ଓଡ଼ିଶା ସମାଚାର

ବିରାଶାଳରେ ଓଡ଼ିଆଭାଷା ତାଲିମ୍ ଶିବିର

ବିରାଶାଳରେ ଓଡ଼ିଆଭାଷା ତାଲିମ୍ ଶିବିର

ବିରାଶାଳରେ ଓଡ଼ିଆଭାଷା ତାଲିମ୍ ଶିବିର
July 17
07:59 2017

ଭୁବନ,୧୭/୦୭/୨୦୧୭(ଓଡ଼ିଶା ସମାଚାର)-କକଂଡ଼ାହାଡ଼ ବ୍ଳକ ଅର୍ନ୍ତଗତ ବିରାଶାଳ, କମ୍ପୁଲେଇ, ତରାଜଂଗ, ରାଇବୋଲ, କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଭାଷା ଶିକ୍ଷାଦାନ କରୁଥିବା ୫୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ୫ ଦିନିଆ ତାଲିମ୍ ଶିିବିର ବିରାଶାଳ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷିକ ଭାବରେ ସମୀର କୁମାର ନାୟକ, ନବକିଶୋର ସାହୁ, ସିପୁନ୍ ପୃଷ୍ଟି ଓ ମାଧବ ଚନ୍ଦ୍ର ସା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବ୍ୟାକରଣ, ଲିଖନ, ପଠନ, ଶ୍ରବଣ, ପ୍ରକଳ୍ପ କାର୍ଯ୍ୟ, ଭାଷା ଶିକ୍ଷାର ସମସ୍ୟା ଓ ଆଲୋଚନା, ଶିକ୍ଷଣ ପଥ ସମ୍ବଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ବିରାଶାଳ କ୍ଲଷ୍ଟରର ସାଧନ କମୀ ରଂଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ୍ ଶିବିରକୁ କମ୍ପୁଲେଇ କ୍ଳଷ୍ଟର ସିଆର.ସି ପ୍ରେମାନନ୍ଦ ପାଣିଗ୍ରାହୀ, ତରାଜଂଗ ସିଆରସି. ଦେବରାଜ.. ରାଉତ ରାଇବୋଲ ସିଆରସି ପ୍ରଭାକର ସ୍ୱାଇଁ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eleven − 7 =