ଓଡ଼ିଶା ସମାଚାର

ଓଡ଼ିଶୀ ନୃତ୍ୟର ନୂତନ ଧାରା ପ୍ରବର୍ତକ ଥିଲେ ଗୁରୁ ଡ଼. ଦେବପ୍ରସାଦ ଦାସ

ଓଡ଼ିଶୀ ନୃତ୍ୟର ନୂତନ ଧାରା ପ୍ରବର୍ତକ ଥିଲେ ଗୁରୁ ଡ଼. ଦେବପ୍ରସାଦ ଦାସ

July 17
06:44 2017

ଭୁବନେଶ୍ୱର, ୧୭/୦୭/୨୦୧୭(ଓଡ଼ିଶା ସମାଚାର)-ଗୁୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ନୃତ୍ୟାନୁଷ୍ଠାନ ‘ଦେବାଙ୍ଗନା’ ଦ୍ୱାରା ଆୟୋଜିତ ଦୁଇଦିନର ନୃତ୍ୟ ଉତ୍ସବ ‘ପରିପୂର୍ଣ୍ଣା’ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟକୁ ଅନ୍ତର୍ଜାତୀୟ ସ୍ତରକୁ ଉତିର୍ଣ୍ଣ କରି ବହୁବିଧ ନୃତ୍ୟ ସଂଯୋଜନାରେ ଅନେକ ଶିଳ୍ପୀଙ୍କୁ କଳାସାଧନାରେ ନିମଗ୍ନ କରାଇଥିବା ଗୁରୁ ଡ. ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ଶିଳ୍ପୀଗୁରୁ ଡ. ରଘୁନାଥ ମହାପାତ୍ର ଏବଂ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ନିର୍ଦ୍ଧେଶକ ସୁରେଶ ଚନ୍ଦ୍ର ହୋତା ।
ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀକୁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପହଂଚାଇବାର ବିଶେଷ ଭୂମିକା ନିର୍ବାହ କରିଥିବା ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସଙ୍ଗୀତା ଦାସଙ୍କୁ ‘ଦେବାଙ୍ଗନା’ ତରଫରୁ ‘ପରିପୂର୍ଣ୍ଣା ସମ୍ମାନ-୨୦୧୭’ରେ ବିଭୂଷିତ କରାଯାଇଥିଲା । ଗୁରୁ ଡ. ଦାସଙ୍କ ଜୀବନବ୍ୟାପୀ ସାଧନା ଓ ସିଦ୍ଧିକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ବୃତଚିତ୍ର ‘ସ୍ମୃତି ଦର୍ପଣ’ର ଲୋର୍କାପଣ କରିଥିଲେ ଉପସ୍ଥିତ ଅତିଥିବୃନ୍ଦ । ଏହାପରେ ମଂଚକୁ ପ୍ରବେଶ କରିଥିଲେ ନୃତ୍ୟଶିଳ୍ପୀ ଡ. ଇଲିଆନା ସୀତାରିଷ୍ଟ ଓ ପରିବେଷର କରିଥିଲେ ‘ଛାଡ଼ିଦେରେ କାହ୍ନା’ ଯାହା ରାଗ ସାବେରୀ ଓ ଏକତାଳିରେ ନିବଦ୍ଧ ଥିଲା । ନମିତା ରାୟ ମସ୍ଥ କରିଥିଲେ ‘ନାଗରରାଜ, ସତୀଙ୍କୁ କଲା ନିର୍ଲଜ’ର ଅଭିନୟ । ନୃତ୍ୟଶିଳ୍ପୀ ସୁହାଗ ନଳିନୀ ଦାସ ବାଢି ଦେଇଥିଲେ ଅଭିନୟ ‘ନାହିଁ କେ କରିଦେଲା’ । ସମ୍ବର୍ଦ୍ଧିତା ନୃତ୍ୟାଙ୍ଗନା ସଙ୍ଗୀତ ଦାସଙ୍କ ଅଭିନୟ ‘ମୋହନେ ଦେଲି ଚହିଁ ଗୋ’ ବେଶ୍ ନିଖୁଣ ଓ ଉଚ୍ଚକୋଟୀର ହୋଇଥିଲା । ଶିଳ୍ପୀ ମମତା ଶତପଥୀ ଓ ଦିପ୍ତୀ ମିଶ୍ର ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟ ସଂଯୋଜନାକୁ ଅଭିନୟରେ ପରଷି ଦେବା ପରେ ମଂଚରେ ବାସକ ସଜ୍ଜା ନାୟିକାର ଅଭିବ୍ୟକ୍ତିକୁ ଭାବପୂର୍ଣ୍ଣ ଭାବେ ଉପସ୍ଥାପନା କରିଥିଲେ ଗୁରୁ ଡ ଦାସଙ୍କ ସୁକନ୍ୟା ବିପଂଚି ଦାସ ‘ସଖୀ ଗୋ ମୋର କୁଞ୍ଜକୁ ଆଜ’ର ଅଭିନୟ ଜରିଆରେ । ‘ଦେବାଙ୍ଗନା’ର ଅଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ପରିଚାଳିତ ଓ ଗୁରୁ ଭରତ ଚରଣ ଗିରିଙ୍କ ନିର୍ଦ୍ଧେିଶିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ମୃତୁ୍ୟଞ୍ଜୟ ରଥ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × five =