କାଗଜ ଡଙ୍ଗା ଆଣି ଦେଇଛି ରୋଜଗାର

ନିମାପଡା, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)- କାଗଜ ଡଙ୍ଗା ଦେଇଛି ରୋଜଗାର । ଏଭଳି ସ୍ଥିତି ଦେଖିବାକୁ ମିଳିଛି ନିମାପଡା ବ୍ଲକ ଅଧୀନ ସାଇଁଶ ପଂଚାୟତ ଅନ୍ତର୍ଗତ ତୋରିହଁବନ୍ଧ ଗ୍ରାମରେ । ଗ୍ରାମର ମହିଳାମାନେ ଫୁରସତ ସମୟରେ କାଗଜ ଡ଼ଙ୍ଗା ତିଆରି କରି କିଭଳି ଆତ୍ମନିର୍ଭରଶିଳ ହୋଇ ପାରିଛନ୍ତି । ଗ୍ରାମର ୧0 ଜଣ ମହିଳା ଆତ୍ମନିର୍ଭରଶୀଳ ହେବା ଉଦେଶ୍ୟରେ ଆଜକୁ ୧0 ବର୍ଷ ତଳେ ଗଠନ କରିଥିଲେ ‘ଗୋପବନ୍ଧୁ ସ୍ୱୟଂ ସହାୟକ ଗୋଷ୍ଠୀ ‘ ।  ଉକ୍ତ ଗୋଷ୍ଠୀର ମହିଳା ସଦସ୍ୟମାନେ ଆଜି ରଙ୍ଗ ବେରଙ୍ଗର କାଗଜ ଡ଼ଙ୍ଗା ତିଆରିକରି ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ପାରିବାରିକ ଜଞ୍ଜାଳରୁ ସମୟ ବାହାରକରି ସେମାନେ ଏଭଳି କାର୍ଯ୍ୟକରି ଆଜି ରୋଜଗାର କ୍ଷମ ହୋଇପାରିଛନ୍ତି । ଦିନକ ପରେ ଆସୁଛି କାର୍ତିକ ପୁର୍ଣିମା । ପ୍ରତ୍ୟକ ଓଡ଼ିଆ ପରିବାର ପାଇଁ ଆବଶ୍ୟକ ପଡିଥାଏ କାଗଜ ଡ଼ଙ୍ଗା । ସେଥିପାଇଁ ପାଇଁ ବଜାରରେ ବିଭିର୍ଣ୍ଣ ପ୍ରକାର ହାତ ତିଆରି ଡ଼ଙ୍ଗା ବିକ୍ରି ହୋଇଥାଏ । ତାକୁ କିଣିବା ପାଇଁ ବଜାର ହାଟରେ ଭିଡ ଲାଗିରହିଥାଏ l ଗରାଖଙ୍କ ଆବଶ୍ୟକତାକୁ ଦେଖି ଗୋଷ୍ଠୀର ମହିଳାମାନେ ନିଜେ ଏହାକୁ ତିଆରି କରିବା ପାଇଁ ମନବଳାଇ ଥିଲେ । ଜଟଣୀ ଅଞ୍ଚଳ ଶ୍ରୀମନ୍ତୀ ଅନୁସୂୟା ମହାନ୍ତିଙ୍କ ଠାରୁ ପ୍ରେରଣା ପାଇ କାର୍ଯ୍ୟ ଆରମ୍ଭ କରିଥିଲେ । କାର୍ଟୁନ, ପଞ୍ଚରଙ୍ଗି କାଗଜ ଓ ଜମ୍ବୁରା ଏବଂ ରଦି କାଗଜକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଡଙ୍ଗା ନିର୍ମାଣକରି ଆଜି ଆତ୍ମନିର୍ଭଶୀଳ ହୋଇ ପାରିଛନ୍ତି । ଗୋଷ୍ଠୀର ସଦସ୍ୟା ମାନେ ଏକତ୍ରିତ ହୋଇ ୧ ନମ୍ବର ଠାରୁ ୧0 ନମ୍ବର ପର୍ଯ୍ୟନ୍ତ ବିଭିନ  ପ୍ରକାର ସାଇଜ ର ଡଙ୍ଗା ନିର୍ମାଣ କରୁଛନ୍ତି । ଯାହାର ମୂଲ୍ୟ ସର୍ବନିମ୍ନ ୧ ଟଙ୍କା ଠାରୁ ୧0 ଟଙ୍କା ପର୍ଯ୍ୟନ୍ତ ରହିଛି । ନିର୍ମାଣ ସରିବାପରେ ଏହାକୁ ବିକ୍ରି ପାଇଁ ସେମାନେ ବଜାରକୁ ପଠାଇଥାଆନ୍ତି । ଏମାନଙ୍କ ହାତ ତିଆରି ଡଙ୍ଗା ଏବେ କଟକ, ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଆଦି ଅଞ୍ଚଳକୁ ବିକ୍ରି ପାଇଁ ଯାଉଛି । ବେପାରୀ ମାନେ ଏଠାକୁ ଆସି ବ୍ୟବସାୟ ନିମନ୍ତେ ନେଉଛନ୍ତି l ଏହା ଦ୍ୱାରା ସେମାନେ ନିଜ ପରିଶ୍ରମ ମୁତାବକ ପାରିଶ୍ରମିକ ପାଇ ଆଜି ନିଜ ଗୋଡ଼ରେ ଠିଆ ହୋଇ ପାରିଛନ୍ତି । ପରିବାର ଚକାଇବାରେ ସହାୟକ ହୋଇପାରିଛନ୍ତି । ସରକାକାରୀ ପ୍ରେତ୍ସ।ହନ ମିଳିଲେ ଅଧିକ ରୋଜଗାର କରିବା ସହିତ ଗ୍ରାମଞ୍ଚଳର ବେରୋଜଗାରୀ ମହିଳାମାନଙ୍କୁ ଏଥିରେ ସାମିଲି କରି ଆତ୍ମନିର୍ଭର ଶୀଳା କରାଇ ପାରନ୍ତୁ ବୋଲି କୁହନ୍ତି ଗୋଷ୍ଠୀର ସଭାନେତ୍ରୀ ଶର୍ମିଷ୍ଠା ପ୍ରଧାନ ସମ୍ପାଦିକା କନକଲତା ପ୍ରଧାନ, ସଭ୍ୟା ସନ୍ଧ୍ୟାରାଣୀ ରଥ, ସବିତା ପ୍ରଧାନ, ମମତା ପ୍ରଧାନ, ବିଜୟଲଷ୍ମୀ ପ୍ରଧାନ, ଖୁଲଣା ପ୍ରଧାନ, ଉଲ୍ଲାସ ପ୍ରଧାନ, ସସ୍ମିତା ପ୍ରଧାନ ଏବଂ ନିରୁପମା ପରିଡା ।

Leave a Reply

Your email address will not be published. Required fields are marked *