ଓଡ଼ିଶା ସମାଚାର

ନାଗରିକ ସମ୍ବର୍ଦ୍ଧନା ଓ ସଙ୍ଗୀତ ସନ୍ଧ୍ୟା

ନାଗରିକ ସମ୍ବର୍ଦ୍ଧନା ଓ ସଙ୍ଗୀତ ସନ୍ଧ୍ୟା

July 16
21:34 2017

ଭୁବନେଶ୍ୱର, ୧୬/୦୭/୨୦୧୭(ଓଡ଼ିଶା ସମାଚାର)-କ୍ରୀଡ଼ା ମହାକୁମ୍ଭର ସଫଳତା ରାଜ୍ୟକୁ ଗୌରବ ଆଣିଛି । ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ଜୟଦେବ ଭବନଠାରେ ଆୟୋଜିତ ଅଭିନନ୍ଦନ ମହୋତ୍ସବ-୨୦୧୭ରେ ବିଶିଷ୍ଟ ବ୍ୟକ୍ତିମାନେଆନନ୍ଦ ପ୍ରକାଶ କରିଛନ୍ତି । ଏହି ଅପୁର୍ବ ସଫଳତା ନିମନ୍ତେ ଓଡ଼ିଶାକୁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେମାନେ ମତ ଦେଇଛନ୍ତି । ସଚେତନ ନାଗରିକ ମଂଚ, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଥିଲା ଏ କାର୍ଯ୍ୟକ୍ରମ । ଆସନ୍ତା ୧୮ ତାରିଖରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ସାଫଲ୍ୟ ସାରଥୀ’ ସମ୍ମାନରେ ସମ୍ମାନିତ କରାଯିବ । ଆଜି ସନ୍ଧ୍ୟାରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ପ୍ରଦୋଷ  ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଭାଗୀୟ ସଚିବ ବିଶାଳ େଽବ, ନିର୍ଦ୍ଧେଶକ ଆର୍. ଭିନିଲ୍କ୍ରିଷ୍ଣା ଏବଂ ବିଡିଏ ଉପାଧ୍ୟକ୍ଷ ଡ. କ୍ରିଷନ୍ କୁମାରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ, ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ଡ. ରଘୁନାଥ ମହାଌାତ୍ର ଅତିଥି ଭାବେ ଯୋଗଦେଇଥିଲେ । ସମ୍ପାଦକ ଦିଲ୍ଲୀପ୍ ହାଲି ପ୍ରାରମ୍ଭିକ ସୂଚନା ଦେଇଥିଲେ । ପରେ ବିଶିଷ୍ଟ କଣ୍ଠଶିଳ୍ପୀ ସୌରଭ ନାୟକ, ବିଚିତ୍ରାନନ୍ଦ ଦେଓ, ଛନ୍ଦ ମିଶ୍ର, ଅଭିଜିତ୍ ମିଶ୍ର, ପର୍ଣ୍ଣବ ପଣ୍ଡା, ଇପ୍ସିତା ପଣ୍ଡା, ଶ୍ୱେତା ମିଶ୍ର, ଶୁଭେନ୍ଦ୍ର ନାୟକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଶିଶୁ କଳାକାର ରାକେଶ ବିଶ୍ୱାଳ ବେହେଲା ବାଦନ କରିଥିଲେ । କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ଶ୍ରୀନିବାସ ଘଙ୍କୁଆରୀ । ‘ଦେବାଙ୍ଗନା’ ‘ଅରିପୂର୍ଣ୍ଣା ଉତ୍ସବ’ ଉଦଘାଟିତ ଗୁରୁ ଦେବ ପ୍ରସାଦ ଦାସ ଫାଉଣ୍ଡେସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ନୃତ୍ୟାନୁଷ୍ଠାନ ‘ଦେବାଙ୍ଗନା’ ପକ୍ଷରୁ ଦୁଇଦିନିଆ ନୃତ୍ୟ ଉତ୍ସବ ‘ଅରିପୂର୍ଣ୍ଣା’ ଉଦ୍ଘାଟିତ ହୋଇଯାଇଛି । ଏହିସନ୍ଧ୍ୟାକୁ ଶିଳ୍ପୀଗୁରୁ ଡ. ରଘୁନାଥ ମହାପାତ୍ର, ଏୟାରପୋର୍ଟ ଅଥରିଟି ଅଫ୍ ଇତ୍ପିଆ ଭୁବନେଶ୍ୱରର ନିର୍ଦ୍ଧେଶକ ସୁରେଶ ଚନ୍ଦ୍ର ହୋତା, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଗୁରୁ ପ୍ରଫୁଲ୍ଲ କୁମାର କର, ଗୁରୁମା ଜିତାରାଣୀ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସଙ୍ଗୀତା ଦାସଙ୍କୁ ‘ଅରିପୁର୍ଣ୍ଣା ସମ୍ମାନ-୨୦୧୭’ରେ ସମ୍ମାନିତ କରାଯାଇଥିଲା । ୧୦ହଜାର ଟଙ୍କାର ଅର୍ଥରାଶି ସାଙ୍ଗକୁ ମାନପତ୍ର, ସ୍ମୃତିଫଳକ ଏବଂ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ପରେ ଗୁରୁ ଦେବପ୍ରସାଦ ଦାସଙ୍କ ଜୀବନବ୍ୟାପୀ ସାଧନା ଓ ସିଦ୍ଧିକୁ ନେଇ ଌ୍ରସ୍ତୁତ ସ୍ୱତନ୍ତ୍ର ବୃତଚିତ୍ର ‘ସ୍ମୃତି ଅର୍ପଣ ପ୍ରଦର୍ଶିତ ହୋଇଥିଲା । ସନ୍ଧ୍ୟାରେ ମଂଚକୁ ପ୍ରଥମେ ପ୍ରବେଶ କରିଥିଲେ ନୃତ୍ୟଶିଳ୍ପୀ ଡ. ଇଲିଆନା ସିତାରିସ୍ତି । ରାଗ ସାବେରୀ ଏବଂ ଏକତାଳିରେ ସେ ‘ଛାଡ଼ିଦେରେ କାହ୍ନା’ ପରିବେଷଣ କରିଥିଲେ । ନମିତା ରାୟ ମଂଚସ୍ଥ କରିଥିଲେ ‘ନାଗରରାଜ, ସତୀଙ୍କୁ କଲା ନିର୍ଲଜ’ର ଅଭିନୟ । ନୃତ୍ୟଶିଳ୍ପୀ ସୁହାଗ ନଳିନୀ ଦାସ ବଢ଼ି ଦେଇଥିଲେ ଅଭିନୟ ‘ନାହିଁ କେ କରିଦେଲା’ । ସଙ୍ଗୀତା ଦାସ ଅଭିନୟରେ ‘ମୋହନେ ଦେଲି ଚାହିଁ ଗୋ’ ବେଶ୍ ନିଖୁଣ ଓ ଉଚ୍ଚକୋଟୀର ହୋଇଥିଲା । ଶିଳ୍ପୀ ମମତା ଶତପଥୀ ଓ ଦିପ୍ତୀ ମିଶ୍ର ଗୁରୁ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ସଂଯୋଜନାକୁ ଅଭିନୟରେ ପରଷି ଦେବା ପରେ ଗୁରୁଜୀଙ୍କ ସୁକନ୍ୟା ବିପିି ଦାସ ‘ସଖୀ ଗୋ ମୋର କୁଞ୍ଜକୁ ଆଜ’ର ଅଭିନୟ କରିଥିଲେ । ‘ଦେବାଙ୍ଗନା’ର ଅଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱର ପରିଚାଳିତ ଓ ଗୁରୁ ଭରତ ଚରଣ ଗିରିଙ୍କ ନିର୍ଦ୍ଧେଶିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ମୃତୁ୍ୟଞ୍ଜୟ ରଥ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

20 − 9 =