ଓଡ଼ିଶା ସମାଚାର

ପ୍ରକୃତିର ବୈଚିତ୍ର : ବ୍ରହ୍ମ କମଳ – ହରିଶ୍ ଚନ୍ଦ୍ର କର

ପ୍ରକୃତିର ବୈଚିତ୍ର : ବ୍ରହ୍ମ କମଳ – ହରିଶ୍ ଚନ୍ଦ୍ର କର

ପ୍ରକୃତିର ବୈଚିତ୍ର : ବ୍ରହ୍ମ କମଳ – ହରିଶ୍ ଚନ୍ଦ୍ର କର
July 17
08:17 2017

ବଗିଚା କାମ ଏକ ଅତ୍ୟନ୍ତ ଆମୋଦ ଦାୟକ ରୁଚି I ଏଥିରେ ବେଳେବେଳେ ଅତ୍ୟନ୍ତ ବିରଳ ଗଛ ବା ଫୁଲଟିଏ ଉପୁଜାଇ ପାରିଲେ ଖୁବ ଖୁସି ଲାଗେ I ସେମିତି ଏକ ଫୁଲ ହେଲା ବ୍ରହ୍ମ କମଳ I
କି ବିଚିତ୍ର ସତେ ଏ ବୃକ୍ଷଲତା ଓ ଜୀବଜଗତ Iବ୍ରହ୍ମ କମଳ ପ୍ରକୃତିର ଏକ ବୈଚିତ୍ର Iପତ୍ରରୁ ଗଛ, ପୁଣି ପତ୍ରରୁ ପତ୍ର Iସେଥିରୁ ପ୍ରାୟ ଆଂଗୁଳି ମୋଟ ୧୫ ସେ.ମିI. ନାଡରୁ ପଦ୍ମ ପରି ଫୁଲ I ଭୁରୁଭୁରୁ ସୁରଭିତ ସୁବାସ I ଫୁଲ ସନ୍ଧ୍ୟା ୭ ଟା ରେ ଫୁଟି ପ୍ରାୟ ୫ ଘଣ୍ଟା ପରେ ରାତିରେ ହିଁ ମଉଳି ଯାଏ Iଅନ୍ୟ ଦେଶରେ ଏହାକୁ ‘ରାତିର ରାଣୀ’ ବି କହିଥାନ୍ତି Iରାତିରେ ଫୁଟି ରାତିରେ ମଉଳି ଯାଉ ଥିବାରୁ ‘ବ୍ରହ୍ମ କୁମୁଦ’ ନାମ ହୁଏତ ଅଧିକ ପ୍ରଯୁଜ୍ୟ ହୁଅନ୍ତାI ପ୍ରକୃତରେ ଜାପାନରେ ଏହାକୁ ‘ଚନ୍ଦ୍ର ତଳେ ସୌନ୍ଦର୍ଯ୍ୟ’ବୋଲି କୁହାଯାଇଥାଏI
ଏ ଫୁଲ ଅତ୍ୟନ୍ତ ବିରଳ I ଏହାର ବିଜ୍ଞାନ-ଭିତ୍ତିକ ନାମ ହେଲା ଇପିଫାଈଲମ ଅକ୍ସିପେଟାଲମ (Epiphyllumoxypetalum)Iଏହି ଫୁଲଗଛ ହିମାଳୟରେ ସାଧାରଣତଃ ଦେଖିବାକୁ ମିଳିଥାଏI ଏହା ଭାରତ ଛଡା, ମେକ୍ସିକୋ, ଦକ୍ଷିଣ ଆମେରିକା, ବର୍ମା ତିବବତ୍, ଜାପାନ୍, ଶ୍ରୀଲଂକା ଓ ଚୀନରେ ଦେଖିବାକୁ ମିଳିଥାଏ I ଏହା ବର୍ଷରେ ଥରେ କିଛିଦିନ ପାଇଁ ହିଁ ଫୁଟିଥାଏ I
ବ୍ରହ୍ମ କମଳ ଏକ ପ୍ରକାରର କାକଟସ୍ I ଏ ଗଛ ପାଇଁ ବେଶୀ ପାଣି ଦରକାର ହୁଏନି I ଦୁଇ ତିନି ଦିନରେ ଥରେ ପାଣି ଦେଲେ ଯଥେଷ୍ଟ I ବେଶୀ ପାଣି ଦେଲେ ଗଛ ମରିଯାଇପାରେ Iଛାଇ ଛାଇ ଖରା ଜାଗାରେ ଏ ଗଛ ଭଲ ହୁଏ I
ଏହାର ଔଷଧୀୟ ଗୁଣ ରହିଛି I ତିବ୍ବତୀୟ ଔଷଧ ଶାସ୍ତ୍ରରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ I
ଏ ବର୍ଷ ଆମ ବଗିଚାରେ ଅନେକ ବ୍ରହ୍ମ କମଳ ଫୁଲ ଫୁଟିଛି Iଖୁସିର କଥା ଯେ ବହୁ କୌତୁହଳୀ ବ୍ୟକ୍ତି ଓ ପୁଷ୍ପ ବିଜ୍ଞାନୀମାନେ ଏହି ଗଛ ଓ ଫୁଲସହ ପରିଚିତ ହୋଇପାରିଛନ୍ତି I
୧୩୦, ରତ୍ନାକର ବାଗ
ଭୁବନେଶ୍ବର, ୭୫୧୦୧୮

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × two =