇ ସେବକ ଶ୍ରୀ ଶୁଭାନ୍ବେଷ ରଥ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *