ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କୁ ୯୬ତମ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫/୧୧/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଶାର ସ୍ୱନାମଧନ୍ୟ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୯୬ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ୍ ସହଯୋଗରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥି, ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର କ୍ୟାପଟେନ୍ ଧିରେନ୍ଦ୍ର କୁମାର ମହାନ୍ତି, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ୍ ସାହୁ, ହାଡ଼ିବନ୍ଧୁ ବେହୁରିଆ, ଦୀପ୍ତିପ୍ରଭା ରାୟ, ଜୟ ଓଡ଼ିଶା ପକ୍ଷରୁ ହରପି୍ରୟା ପଟ୍ଟଯୋଶୀ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ବିଜୟ କୁମାର ସାହୁ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ପଂଚାନନ ସାମଲ, ପୂର୍ବତନ କର୍ପୋରେଟର ସସ୍ମିତା ନନ୍ଦ, ସୁଜାତା ଜେନା ଓ ବିଭିନ୍ନ ବର୍ଗର ବ୍ୟକ୍ତିିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଯାଜପୁର ଜିଲା ବଡ଼ଚଣା ବ୍ଲକର ବିରୂପାନଦୀ କୂଳର ନାନ୍ ପୁର ଗ୍ରାମରେ ଜନ୍ମିତ ବିପ୍ରବାବୁ ଭାସ୍କର୍ଯ୍ୟ କଳାରେ ଶିକ୍ଷାଲାଭ କରି ରାଜ୍ୟରେ ପ୍ରଥମକରି ବ୍ରୋଂଚ ପ୍ରତିମୂର୍ତି ନିର୍ମାଣ କରିଥିଲେ । ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତି ସହ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ବହୁ ବରପୁତ୍ରଙ୍କ ନିଖୁଣ ପ୍ରତିମୂର୍ତି ନିର୍ମାଣ କରି ସେ ନିଜ ଦକ୍ଷତାର ପ୍ରତିପାଦନ କରିଥିଲେ । ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ଭାବରେ ବହୁ ଛାତ୍ରମାନଙ୍କୁ ମୂର୍ତି କଳାର କୌଶଳ ପ୍ରଦାନ କରି ସେମାନଙ୍କୁ ମଧ୍ୟ ସୁପ୍ରତିଷ୍ଠିତ କରିପାରିଛନ୍ତି ବୋଲି ମତଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗର ପୂଜ୍ୟପୂଜା ସଂଚାଳକ ଲକ୍ଷ୍ମୀଧର ବେହେରା ପରିଚାଳନା କରିବା ସହ ସମସ୍ତଙ୍କ ଉପସ୍ଥିତି ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *