ଏଫସିଆଇ ସିଏମଡି ଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର,୨୨/୧୧/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଏଫସିଆଇ ସି.ଏମ.ଡି ତଥା କୋରାପୁଟ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିନା କୋରାପୁଟ ଗସ୍ତରେ ଆସି ମଙ୍ଗଳ ବାର ଦିନ ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ କରି ଫେରି ଯାଇଛନ୍ତି। ଶ୍ରୀଯୁକ୍ତ ମିନା ପ୍ରଥମେ ବ୍ଲକର କୁଡ଼ିପଦର ଗ୍ରାମକୁ ଯାଇ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ହରଘର ଜଲ ପ୍ରକଳ୍ପ ବୁଲି ଦେଖି ଥିଲେ। ତାପରେ ଡୁମୁରିପଦାର ଗ୍ରାମକୁ ଯାଇ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ସହ ପୋଷଣ କାର୍ୟ୍ୟର ଡାଟା କିପରି ଏଂଣ୍ଟ୍ରି କରାଯାଉଛି ତାହା ପଚାରି ବୁଝିବା ସହ ପ୍ରି-ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିଥିଲେ।ପରେ ସେଠାରୁ ସିଧା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ନୂତନ ନିର୍ମିତ ମାତୃ ଶିଶୁ ବିଭାଗ କେନ୍ଦ୍ରକୁ ଯାଇ ସବୁ କିଛି ପରଖିବା ସହ ଇନଚାର୍ଜ ଡ଼.କୁଂଣ୍ଡୁଙ୍କ ସହ ବିଭିନ୍ନ ବିଷୟରେ ପଚାରି ବୁଝି ସେଠାରୁ ଲକ୍ଷ୍ମୀପୁର ସାଙ୍ଗାନା ହାଇସ୍କୁଲକୁ ଯାଇଥିଲେ।ସେଠାରେ ୬କୋଟି ବ୍ୟୟରେ ୫-ଟି ଅଧୀନରେ ନିର୍ମାଣ ଚାଲିଥିବା ନୂତନ ହାଇସ୍କୁଲ ବୁଲି ଦେଖିବା ସହ ଠିକ ଭାବେ କାମ କରିବାକୁ କହି ତାର ଚତୁର୍ପାର୍ଶ୍ୱ ଆଉଟିକେ ସୁନ୍ଦର କରିବାକୁ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କୁ ନିର୍ଦେଶ ଦେଇଥିଲେ।ପରେ କୋରାପୁଟ ଅଭିମୁଖେ ଫେରି ଗଲା ବେଳେ ବାଟରେ ନିରାଣୀ ଗୁଡା ସ୍ଥିତ କଫି ବଗିଚା ଦେଖି ଚାଲି ଯାଇଥିଲେ।ତାଙ୍କର ଏଇ ଗସ୍ତ ବେଳେ କୋରାପୁଟ ଜିଲ୍ଲା ପାଳ ମହମଦ ଅବଦୁର ଅକ୍ଷତାର,ପ୍ରକଳ୍ପ ନିର୍ଦ୍ଦେଶକ ଗୌରବ ଶିବାଜୀ ଇସଲ୍ୱାର,ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ,ଏଇ ଏମ.ପବନ କୁମାର,ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ରାମ ହରି ପଣ୍ଡା,ସିଡିପିଓ ପାର୍ବତୀ ଆଚାର୍ୟ୍ୟ ପ୍ରଭୁତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *