ବୋଇତ ବନ୍ଦାଣ ଉତ୍ସବରେ ସାଂସ୍କୃତିକ କାର୍ୟ୍ୟକ୍ରମ

ଖୋର୍ଦ୍ଧା, ୨୭/୧୧/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୁଆଗଡ଼ ପଞ୍ଚାୟତ ହରିପୁର ଗ୍ରାମ ବାବା ବିଶ୍ଵନାଥ ଦେଵଙ୍କ ପିଠ ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଏକ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ମହିଳା ବରିଷ୍ଠ ଉପସଭାପତି ଶ୍ରୀମତୀ ବାସନ୍ତୀ ମହାପାତ୍ର ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ବିଜେଡି ମହିଳା ଉପସଭାନେତ୍ରି ଗୀତାଞ୍ଜଳି ପାଟଶାଣି ମୁଖ୍ୟ ବକ୍ତା, ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ ପ୍ରଧାନ ଓ କଳାକାର କୁନ୍ତଳା ମଙ୍ଗରାଜ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ହାଇସ୍କୁଲ ରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଟପର ହୋଇଥିବା ଓ ଭୁବନେଶ୍ବର ରୁ ଆସିଥିବା ସାର୍ଥକ ଟିଭି ର କଳାକାର ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥିଗଣ। ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ ଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ବାସନ୍ତୀ ମହାପାତ୍ରଙ୍କ ଦ୍ବାରା ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । କାର୍ୟ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମ ପରିଚାଳନା କରୁଥିବା ସାଂସ୍କୃତିକ ସଂଗଠନ ଓ ନୁଆଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶ ମୁଳକ କାର୍ୟ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟ ଅତିଥି। ମଂଚ ପରିଚାଳନା କରିଥିଲେ ଶିକ୍ଷାବିତ୍ ପ୍ରଶାନ୍ତ ପାଟଶାଣୀ। ଧନ୍ୟବାଦ ଦେଇଥିଲେ ମୁଖ୍ୟ ପରିଚାଳକ ରବିନ୍ଦ୍ର କୁମାର ମାର୍ଥା।

Leave a Reply

Your email address will not be published. Required fields are marked *