ଓଡ଼ିଶା ସମାଚାର

ରୋଲର ଉପରକୁ ବୋମ ମାଡ଼ କରି ଦୁର୍ବୃତ ଫେରାର – ଦାଦା ବଟି କୁ କେନ୍ଦ୍ର କରି ବୋମା ମାଡ଼ ଆଶଙ୍କା

ରୋଲର ଉପରକୁ ବୋମ ମାଡ଼ କରି ଦୁର୍ବୃତ ଫେରାର – ଦାଦା ବଟି କୁ କେନ୍ଦ୍ର କରି ବୋମା ମାଡ଼ ଆଶଙ୍କା

ରୋଲର ଉପରକୁ ବୋମ ମାଡ଼ କରି ଦୁର୍ବୃତ ଫେରାର – ଦାଦା ବଟି କୁ କେନ୍ଦ୍ର କରି ବୋମା ମାଡ଼ ଆଶଙ୍କା
April 06
18:00 2017

Red 2 Line Logoପାଟକୁରା, ୦୬/୦୪/୨୦୧୭ ( ଓଡ଼ିଶା ସମାଚାର)- ହରିଦାସପୁର ନିକଟରେ ଚିତ୍ରୋପôଳା ନଦୀବନ୍ଧର ସମ୍ପ୍ରସାରଣ କରାଯାଉଥିବାବେଳେ  ଆଜି ପୂର୍ବାହ୍ନରେ ବାଇକ୍ ଯୋଗେ ୩ ଜଣ ଯୁବକ ସେଠାରେ ପହଂଚି କାର୍ଯ୍ୟରେ ଲାଗିଥିବା  ରୋଲର ଉପରକୁ କ୍ରମାଗତ ଭାବରେ ୨ ଟି ବୋମା ଫିଙ୍ଗି ଫେରାର ହୋଇ ଯାଇଛନ୍ତିି । ଏହି ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ସାଧାରଣରେ ଭୟ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ ଚିତ୍ରୋପôଳା ନଦୀବନ୍ଧର ଦକ୍ଷିଣ ପାଶ୍ୱର୍ ହରିଦାସପୁର ଗ୍ରାମର କ୍ଷେତ୍ରପାଳ ଠାକୁରାଣୀ ନିକଟରେ ଗତ ବର୍ଷ ବଡ଼ ଧରଣର ନଦୀ ଅତଡ଼ା ଧସିପଡ଼ିଥିଲା । ଏହି କାର୍ଯ୍ୟକୁ ତୁରନ୍ତ କରାଯିବା ପାଇଁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପରିଦର୍ଶନ ଓ ନିର୍ଦ୍ଧେଶ ପରେ ପାଟକୁରା ଜଳସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । Patakura Bomb 1

ଏହି ସ୍ଥାନକୁ ସୁରକ୍ଷା ଦେବା ପାଇଁ ପାଂଚ ଗୋଟି ବୁରୁଜ ନିର୍ମାଣ କରାଯିବା ପରେ  ନଦିବନ୍ଧ ପାଶ୍ୱର୍ରେ ପଥର ପ୍ୟାକିଙ୍ଗ ନିର୍ମାଣ କରାଯାଉଥିଲା । ମାତ୍ର ପଥର ପ୍ୟାକିଙ୍ଗ କାର୍ଯ୍ୟର ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ପୁନର୍ବାର ନଦୀ ବନ୍ଧର ପଥର ପ୍ୟାକିଙ୍ଗ ଧସି ଯାଇଥିଲା । ଫଳରେ ନଦୀ ବନ୍ଧର ଅପର ପାଶ୍ୱର୍ରେ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ରହିଥିଲା । ମାତ୍ର ଗତ ୨ ସପ୍ତାହ ହେବ ସମ୍ପୃକ୍ତ ଠିକାଦାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରି ମାଟି ପକାଉଥିଲେ ।  ନଦୀବନ୍ଧ ପାଶ୍ୱର୍ରେ ପକାଯାଉଥିବା ମାଟିକୁ ସମତୁଲ କରିବା ପାଇଁ ରୋଲର ବ୍ୟବହାର କରାଯାଇ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ପାଟକୁରା ପାଶ୍ୱର୍ରୁ ଏକ ବାଇକ୍ ଯୋଗେ ୩ ଜଣ ଯୁବକ ସେଠାରେ ପହଂଚି ରୋଲର ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲେ । ଏଥିରେ ଭୟଭିତ ହୋଇ ରୋଲର ଡ଼୍ରାଇଭର ରାସ୍ତା ଉପରକୁ ଡ଼େଇଁ ପଡ଼ିଥିଲା । ରୋଲରକୁ ଲକ୍ଷକରି ଦୁର୍ବୃତ ଆଉ ଗୋଟିଏ ବୋମା ଫିଙ୍ଗିଥିଲେ । ବୋମା ମାଡ଼ କରିବା ପରେ ଦୁର୍ବୃତମାନେ ନୂଆପଡ଼ା ଆଡ଼କୁ ଦୃ୍ତ ବେଗରେ ପଳାଇ ଯାଇଥିଲେ । ବୋମା ମାଡ଼ ଦ୍ୱାରା ରୋଲରର ବାମ ପାଶ୍ୱର୍ କାଚ ଭାଙ୍ଗି ଯାଇଥିବାବେଳେ ରୋଲର ସୁପରଭାଇଜର ହରିହର ଜେନା ରୋଲର ନିକଟରେ ଥିବାରୁ ବିଷ୍ଫୋରିତ ବୋମାର ସ୍ୱଳ୍ପ ଅଂଶ ତାଙ୍କ ପେଟରେ ପଡ଼ିଥିଲା  । ସେ ପାଟକୁରା ମେଡ଼ିକାଲ ରେ ଚିକିତ୍ସିତ ହୋଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଟକୁରା ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲିକ୍ ଓ ତଦନ୍ତକାରୀ ଅଧିକାରୀ ବିରେନ୍ ମିତ୍ର ଦାସ  ଘଟଣା ସ୍ଥଳରେ ପହଂଚି ତଦନ୍ତ  ଆରମ୍ଭ କରିଛନ୍ତି  । ଖବର ପାଇ ଜଳସମ୍ପଦ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ଓଡ଼ିଶା ସମାଚାର

Patakura Bomb 2

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × 2 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...