ଦ୍ରୌପଦୀ ଦେବୀ ବାଲ ଭବନ ରେ ମାତୃ ପିତୃ ପୁଜନ ଦିବସ ପାଳନ

ବଡ଼ବିଲ,୦୪/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଡ଼ବିଲ ର ପ୍ରଥମ ଓ ଆଗ୍ରଣୀ ପ୍ଲେ ସ୍କୁଲ ଦ୍ରୌପଦୀ ଦେବୀ ବାଲ ଭବନ ରେ କୁନି କୁନି ପିଲା ମାନଙ୍କୁ ନେଇ ଆଜି ମାତୃ ପିତୃ ପୁଜନ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରାୟ ତିରିଶି ଜଣ ଶିଶୁଙ୍କ ସହିତ ମାତା ପିତା ଉପସ୍ଥିତ ରହି କୁନି ପିଲାମାନେ ପୂଜା କରିଥିଲେ । ପରେ ଆଳତୀ ମିଷ୍ଟ।ନ ଖୁଆଇ ଥିଲେ । ପିଲାମାନେ କିପରି ଅପ ସଂସ୍କୃତି ରୁ ଦୂରରେ ରହିଵେ ଏହାର ମୁଖ୍ୟ ଉଦେଶ୍ୟ ଥିଲା । ଏହା କୁ ସ୍କୁଲ ର ପ୍ରିନ୍ସପାଲ ରିତୁ ଜଲନ, ସୁମନ ତିୱାରୀ, ମଧୁ ଝା, ମୌସୁମୀ ବାନାର୍ଜୀ,କ୍ରିଷ୍ଣା ସାହୁ, ରିୟା କର୍ମକର, ଶିଳ୍ପୀ ସିଂହା ଓ ମନୋଜ ସାହୁ ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *