ଓଡ଼ିଶା ସମାଚାର

ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ

ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ

ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ
July 17
17:54 2017

ତାଳଚେର, ୧୭/୦୭/୨୦୧୭(ଓଡ଼ିଶା ସମାଚାର/ପ୍ରିୟମାଧବ ଦାସ)-ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପଂଚାୟତ ସମିତି ସଭାଘର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ଗଣେଶ ପୂଜା ଆସନ୍ତା ୨୫ ଅଗଷ୍ଟ ରୁ ଆରମ୍ଭ ହୋଇ ଇନ୍ଦୁ ପୂର୍ଣ୍ଣମୀ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି । କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ପୂଜା କମିଟିର କର୍ମକର୍ତା, ବୁଦ୍ଧିଜୀବୀ, ସାମ୍ବାଦିକ, ପୋଲିସ୍ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ ।  ଚଳିତ ଗଣେଶ ପୂଜାରେ ଯେଭଳି ଭାବେ ବିଦୁ୍ୟତ୍ ସରବରାହ ସଂପୂର୍ଣ୍ଣ ନିରବଚ୍ଛିନ୍ନ ରହିବ ସେଥିପାଇଁ ବିଭିନ୍ନ କମିଟିର କର୍ମକର୍ତା ମାନେ ଏହା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାସ୍ତାଘାଟ ପରିସ୍କାର ପରିଚ୍ଛନ୍ନତା, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଅସୁବିଧା ଗୁଡିକ ପୂଜା ପୂର୍ବରୁ ଶେଷ କରିବା ପାଇଁ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପୂଜା ସମୟରେ ଖାଦ୍ୟ ଓ ପାନୀୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ କୁହାଯାଇଛି । ପୂଜା ସମୟରେ ହାଣ୍ଡିଧୂଆ ଛକ ଠାରୁ ବଡଦାଣ୍ଡସାହି ପର୍ଯ୍ୟନ୍ତ ସେଂଟ୍ରାଲ ସାଉଣ୍ଡ ସିଷ୍ଟମ କରାଯାଉ । ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମିତ ୪ ଗୋଟି ଅସ୍ଥାୟୀ ପୋଲିସ୍ ଫାଣ୍ଡି ତିଆରି ହେବ ।  ଡିଜେ ସାଉଣ୍ଡ ସିଷ୍ଟମ୍କୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଯଦି କୌଣସି କମିଟି ଏହାକୁ ଅମାନ୍ୟ କରେ ତେବେ ସେହି ସାଉଣ୍ଡ ସିଷ୍ଟମ୍ କୁ ସଂପୂର୍ଣ୍ଣ ସିଲ୍ କରାଯିବ ବୋଲି ଏସ୍.ଡି.ପି.ଓ. ପ୍ରକାଶ କରିଥିଲେ । ପୂଜା ସମୟରେ ଅପରାହ୍ନ ୪ ଘଟିକା ଠାରୁ ସକାଳ ୬ ଘଟିକା ପର୍ଯ୍ୟନ୍ତ ଏମ୍.ସି.ଏଲ୍. ଓ ଏନ୍.ଟି.ପି.ସି. ର କୋଇଲା ଟ୍ରେନ୍ ଚଳାଚଳ ବନ୍ଦ କରାଯିବା ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା । ପୂଜା ସମୟରେ ସ୍ଥାନୀୟ ବାଙ୍କଧରା ଛକ ରାସ୍ତା ଠାରୁ କଲେଜ ରାସ୍ତାରେ  ନୋଏଂଟ୍ରି ଲାଗୁ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବ ବୋଲି ସ୍ଥିର ହେଲା । ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ନଗରପାଳ ପବିତ୍ର ଭୂତିଆ, ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ସାହୁ, କାର୍ଯ୍ୟକାରୀ ସଭାପତି ତଥା ଉପଖଣ୍ଡ ଆରକ୍ଷୀ ଅଧିକାରୀ ହେମନ୍ତ କୁମାର ପଣ୍ଡା, ଗୋଷ୍ଟୀ ଉନ୍ନୟନ ଅଧିକାରୀ ନିତ୍ୟାନନ୍ଦ ସାହୁ, ଡେପୁଟି କଲେକ୍ଟର ଦାରିଦ୍ର୍ୟ ଭଂଜନ ମଦନ ମୋହନ ପାତ୍ର, ସାଧାରଣ ସଂପାଦକ ଜୟନ୍ତ ଭୂତିଆ, ଯୁଗ୍ମ ସଂପାଦକ ରଂଜିତ ମହାପାତ୍ର, ସୂଚନା ଲୋକ ସଂପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୋଷାଧ୍ୟକ୍ଷ ଅଶୋକ ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × one =