ଟାଙ୍ଗିଆପଡା ଠାରେ ଅଭିଳାଷ ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକ ଉତ୍ସବ

ଖୋର୍ଦ୍ଧା, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ସ୍ଥିତ ଅଭିଳାଷ ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକ ଉତ୍ସବ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ସଦାଶିବ ମହାରଣାଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଉତ୍ସବ ଉଦଘାଟନ କରିଥିଲେ। ଏକମାତ୍ର ପୁତ୍ର ଅଭିଳାଷର ସ୍ମୃତିରେ ଗଢି ଉଠିଥିବା ବୃଦ୍ଧାଶ୍ରମର ଉତ୍ତରୋତର ଉନ୍ନତି କାମନା କରିଥିଲେ। ମୁଖ୍ୟବକ୍ତା ଭାବେ ଆଦୃତ ଅନାଥାଶ୍ରମର ପ୍ରତିଷ୍ଠାତା ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଯୋଗ ଦେଇ କହିଥିଲେ ସବୁକିଛି ଏ ଦୁନିଆରେ ପୂର୍ବ ନିର୍ଦ୍ଧାରିତ। ଜୀବନର ଶେଷ ଗନ୍ତବ୍ୟ ଯଦିଓ ମୃତ୍ୟୁ ହେଲେ ତାହା କେତବେଳେ କାହା ପାଖରେ ପହଁଞ୍ଚି ଯାଇଥାଏ ତାହା ବୁଝିବା ଅସମ୍ଭବ। ତଥାପି ତାହାରି ମଧ୍ୟରେ ଆମକୁ ସବୁ ପ୍ରତିକୂଳତା ଭିତରେ ବି ବଞ୍ଚିବାକୁ ପଡିବ। ସମ୍ମାନୀତ ଅତିଥି ଭାବେ ଉତ୍ତର ଓଡିଶାର ପ୍ରାକ୍ତନ କୂଳପତି ମେଜର କ୍ଷୀରୋଦ ପ୍ରାସଦ ମହାନ୍ତି ଯୋଗଦେଇ ଅଭିଳାଷ ବୃଦ୍ଧାଶ୍ରମ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ପାଉ ବୋଲି ଆଶା କରିଥିଲେ । ଏହି ଅବସରରେ ସ୍ୱର୍ଗତ ଅଭିଳାଷର ସ୍ମୃତିରେ ଏକ ସ୍ମରଣିକା ” ଅଭିଳାଷ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ଅତିଥି ପରିଚୟ ସହ ବିବରଣୀ ପାଠ କରିଥିବା ବେଳେ ଟ୍ରଷ୍ଟର ମୂଖ୍ୟ ଡଃ ପତିତପାବନ ଦଳେଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *