ଓଡ଼ିଶା ସମାଚାର

କାର- ବାଇକ୍ ଧକ୍କା – ୩ ବାଳକ ଆହତ

କାର- ବାଇକ୍ ଧକ୍କା – ୩ ବାଳକ ଆହତ

July 17
19:03 2017

ବେଙ୍ଗାମୁଣ୍ଡା, ୧୭/୦୭/୨୦୧୭(ଓଡ଼ିଶା ସମାଚାର/ହୁଲେଶ୍ୱର ହଂସ)-ବଲାଙ୍ଗିର ଜିଲ୍ଲା ବେଙ୍ଗାମୁଣ୍ଡା- ଖଡିଆଳ ୫୯ ନଂ ଜାତୀୟ ରାଜପଥ ର ସିମେ ଫେକ୍ଟେରୀ ନିକଟ ରେ ଏକ କାର ସହିତ ବାଇକ ଧକ୍କା ରେ ୩ ଜଣ ବାଳକ ଆହତ ହୋଇଥିବା ସୂଚନା ମିଲିଛି । ସୂଚନା ମତେ ,ଆଜି ସନ୍ଧ୍ୟା ରେ ଖଡିଆଳ ରୁ ବାହାରି ବେଙ୍ଗାମୁଣ୍ଡା  ଅଭିମୁଖେ ଯାଉଥିବା ଏକ କାର ଗାଡି ନଂ ସିଜି ୧୨ଡି୮୭୫୫) ଯାଉଥିଲା । ସେହିରାସ୍ତା ରୁ ବାଇକ ନଂ ସିଜି ୦୭ କେ -୯୯୭୨) ରେ ବେଙ୍ଗାମୁଣ୍ଡା ଥାନା ଅନ୍ତର୍ଗତ ଚୁଲିଫୁଙ୍କା ନିକଟସ୍ଥ ନାନାଝର ଗ୍ରାମର ଟୁନୁ ହଂସ ,ତମସିନ୍ଦୁର ହଂସ ,ଓ ମିଥୁନ ହଂସ ପ୍ରମୁଖ ବୁଲିବାକୁ ବାହାରିଥିଲେ । ବାମ ପଟରୁ ଡାହାଣ ପଟ କୁ ହାତ ରେ ସେଂଙ୍କତ ଦେଇ ସାଇଡ କରୁଥିବା ବେଲେ କାର ଡ୍ରାଇଭର ବିନୋଦ ମାଝୀ ଗାଡି ପାଖକୁ ପହଂଚିଥିବାରୁ ଉକ୍ତ କାର୍ ର ବାମ ପାଶ୍ୱର୍ ହେଡଲାଇଟ ପାଖରେ ବାଇକ ବାଜିଥିଲା । ବାଇକ ପଡିଯିବାରୁ ସେଥିରେ ବସିଥିବା ୩ ଜଣ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବେଙ୍ଗାମୁଣ୍ଡା ଡାକ୍ତରଖାନା ରେ ଭର୍ତି କରାଯାଇଛି । ଏ ନେଇ ବେଙ୍ଗାମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୋଲିସ କହିଛି । ଓଡ଼ିଶା ସମାଚାରTaza Khabar

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × five =