ଓଡ଼ିଶା ସମାଚାର

ଇଲେଭେନ୍ କେବି ବିଦୁ୍ୟତ୍ ତାର ଛିଣ୍ଡି ୩ ଜଣଙ୍କର ମୃତ୍ୟୁ

 Current News

ଇଲେଭେନ୍ କେବି ବିଦୁ୍ୟତ୍ ତାର ଛିଣ୍ଡି ୩ ଜଣଙ୍କର ମୃତ୍ୟୁ

ଇଲେଭେନ୍ କେବି ବିଦୁ୍ୟତ୍ ତାର ଛିଣ୍ଡି ୩ ଜଣଙ୍କର ମୃତ୍ୟୁ
April 05
22:03 2017

Red 2 Line Logoହରିଚନ୍ଦନପୁର, ୦୫/୦୪/୨୦୧୭ ( ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା-ଯାଜପୁର ଜିଲ୍ଲା ସିମାନ୍ତ ଟମକା ଥାନାଠାରୁ ମାତ୍ର କିଛି ଦୂରତାରେ ଏକ ଅଭାବନିୟ ଘଟଣା ବୁଧବାର ସନ୍ଧ୍ୟାରେ ଘଟି ଯାଇଛି । ଟିଉସନ ସରିବା ପରେ ଛାତ୍ର ଛତ୍ରୀ ମାନଙ୍କୁ ନେବାପାଇଁ ମା ପ୍ରତିମା ମଂଜରି ବେହେରା ଝୀଅ ସିମା ବେହେରାଙ୍କୁ ଛାଡିବାକୁ ନେଉଥିବା ବେଳେ ଘରୁକିଛି ବାଟ ଯିବାପରେ ହଠାତ୍ ବିଦୁ୍ୟତ୍ ତାର ତାଙ୍କ ଉପରେ ଛିଣ୍ଡି ପଡିବାରୁ ଘଟଣା ସ୍ଥଳରେ ମା ଏବଂ ଝୀଅଙ୍କର ମୃତ୍ୟୁ ହୋଇଥିବା ବେଳେ ସାଙ୍ଗରେ ଥିବା ପପୁର ମଧ୍ୟ ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ଚିକିସôା କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏପରି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରୁ ଶହଶହ ଲୋକ ଦୈତାରୀ-ଚଣ୍ଡିଖୋଲ ରାସ୍ତା ଟିକୁ ଅବରୋଧ କରି ରଖିଛନ୍ତି । ଟମକା ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ବୁଝିନଥିବା ବେଳେ ଖବର ପାଇ ଯାଜପୁର ଏସପି ପଂହଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × three =