ଓଡ଼ିଶା ସମାଚାର

ବ୍ୟାଙ୍କ ସମ୍ମୁଖ ବାଇକ୍ ଡିକରୁ ଟଙ୍କା ଚୋରୀ ଘଟଣାରେ ଜଣେ ଗିରଫ

ବ୍ୟାଙ୍କ ସମ୍ମୁଖ ବାଇକ୍ ଡିକରୁ ଟଙ୍କା ଚୋରୀ ଘଟଣାରେ ଜଣେ ଗିରଫ

July 17
18:16 2017

ହରିଚନ୍ଦନପୁର, ୧୭/୦୭/୨୦୧୭(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଶୁକ୍ରବାର ସାପ୍ତାହିକ ହାଟ, ବ୍ୟାଙ୍କ ଓ ବଜାରରୁ ବାରମ୍ବାର ବାଇକ୍ ହେଉବା ବାଇକ୍ ଡିକିରୁ ହେଉ ଟଙ୍କା ଚୋରୀ ହେଉଥିବା ଘଟଣାରେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟି ଥିଲା । ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ପୋଲିସ ଚୋରକୁ ଧରୀବାରେ ବିଫଳ ହୋଇ ଆସୁଥିଲା । କୌଣସି ସୁତ୍ରରୁ ଖବର ପାଇ ଚଳିତ ମାସ ୧୪ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ ପୋଲିସ ବ୍ୟାଙ୍କ ସମ୍ବୁଖରେ ସାଧା ପୋଷାକରେ ପଇଁତରା ମାରୁଥିବା ବେଳ ଏକ ପଲସର ଗାଡିରେ ୨ ଜଣ ଯୁବକ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ସେଇ ୨ ଜଣ ଯୁବକଙ୍କ ଉପରେ ପୋଲିସର ସନ୍ଦେହ ହେବାରୁ ସେମାନଙ୍କୁ ନଜରରେ ରଖିଥିବା ବେଳେ ସାଧା ପୋଷାକରେ ରହିଥିବା ପୋଲିସ ସେମାନଙ୍କୁ ଧରିବା ପୂର୍ବରୁ ଜଣେ ଘଟଣା ସ୍ଥଳରୁ ଗାଡି ନେଇ କେଉଁଆଡେ ଫେରାର ହୋଇ ଯାଇଥିବା ବେଳେ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ପୋଲିସ ଦେଇଥିବା ଚୂଚନା ମୁତାବକ ଗଂଜାମ ଜିଲ୍ଲା ଅଂଚଳର ଯୁବକ ନାଗୁଲୁ ନାନୀ(୩୩) ଶୁକ୍ରବାର ସାପ୍ତାହିକ ହାଟକୁ ଆସି ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଯାଉଥିବା ଲୋକଙ୍କୁ ପିଛା କରି ବଜାର ପର୍ଯ୍ୟନ୍ତ ଯାଇଥାନ୍ତି । ଟଙ୍କା ଉଠାଇ ନେଇ ଯାଉଥିବା ଲୋକେ କୌଣସି କାମରେ ବଜାରରେ ବାଇକ୍ ରଖିବା ପରେ ଆଗରୁ ଚୋରଙ୍କ ଯୋଜନା ମୁତାବକ ଗାଡି ରଖିବା ମାତ୍ରେ ସେମାନେ ଡିକି ଭାଙ୍ଗି ଟଙ୍କା ନେଇ କେଉଁଆଡେ ଫେରାର ହୋଇ ଯାଉଥିବା ବେଳ ପୋଲିସ ଏମାନଙ୍କର କିଛି ସୁରାଗ ପାଇ ପାରୁନଥିଲା । ଶୁକ୍ରବାର ନାଗୁଲକୁ ଧରିବା ପରେ ପୋଲିସ ତଦନ୍ତ କରିବାରୁ ପୋଲିସ ଆଗରେ ଚୋରୀ କରିଥିବା ସ୍ୱୀକାର କରିଥିଲା । ଆହୁରୀ ମଧ୍ୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ନାଗୁଲୁ ନାମରେ ବିଭିନ୍ନ ଅଂଚଳ ଥାନା ଗୁଡିକରେ ମାମଲା ରହିଛି । ସୋମବାର ମେଡିକାଲ ଟେଷ୍ଟ କରିବା ପରେ ଆସାମିକୁୁ ପୋଲିସ କୋର୍ଟଚାଲଣ କରିଛି । ଓଡ଼ିଶା ସମାଚାରHarichandanpur Chora

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

20 − 2 =