ଓଡ଼ିଶା ସମାଚାର

ହାଣ୍ଡିଧୂଆ ଭୂତଳ କୋଇଲା ଖଣିରେ ବାଲି ଭର୍ତି ନକରିବା ଦ୍ୱାରା ଧନ ଜୀବନ ବିପନ୍ନ –

ହାଣ୍ଡିଧୂଆ ଭୂତଳ କୋଇଲା ଖଣିରେ ବାଲି ଭର୍ତି ନକରିବା ଦ୍ୱାରା ଧନ ଜୀବନ ବିପନ୍ନ –

ହାଣ୍ଡିଧୂଆ ଭୂତଳ କୋଇଲା ଖଣିରେ ବାଲି ଭର୍ତି ନକରିବା ଦ୍ୱାରା ଧନ ଜୀବନ ବିପନ୍ନ –
July 17
18:35 2017

ତାଳଚେର ବିଜୁ ଯୁବ ଜନତା ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ତାଳଚେର, ୧୭/୦୭/୨୦୧୭(ଓଡ଼ିଶା ସମାଚାର/ପ୍ରିୟମାଧବ ଦାସ)-ତାଳେଚେରର ହାଣ୍ଡିଧୂଆ ଭୂତଳ କୋଇଲା ଖଣିରେ ବାଲି ଭର୍ତି ନକରିବା ଦ୍ୱାରା ଧନ ଜୀବନ ବିପନ୍ନ ନେଇ ତାଳଚେର ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡିଶାର ପ୍ରଥମ କୋଇଲା ଖଣି ଭାବେ ହାଣ୍ଡିଧୂଆ ଭୂତଳ ଖଣିରୁ ଏମ୍.ସି.ଏଲ୍. ପ୍ରଶାସକ କୋଇଲା ଉତୋଳନ କରି ଗତ ତା୨୬/୧୦/୧୯୯୮ ରିଖ ଠାରୁ  ସଂପୂର୍ଣ୍ଣ କୋଇଲା ଉତୋଳନ ବନ୍ଦ କରି ଦେଇ ଲୋକ ଦେଖାଣିଆ ସ୍ୱରୂପ କେବଳ ୨୦/୨୫ ଜଣ କର୍ମଚାରୀ ରଖି କେନ୍ଦ୍ର ସରକାରଙ୍କ ଖଣି ନିରାପତା ବିଭାଗ ତଥା ଆମ୍ଭ ହାଣ୍ଡିଧୂଆ ଓ ଦେଉଳବେଡା ତେଲି ସାହି ଗ୍ରାମବାସୀଙ୍କ ଧନ ଜୀବନ ବିପନ୍ନ କରି ସୂତା ଖିଅରେ ଝୁଲାଇ ରଖିଅଛନ୍ତି । କେନ୍ଦ୍ର ସରକାରଙ୍କ ନିରାପତା ବିଭାଗ ଦ୍ୱାରା ଆମ୍ଭ ମାନଙ୍କ ବାଲି ଭର୍ତି କରିବା ଦାବିକୁ ଭୃକ୍ଷେପ ନକରି ମନ ଇଚ୍ଛା ସମୟ ଗଡାଇ ଚାଲି ଅଛନ୍ତି । ପ୍ରକାଶ ଥାଉକି, ହାଣ୍ଡିଧୂଆ କୋଇଲା ଖଣିରୁ ୨ଟି ସ୍ତରରେ କୋଇଲା ଉତୋଳନ କରାଯାଇଅଛି । ଯଥା- (Bottom section 13th thick ଏବଂ Top section 9th thick coal belt) ହାଣ୍ଡିଧୂଆ ଓ ଦେଉଳବେଡା ତେଲିସାହି  ଗ୍ରାମର (Bottom section working) ରେ କେତେକାଂଶରେ ବାଲି ଭର୍ତି କରିଦେଇ ଅବଶିଷ୍ଟାଂଶ ଖାଲି ରଖିଅଛନ୍ତି ଏବଂ  (Top section) ରେ ଟିକିଏ ହେଲେ ବାଲି ଭର୍ତି କରି ନାହାନ୍ତି । ଯା ଫଲରେ ବାରମ୍ବାର ବହୁତ ଜାଗାରେ ମାଟି ଦବି ଯାଇଛି ଓ ଲୋକ ମାନେ ଭୟଭିତ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଅଛନ୍ତି । ଅନେକ ଥର ମଧ୍ୟ ସମ୍ବାଦ ଓ ଟିଭି ମାଧ୍ୟମରେ ଏ ବିଷୟରେ ପରିବେଷଣ କରାଯାଇ ଦାବୀ ଉପସ୍ଥାପନା କରିବା ସତ୍ୱେ ମଧ୍ୟ ଏମ୍.ସି.ଏଲ୍. ପ୍ରଶାସକ କର୍ଣ୍ଣପାତ କରୁନାହାନ୍ତି । ବର୍ତମାନ ଆମ ଦୁଇ ଗ୍ରାମ (ହାଣ୍ଡିଧୂଆ ଓ ତେଲିସାହି) ମଝିରେ ଗୋଟିଏ ସରକାରୀ ଜମି ଅଛି । ସେହି ସରକାରୀ ଜମିର ସରଜମିନ ତଦନ୍ତ କରିବାରେ ଜଣାପଡିଲା ଧନେଶ୍ୱର ନାଏକ, ପିତା-ଟିଙ୍କ ନାଏକ, ପ୍ଲଟ ନଂ-୪୧୭, କିସମ-ଘରବାରି-୨, ଏ୦.୬୬୦ ଡେ. ମଧ୍ୟରୁ  ଏ୦.୩୦୦ ଡେ. ଜାଗା ଘରବାରି ରୂପେ ବ୍ୟବହାର କରୁଅଛନ୍ତି । ବାକି ପ୍ଲଟ ନଂ-୪୧୭ ମଧ୍ୟୁ ଏ୦.୩୬୦ଡେ. ଓ ପ୍ଲଟ ନଂ-୪୧୮  ଏ୦.୦୪୦ ଖୋଲା ଅଛି । ଧନେଶ୍ୱର ନାଏକ ଦଖଲ କରୁଥିବା ଏ୦.୩୦୦ ଡେ. ଜାଗା ରାସ୍ତାକୁ ଲାଗିଅଛି । ଏହି ଜାଗାରେ ପୂର୍ବରୁ କାମ ଆରମ୍ଭ ହୋଇଥିଲା । ତାପରେ ବନ୍ଦ ହୋଇଥିଲା । ଏହି ଜାଗାରେ ବାଲି ଭର୍ତି କରିବା ପାଇଁ ଦଳ ପକ୍ଷରୁ ଲିଖିତ ଭାବେ ଜଣାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ବିଘ୍ନେଶ୍ୱର ସାହୁଙ୍କ ନେତୃତ୍ୱରେ ସୁବିର ନାଏକ, ଅକ୍ଷୟ ସେଠୀ, କୁନା ଦୋରା, ରବି ସେଠ, ଜିତେନ୍ଦ୍ର ମହାପାତ୍ର, ସିତିକାନ୍ତ ବାରିକ, ମନୋଜ ସାହୁ, ସୁର୍ଯ୍ୟକାନ୍ତ ସ୍ୱାଇଁ, ସିତିକାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

18 − fourteen =