ତିର୍ତ୍ତୋଲ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଜଗତସିଂହପୁର, ୨୯/୧୧/୨୦୨୩ (ଓଡ଼ିଶା ସମାଚାର)- ଗତକାଲି ତିର୍ତ୍ତୋଲ ବ୍ଳକର ମଣୀଚରଣ ଶାରଳା ଏକାଡ଼େମୀ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୁଲ୍ୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୪୫୨ ଜଣ ବ୍ୟକ୍ତି ପଞ୍ଜୀକରଣ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଶ୍ରୀ କ୍ଷେତ୍ରବାସୀ ଦାଶ ଙ୍କ ତତ୍ତ୍ଵାବଧାନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ର ବରିଷ୍ଠ ଏବଂ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ସେମାନଙ୍କ ର ବିଭିନ୍ନ ପରୀକ୍ଷା କରାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅସ୍ଥି ଶଲ୍ୟ ବର୍ଗ ରେ ୧୭୮ ଜଣ, ଚକ୍ଷୁ ବର୍ଗରେ ୪୭ ଜଣ,କର୍ଣ୍ଣ, ନାସା ଓ ଗଳାରେ ୨୬ ଜଣ ,ମାନସିକ ଅନଗ୍ରସର ବର୍ଗ ରେ ୬୯ ଜଣ, ରକ୍ତ ହୀନତା ବର୍ଗ ରେ ୨ ଜଣ,ଶିଶୁ ବର୍ଗ ରେ ୩ ଜଣ , ଏହିପରି ମୋଟ ୩୨୫ ଜଣ ଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିଲା। କର୍ଣ୍ଣ ବର୍ଗର ୧୬ ଜଣ ଭିନ୍ନକ୍ଷମ ଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିବା ବେଳେ ୧୧୬ ଜଣଙ୍କୁ କଟକ ମେଡିକାଲ କୁ ପଠା ଯାଇଥିଲା। ୧୫ ଜଣଙ୍କୁ ବିଭିନ୍ନ କାରଣ ଯୋଗୁଁ ନାକଚ କରାଯାଇଥିଲା। ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପରିଷଦ ର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ସୁଜାତା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବେହେରା ,ଉପାଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ରାଣୀ ମହାନ୍ତି, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ତପନ କୁମାର ସେନାପତି, ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟଜିତ ସ୍ୱାଇଁ, ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭ୍ରଜ୍ୟୋତି ମହାନ୍ତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କାଜଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜୁନିଅର ଆସିସ୍ଟାଣ୍ଟ ଆଲୋକ କୁମାର ରାଉତ ଓ ପ୍ରୋଗ୍ରାମ ଆସିସ୍ଟାଣ୍ଟ ଅରବିନ୍ଦ ଦାସ କାର୍ୟ୍ୟ ରେ ସହାୟତା କରିଥିଲେ।ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶିବିର ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ବ୍ଲକ ରେ ଅନୁଷ୍ଠିତ ହେବ। ଆଜି ଏହି ଶିବିର କୁଜଙ୍ଗ ବ୍ଲକ ଓ ପାରାଦୀପ୍ ମୁନିସିପାଲିଟି ନିମନ୍ତେ ବନ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଅଛି।

Leave a Reply

Your email address will not be published. Required fields are marked *