ଡାକଘର ସମସ୍ୟାର ସମାଧାନ ନେଇ ଦାବିକଲେ ବରିଷ୍ଠ ସାମ୍ବାଦିକ  ।

କଟକ,୦୪।୦୩।୨୦୨୪ (ଓଡ଼ିଶା ସମାଚାର) :  କଟକ ସଦର ୪୨ ମୌଜାସ୍ଥ ସର୍ବ ପୁରାତନ ବେଣ୍ଟକାର ଉପ ଡାକଘରେ ଥିବା ମୁଖ୍ୟ କାଉଣ୍ଟର ପରିସୀମା ଅତୀବ ସଂକୀର୍ଣ୍ଣ । ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ୨୦୧୭ ମସିହାରୁ ଝାରକଟା ଶାଖା ଡାକଘରକୁ ବେଣ୍ଟକାର ଉପ ଡାକଘରକୁ ଉଠାଇ ନିଆଯାଇଛି । ସେବେଠାରୁ ଝାରକଟା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଝାରକଟା, ମଣିବାଡ, ପଟଣା, ନହରପଦା, ଅଇନି, ଗୋବିନ୍ଦପୁର ଓ ଶିଶୁଆ ଗ୍ରାମର ଉପଭୋକ୍ତା ମାନେ ବେଣ୍ଟକାର ଉପଡାକ ଘର ଆସୁଛନ୍ତି । ବେଣ୍ଟକାର ଉପ ଡାକଘର ଦକ୍ଷିଣ ପଟ ଝରକା ପଟେ ଖୋଲା ଆକାଶ ତଳେ ଝାରକଟା ଶାଖା କାଉଣ୍ଟର ଚାଲୁଅଛି । ଉପଭୋକ୍ତା ମାନେ ବର୍ଷ ବର୍ଷ ଧରି ଖରା ବର୍ଷା ଖାଉଛନ୍ତି । ଡାକଘରକୁ ଲାଗି ପର୍ଯ୍ୟାପ୍ତ ସରକାରୀ ଜାଗା ଅଛି। ଉପଭୋକ୍ତାଙ୍କ ପାଇଁ ଏକ ସେଡ୍ ନିର୍ମାଣ କରିବା ଦାବିକୁ ବିଭାଗୀୟ ଅଧିକାରୀ ଆଦୌ କର୍ଣ୍ଣପାତ କରୁନାହାନ୍ତି । ଉପଭୋକ୍ତାଙ୍କ ପାଇଁ ତୁରନ୍ତ ଏକ ସେଡ୍ ନିର୍ମାଣ କରିବାକୁ  ବରିଷ୍ଠ ସମାଜସେବୀ ତଥା ସାମ୍ୱାଦିକ ବୁଲେଇ ବେହେରା ଦୃଢ଼ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *