ପହିଲି ପଞ୍ଚୁକରେ ଚନ୍ଦ୍ର ମଉଳି ବେଶରେ ଦର୍ଶନ ଦେଲେ ଵାଵା ଧବଳେଶ୍ଵର, ଆସନ୍ତା ଶନିବାର ବଡ଼ ଓଷା

କଟକ ସଦର, ୨୩/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଗୁରୁବାର ମହା କାର୍ତ୍ତିକ ଧର୍ମ ମାସର ପହିଲି ପଞ୍ଚୁକ। ସେଥିପାଇଁ ଓଡ଼ିଶାର  ତଥା କଟକ ଜିଲ୍ଲାର ଆଠଗଡ ଉପଖଣ୍ଡରେ ଥିବା ପ୍ରସିଦ୍ଧ ଶୈବପୀଠ ଵାଵା ଧବଳେଶ୍ଵରଙ୍କ ନିକଟରେ ପ୍ରତିଷ୍ୟରୁ ଶ୍ରଦ୍ଧାଳୁମାନଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ଭୋର ୪ ଟାରେ ଵାଵାଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ପଞ୍ଚୁକ ପାଞ୍ଚ ଦିନରେ ପାଞ୍ଚ ବେଶ କରାଯିଵାକୁ ଥିବା ବେଳେ ଆଜି ଚନ୍ଦ୍ର ମଉଳି ବେଶରେ ବେଶ କରାଯିଵା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ପହଡ଼ ଖୋଲାଯାଇଥିଲା। ଆସନ୍ତା ଶନିବାର ଦିନ ବଡ଼ ଓଷା ର ବଡ଼ ପର୍ବ ପଡୁଥିବାରୁ ଉକ୍ତ ଦିନ ଶ୍ରଦ୍ଧାଳୁମାନେ ଵାଵାଙ୍କ ପ୍ରିୟ ଗଜ ଭୋଗ ଓ ତରଣ ପାଇ ମାସକ ଯାକ ରଖିଥିବା କାର୍ତ୍ତିକ ବ୍ରତ ଉଦଯାପନ କରିଵେ। ମାସକ ଯାକର ପ୍ରତ୍ୟେକ ସୋମବାର ଦିନ ଅପେକ୍ଷା ଆଜି ଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଲାଗି କଟକ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *