ଦ ମିରର୍ ସୋସିଆଲ ଫାଉଣ୍ଡେସନ ର ନବମ ବାର୍ଷିକ ଉତ୍ସବ ପାଳନ

ରାଉରକେଲା, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)- ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ସେକ୍ଟର ୧୬ ଶ୍ରଦ୍ଧା ଅନୁଷ୍ଠାନ ରେ ଅନୁଷ୍ଠିତ ହୋଇଯାଇଛି ।  ମୂଖ୍ୟ ଅତିଥି ଭାବରେ ଶ୍ରଦ୍ଧା ଶଡଙ୍ଗି ଯୋଗଦାନ କରିଥିଲେ ।

ଏଠାରେ ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ବିନୋଦ ପଣ୍ଡା , ସୁଶୀଲ କୁମାର ସେଠି , ପ୍ରଫୁଲ୍ଲ ସୁନିୟାନୀ, ନିହାରିକା ବସ୍ତିଆ, ରାଜଲକ୍ଷ୍ମୀ ପାତ୍ର, ମାନସି ପାଣ୍ଡବ ଆଦି ଉପସ୍ଥିତ ଥିଲେ । ସମାଜ ରେ ଭଲକାମ କରି ଜୀବନଯାପନ କରୁଥିବା ରୁ ସମାଜସେବୀ କାର୍ତ୍ତିକ ପାଣ୍ଡବ ଙ୍କୁ ଦର୍ପଣ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଶ୍ରଦ୍ଧା ଅନୁଷ୍ଠାନ ର ଅନ୍ତେବାସୀ ମାନଙ୍କ ପାଇଁ ଏକ ଦନ୍ତ ଚିକିତ୍ସା ସିବିର ର ଆୟୋଜନ କରାଯାଇଥିଲା । ଡକ୍ଟର ଶ୍ଵେତା ବର୍ମା ଉପସ୍ଥିତ ରହି ଚିକିତ୍ସା ସିବିର ରେ ଚିକିତ୍ସା କରାଇଲେ ।
ଶ୍ରଦ୍ଧା ଅନୁଷ୍ଠାନ ର ଅନ୍ତେବାସୀଙ୍କ ମାନଙ୍କ ପାଇଁ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ପୂର୍ଣିମା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଏବଂ ଅଳକା ମହାନ୍ତି, ବନଜା ବିଶ୍ବାଳ, ଶାନ୍ତିଲତା ବେହେରା , କଲ୍ୟାଣୀ ଦାସ , ପ୍ରମୂଖ ଉପସ୍ଥିତ ରହି ସାହାଯ୍ୟ ର ହାତ ବଢାଇଥିଲେ । ଏଠାରେ ସମସ୍ତ କାର୍ୟ୍ୟକର୍ତା ଅଂଶଗ୍ରହଣ କରି କାର୍ୟ୍ୟକ୍ରମ କୁ ସଫଳ କରାଇଥିଲେ ।
ଦିବାକର ଦାସ , ସୁସାନ୍ତ ଦାସ , ଇପ୍ସିତା ବିଶ୍ବାଳ, ଲଲିତା ସମାଦ, ରିତା ସମାଦ , ରିଙ୍କି କୁମାରୀ , ସନ୍ତୋଷ ହୋତା , ରାଜେଶ ଦାସ , ସରୋଜ ପ୍ରଧାନ , ହରେକୃଷ୍ଣ ନାୟକ , ସିପୁନ ବେହେରା, ସୁଜାତା ରାଉତ, ମୁକେଶ ଝା , ସୋନୁ ସିଂ, ଅଞ୍ଜଳି ବେହେରା , ଆଲୋକ ସାହୁ ଆଦି ଉପସ୍ଥିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *