କପିଳେଶ୍ଵର ଦେବଙ୍କ ପୀଠରେ ଶତଚଣ୍ଡୀ ଓ ରୁଦ୍ର ମହାଯଜ୍ଞ କଳସ ଯାତ୍ରା

ନିରାକାରପୁର, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ପ୍ରସିଦ୍ଧ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ ଆଜି ଠାରୁ ଶତଚଣ୍ଡୀ ଓ ରୁଦ୍ର ମହାଯଜ୍ଞ ଆରମ୍ଭ ହୋଇଛି। ଆଜି ସକାଳୁ ସଂକଳ୍ପଧାରୀ ମହିଳା ଓ ପୁରୁଷ ମାନେ ନିକଟସ୍ଥ ପୁଷ୍କରିଣୀରୁ ଜଳ ଆଣି ଯଜ୍ଞ ସ୍ଥଳରେ ପହଂଚିବା ପରେ ଘଟ ପ୍ରତିଷ୍ଠା କରାଯାଇଛି। କଳସ ଯାତ୍ରା ବେଳେ ହରିବୋଲ, ହୁଳହୁଳି , ଘଣ୍ଟା ଘଣ୍ଟି ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରକାଶ ଥାଉ କି କପିଳେଶ୍ଵର ଦେବଙ୍କ ଶାକ୍ତ ତାନ୍ତ୍ରିକ ପୀଠ ରେ ଆଜି ଠାରୁ ଶତ ଚଣ୍ଡୀ ଓ ରୁଦ୍ର ମହାଯଜ୍ଞ ଆରମ୍ଭ ହୋଇଛି । ଏହି ମହାଯଜ୍ଞ ରେ ପ୍ରତିଦିନ ହୋମ,ଯଜ୍ଞ, ସୂର୍ୟ୍ୟ ପୂଜା ଓ ଠାକୁର ଙ୍କ ପୂଜା ଅର୍ଚ୍ଚନା କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ। ଆସନ୍ତା ୮ ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ କାର୍ୟ୍ୟକ୍ରମ ଉଦଯାପିତ ହେବ। ଏହି ଯଜ୍ଞ କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଯଜ୍ଞ କମିଟି ସଭାପତି ଡ ସଞ୍ଜୟ କୁମାର ମହାପାତ୍ର ଓ ସଂପାଦକ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *