ଓଡ଼ିଶା ସମାଚାର

ବନ୍ୟାପ୍ଳାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

ବନ୍ୟାପ୍ଳାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

ବନ୍ୟାପ୍ଳାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା
July 17
13:32 2017

ଭୁବନେଶ୍ୱର, ୧୭/୦୭/୨୦୧୭(ଓଡ଼ିଶା ସମାଚାର/ପ୍ରଭାକର ସାହୁ)-ସଂପ୍ରତି ରାୟଗଡା , କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ସମୟରେ ସ୍ୱାସ୍ଥ୍ୟସେବା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଭାଗୀୟ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟାଂଚଳରେ ଜଳବନ୍ଦି ହୋଇ ରହିଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା , ଆବଶ୍ୟକସ୍ଥଳେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିବା , ଯଥେଷ୍ଟ ପରିମାଣର ଓ.ଆର୍.ଏସ୍ , ହାଲୋଜେନ ବଟିକା , ସାଲାଇନ୍ , ସାପକାମୁଡା ଇଂଜେକ୍ସନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ଉପଲବ୍ଧ କରାଯିବା ସଂପର୍କରେ ଆଲୋଚନା କରି ସଜାଗ ରହି ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛନ୍ତି । ଗତକାଲିଠାରୁ ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ ଡାଃ କୈଳାସ ଚନ୍ଦ୍ର ଦାଶ ରାୟଗଡା ଯାଇଥିବା ବେଳେ ଆଜି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଧେଶକ ଡାଃ ବିନୋଦ ମିଶ୍ର ଆଜି କଳାହାଣ୍ଡି ଜିଲ୍ଲାକୁ ଯାଉଛନ୍ତି । ସଂପୃକ୍ତ ଜିଲ୍ଲାର ନୋଡାଲ ଅଫିସରମାନେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ତଦାରଖ କରୁଛନ୍ତି । ସଂପୃକ୍ତ ଜିଲ୍ଲାମାନଙ୍କରେ ପାଣିଘେରରେ ରହିଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଧେଶ ଦେଇଛନ୍ତି ।
ବନ୍ୟା ପରବର୍ତି ସମୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚାଲେଞ୍ଜ । କାରଣ ବନ୍ୟା ପାଣି ହ୍ରାସ ପାଇବା ପରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । ସେଥି ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ସହ ସମସ୍ତ ସ୍ୱାସ୍ଥ୍ୟ ପଦାଧିକାରୀ ଏବଂ କର୍ମଚାରୀମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ହେବ । କୌଣସି ସ୍ଥାନରେ ଯେପରି ମହାମାରୀ ଦେଖା ନଯାଏ ସେଥି ପ୍ରତି ସର୍ବେକ୍ଷଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହିତ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଧେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରକ୍ଷାକରି କାର୍ଯ୍ୟକରିବାକୁ ପରାମର୍ଶ
ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ , ଅତିରିକ୍ତ ସଚିବ ସୁରଜିତ ଦାଶ , ଯୁଗ୍ମ ସଚିବ ଅଜିତ ମିଶ୍ର , ପରିବାର କଲ୍ୟାଣ ନିର୍ଦ୍ଧେଶକ ଡାଃ ବିନୋଦ ମିଶ୍ର , ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଡାଃ ଜେ.କେ.ତ୍ରିପାଠୀ , ଯୁଗ୍ମନିର୍ଦ୍ଧେଶକ ଡାଃ ମଦନ ମୋହନ ପ୍ରଧାନ ଏବଂ ଉପନିର୍ଦ୍ଧେଶକ ଡାଃ ଅର୍ଘ୍ୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nine − 1 =