ଓଡ଼ିଶା ସମାଚାର

୨୫ ସୁଦ୍ଧା କାପୁଡିଆଙ୍କୁ ଓବିସି ସାର୍ଟିଫିକେଟ ନମିଳିଲେ ୨୬ ରେ ଭୁବନ ତହସିଲ ଅଫିସ ଘେରାଉ ନିଷ୍ପତି

୨୫ ସୁଦ୍ଧା କାପୁଡିଆଙ୍କୁ ଓବିସି ସାର୍ଟିଫିକେଟ ନମିଳିଲେ ୨୬ ରେ ଭୁବନ ତହସିଲ ଅଫିସ ଘେରାଉ ନିଷ୍ପତି

July 17
07:29 2017

ଭୁବନ,୧୭/୦୭/୨୦୧୭(ଓଡ଼ିଶା ସମାଚାର)-ଭୁବନ ଏନ.ଏ.ସି ରେ ସର୍ବାଧିକ ଜନବହୁଳ ଜାତି କାପୁଡିଆ ବ୍ୟକ୍ତିମାନଙ୍କୁ ଆସନ୍ତା ୨୫ ତାରିଖ ସୁଦ୍ଧା ପଛୁଆ ବର୍ଗ ସାର୍ଟିଫିକେଟ ନମିଳିଲେ ୨୬ ତାରିଖ ଦିନ ଦିବା ୧୦ ଘଟିକା ସମୟରେ କାପୁଡିଆ ସମାଜ ତରଫରୁ ଏକ ବିଶାାଳ ପଟୁଆର ସହର ପରିକ୍ରମା କରି ତହସିଲ ଅଫିସ ଘେରାଉ କରିବା ସହିତ ରାଜ୍ୟ ପ୍ରଶାସନ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ।
ବେହେରା ସାହି ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀୟୁ ଙ୍କ ମନ୍ଦିର ରେ ରବିବାର ଅପରାହ୍ନରେ କାପୁଡିଆ ସମାଜ ସଭାପତି ବାସୁଦେବ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଏ ସଂପର୍କରେ ନିଷ୍ପତି ନିଆଯିବା ପରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଉପରୋକ୍ତ ଘୋଷଣା କରାଯାଇଥିଲା । ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କୁହାଯାଇଥିଲା ଯେ,ସରକାରଙ୍କ ଓବିସି ତାଲିକା ନମ୍ବର-୬୧ ଓ ଏସଇବିସି ତାଲିକା ନମ୍ବର-୬୩ ରେ କାପୁଡିଆ ମାନେ ପଛୁଆବର୍ଗ ବୋଲି ଉଲ୍ଲେଖ ଥିବାରୁ ରାଜ୍ୟର ପ୍ରାୟ ସମସ୍ତ ତହସିଲରେ କାପୁଡିଆଙ୍କୁ ପଛୁଆବର୍ଗ ଜାତି ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲରେ କାପୁଡିଆ-କପଡିଆ ଦୁଇଟି ଜାତି ଦର୍ଶାଇ ସାର୍ଟିଫିକେଟ ଦିଆଯାଉନାହିଁ । ୨୦୦୪ ପରଠାରୁ ଏହି ସମସ୍ୟା ଉପୁଜିଛି । ତେବେ ଯେଉଁ ମାନଙ୍କ ପଟ୍ଟାରେ କାପୁଡିଆ ବୋଲି ଉଲ୍ଲେଖ ଅଛି ଅତିରିକ୍ତ ତହସିଲଦାର ସେମାନଙ୍କ ଠାରୁ ଉକୋôଚ ନେଇ ଗତ ଦୁଇ ବର୍ଷ ପୂର୍ବେ କେତେକ ବ୍ୟକ୍ତିଙ୍କୁ ଭିତିରିଆ ସାର୍ଟିଫିକେଟ ଦେଉଥିଲେ । କିନ୍ତୁ ଶୁବାଶିଷ ମାନସିଂ ଏଠାରେ ତହସିଲଦାର ଭାବେ ଯୋଗଦେବା ପରେ କାପୁଡିଆ-କପଡିଆ ଦୁଇଟି ଜାତି ଦର୍ଶାଇ ଆଦୌ ସାର୍ଟିଫିକେଟ ଦେଲେନାହିଁ । ମାନସିଂ ଏଠାରୁ ବିଦା ହୋଇ ଅନ୍ୟତ୍ର ଯିବାପରେ ପରୀକ୍ଷିତ ସାହୁ ଏଠାରେ ବର୍ତମାନ ତହସିଲଦାର ଭାବେ ଯୋଗଦେଇଛନ୍ତି,ସେ ମଧ୍ୟ ସାର୍ଟିଫିକେଟ ଦେବାକୁ ମନା କରୁଥିବାରୁ ଶିକ୍ଷିତ ଯୁବଗୋଷ୍ଠୀ ନାନାଦି ହଇରାଣ ହେଉଛନ୍ତି । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ସରକାରଙ୍କ ପ୍ରଦତ ଭତା ପାଇପାରୁନାହାଁନ୍ତି ଓ କଲେଜରେ ଆଡମିଶନ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏନେଇ କାପୁଡିଆ ସମାଜରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତକôାଳୀନ ଭୁବନ ତହସିଲଦାର ଚିଠି ନଂ-୬୨୮/ତା.୨୪.୦୪.୨୦୦୭ ରେ ଏବଂ ତକôାଳୀନ ଢେଙ୍କାନାଳ ଜିଲ୍ଲାପାଳ ଚିଠି ନଂ-୧୦୩୯/ତା.୦୩.୦୮.୨୦୦୭ ରେ ଭୁବନ ରେ ବସବାସ କରୁଥିବା କାପୁଡିଆ/କପଡିଆ ଦୁଇଟି ନୁହେଁ ଗୋଟିଏ ଓ ଅଭିନ୍ନ ତଥା ଦଲିଲ ଲେଖକ ମାନେ ଭୁଲ କରି ଆରଓଆର ପଟ୍ଟାରେ କପଡିଆ-କାପୁଡିଆ ବୋଲି  ଉଲ୍ଲେଖ କରିଥିବା ସଂପର୍କରେ ବିଭିନ୍ନ ଜାତି/ସଂପ୍ରଦାୟ ଲୋକଙ୍କ ମତାମତ ନେଇ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ସଂପର୍କରେ ଚିଠି ନଂ-୩୧୬୯/ତା.୨୨.୦୧.୨୦୦୮ ରେ ପଛୁଆବର୍ଗ କମିଶନଙ୍କୁ ମଧ୍ୟ ଜଣାଇଥିଲେ । ଗତ ତା ୨୭.୦୨.୨୦୦୮ ରେ ଗୋପୀନାଥ ସେଠୀ (ଡେପୁଟି ସେକ୍ରେଟାରୀ ଟୁ ଗଭର୍ଣ୍ଣମେଂଟ) ମଧ୍ୟ ନିଜ ମନ୍ତବ୍ୟ ଦେଇଥିଲେ । ଏତେ ସବୁ ବାଦ ଭୁବନ ତହସିଲରେ କାପୁଡିଆଙ୍କୁ ପଛୁଆବର୍ଗ ଜାତି ପ୍ରମାଣପତ୍ର ନମିଳିବା ବାସ୍ତବିକ ଦୁଃଖ ଦାୟକ ବୋଲି କହିବା ସହ ଏ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କୁ  ଦୁଇ ଦୁଇ ଥର ସମାଜ ତରଫରୁ ଚିଠିଦ୍ୱାରା ନିବେଦନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ ବୋଲି ସଭାପତି ବାସୁଦେବ ବେହେରା ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ଓ ଆସନ୍ତା ୨୫ ତାରିଖ ସୁଦ୍ଧା ସାର୍ଟିଫିକେଟ ନମିଳିଲେ ୨୬ ତାରିଖ ଦିନ ଆନ୍ଦୋଳନ ମାଧ୍ୟମରେ ନ୍ୟାର୍ଯ୍ୟଦାବି ହାସଲ କରାଯିବାକୁ  ହୋଇଥିବା ନିଷ୍ପତି ସଂପର୍କରେ ତହସିଲଦାର, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇ ଦିଆଯାଇଛି ବୋଲି  ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ପୂର୍ଣ୍ଣଚନ୍ଦ୍ର ବେହେରା,କୋଷାଧ୍ୟକ୍ଷ ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ସମେତ ଦିଲ୍ଲୀପ କୁମାର ଦାସ, ସତ୍ୟାନନ୍ଦ ପୃଷ୍ଟି, ନିରଂଜନ ଗୁରୁ, ବିପିନ ବିହାରୀ ଦାସ, ଖଗେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen + 7 =