ବୁଦ୍ଧେଶ୍ଵର ମନ୍ଦିର ରେ ବଡ଼ ଓଷା ପାଳିତ ,  ୨୭୬ ହଣ୍ଡା ଭଣ୍ଡାର ଭୋଗ ଲାଗିଲା

ଭୁବନ, ୨୫/୧୧/୨୦୨୩ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରେ ପ୍ରସିଦ୍ଧ ବଡ଼ ଓଷା ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ପ୍ରତ୍ୟୁଷରୁ ଧାଡ଼ି ରେ ଯାଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିଥିଲେ ଓ ପରେ ଭଣ୍ଡାର ଭୋଗ ରାନ୍ଧି ବାବା ଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ। ସମୁଦାୟ ୨୭୬ ହଣ୍ଡା ଭଣ୍ଡାର ଭୋଗ ଲାଗି ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଅନୁରୂପ ଭାବେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ର କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ପରିସରରେ ମଧ୍ୟ ଭଣ୍ଡାର ଭୋଗ ଲାଗି ହୋଇଥିଲା।

ପ୍ରଥମ ଥର ପାଇଁ ପ୍ରଶାସନିକ ସ୍ତରରେ ବୁଦ୍ଧେଶ୍ଵର ମହୋତ୍ସବ ହେଉଥିବାରୁ ଚଳ ଚଞ୍ଚଳ ହୋଇପଡିଛି ବୁଦ୍ଧେଶ୍ଵର ମନ୍ଦିର । ଗତ ୨୧ ତାରିଖରେ ଅଧିବାସ ହୋଇ ୨୨ ତାରିଖ ଠାରୁ ତ୍ରୟୋଦଶ ବାର୍ଷିକ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି । ୨୫ ତାରିଖ ରେ ପୂର୍ଣ୍ଣାହୁତି ହେବ। ଆସନ୍ତା କାଲି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ବୁଦ୍ଧେଶ୍ଵର ମହୋତ୍ସବ ଅନୁଷ୍ଠିତ ହେବ। ପଲ୍ଲୀଶ୍ରୀ ମେଳା,ଦୋଳି,ମିନା ବଜାର ପାଇଁ ଆଜି ଠାରୁ ପ୍ରବଳ ଗହଳି ହୋଇଛି।

Leave a Reply

Your email address will not be published. Required fields are marked *