ଓଡ଼ିଶା ସମାଚାର

ଗୋରକ୍ଷା ହିଂସାକାରୀଙ୍କୁ ଦଣ୍ଡିତ କରିବା ଦିଗରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ଓଡ଼ିଶା ସୁରକ୍ଷା ସେନାର ସ୍ୱାଗତ

ଗୋରକ୍ଷା ହିଂସାକାରୀଙ୍କୁ ଦଣ୍ଡିତ କରିବା ଦିଗରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ଓଡ଼ିଶା ସୁରକ୍ଷା ସେନାର ସ୍ୱାଗତ

July 17
17:01 2017

ଭୁବନେଶ୍ୱର, ୧୭/୦୭/୨୦୧୭(ଓଡ଼ିଶା ସମାଚାର)-ଗୋରକ୍ଷା ନାମରେ ହିଂସାକାଣ୍ଡ ଘଟାଉଥିବା ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ଓଡ଼ିଶା ସୁରକ୍ଷା ସେନା ଖୋଲା ହୃଦୟରେ ସ୍ୱାଗତ ଜଣାଇଛି । ଗୋରକ୍ଷା କରିବା ଆଢ଼ୁଆଳରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ନାନାପ୍ରକାର ଅପରାଧ ଓ ବେଆଇନ କାର୍ଯ୍ୟକଳାପ ଚଳାଉଛନ୍ତି । ଯାହାକି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରୁଛି ବୋଲି ଓଡ଼ିଶା ସୁରକ୍ଷା ସେନାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅଭିଷେକ ଯୋଶୀ ପ୍ରକାଶ କରିଛନ୍ତି । ଶ୍ରୀ ଯୋଶୀ ଏଭଳି ଅପରାଧମୂଳକ କାର୍ଯ୍ୟ କରୁଥିବା ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କୁ ଧରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ପ୍ରକାଶ ଥାଉ କି ଓଡ଼ିଶା ସୁରକ୍ଷା ସେନା ଦୀର୍ଘଦିନ ଧରି ହିନ୍ଦୁଧର୍ମ ଓ ସଂସ୍କୃତିକୁ ବଂଚାଇ ରଖିବା ଦିଗରେ କାର୍ଯ୍ୟ କରିଆସୁଛି । ଗୋରକ୍ଷା ଏବଂ ସଂରକ୍ଷଣ ପାଇଁ ମଧ୍ୟ ବହୁ କାର୍ଯ୍ୟକ୍ରମ ସେନା ପକ୍ଷରୁ କରାଯାଇଛି । ଶୃଙ୍ଖଳିତ କାର୍ଯ୍ୟକଳାପ ହିଁ ହିନ୍ଦୁଧର୍ମ ଓ ସଂସ୍କୃତିର ପ୍ରତୀକ । ତେଣୁ ଗୋରକ୍ଷା ଆଢ଼ୁଆଳରେ କରାଯାଉଥିବା ବେଆଇନ୍ କାର୍ଯ୍ୟକଳାପ ବିରୁଦ୍ଧରେ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେନା ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × three =