ଓଡ଼ିଶା ସମାଚାର

ଓମ୍ଫେଡ଼ ଦୁଗ୍ଧ ଗାଡ଼ି ରୂପେ ସଜ୍ଜିତ ଭ୍ୟାନ୍ରୁ ଚେରା କେନ୍ଦୁପତ୍ର ଜବତ – ୩ ଗିରଫ

ଓମ୍ଫେଡ଼ ଦୁଗ୍ଧ ଗାଡ଼ି ରୂପେ ସଜ୍ଜିତ ଭ୍ୟାନ୍ରୁ ଚେରା କେନ୍ଦୁପତ୍ର ଜବତ – ୩ ଗିରଫ

July 17
14:01 2017

 

ସମ୍ବଲପୁର, ୧୭/୦୭/୨୦୧୭(ଓଡ଼ିଶା ସମାଚାର)- ଓମଫେଡ଼ ଦୁଗ୍ଧ ପରିବହନକାରୀ ଭ୍ୟାନ୍ ଭାବରେ ଗାଡ଼ିକୁ ସଜ୍ଜିତ ବା ରଙ୍ଗାୟିତ କରି ଏହାରି ଆଳରେ କେନ୍ଦୁପତ୍ର ଚୋରା କାରବାର ଚାଲିଥିବା ଘଟଣାକୁ ପୋଲିସ ଧରିଛି । ନାକଟିଦେଉଳ ପୋଲିସ ଓମ୍ଫେଡ଼ର ଚିତ୍ରଥିବା ଓଡ଼ି-୧୧ଇ-୩୫୩୯ ନମ୍ବର ବିଶିଷ୍ଟ ଏକ ଅଶୋକ ଲେଲାଣ୍ଡ ଭ୍ୟାନ୍କୁ ଆଜି ଭୋର ସମୟରେ ଧରିଛନ୍ତି । ଏଥିରେ ୧୦ କ୍ୱିନ୍ଟାଲ ଓଜନର ୨୪୫ ବଣ୍ଡଲ କେନ୍ଦୁପତ୍ରର ଚୋରା ଚାଲାଣ କରାଯାଉଥିଲା । ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବେଉଟିବେଡ଼ା ଗ୍ରାମ ନିବାସୀ ମୋହନ ଚନ୍ଦ୍ର ମହନ୍ତ (୫୨), ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କ୍ଷେତ୍ରର ସର୍ବେଶ୍ୱର ମହନ୍ତ (୫୦) ଏବଂ ସମ୍ବଲପୁର ଜିଲ୍ଲା •ରମାଲ ଥାନା ଅନ୍ତର୍ଗତ ଶ୍ରୀମୁଖୀ ଗ୍ରାମର ଶୁକଦେବ ଦେହୁରୀ (୪୫) । ଏହି କେନ୍ଦୁପତ୍ର ଡଇଁଚା ଗ୍ରାମରୁ କେନ୍ଦ୍ରାପଡ଼ାକୁ ଚାଲାଣ ହେଉଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

16 − seven =