ଓଡ଼ିଶା ସମାଚାର

ପାରାଦୀପ ପୋର୍ଟ ଷ୍ଟିଭେଡୋର୍ସ ଆସୋସିଏସନର ଶ୍ରମିକ ଶୋଷଣ ଓ ପାରାଦୀପ ବନ୍ଦର ଅଧ୍ୟକ୍ଷକଙ୍କ ଆଇନ ଉଲଘନ କାର୍ଯ୍ୟ ଅଭିଯୋଗ

ପାରାଦୀପ ପୋର୍ଟ ଷ୍ଟିଭେଡୋର୍ସ ଆସୋସିଏସନର ଶ୍ରମିକ ଶୋଷଣ ଓ ପାରାଦୀପ ବନ୍ଦର ଅଧ୍ୟକ୍ଷକଙ୍କ ଆଇନ ଉଲଘନ କାର୍ଯ୍ୟ ଅଭିଯୋଗ

ପାରାଦୀପ ପୋର୍ଟ ଷ୍ଟିଭେଡୋର୍ସ ଆସୋସିଏସନର ଶ୍ରମିକ ଶୋଷଣ ଓ ପାରାଦୀପ ବନ୍ଦର ଅଧ୍ୟକ୍ଷକଙ୍କ ଆଇନ ଉଲଘନ କାର୍ଯ୍ୟ ଅଭିଯୋଗ
July 16
21:08 2017

ପାରାଦୀପ ୧୬/୦୭/୨୦୧୭(ଓଡ଼ିଶା ସମାଚାର/ଦିପକ କୁମାର ଦାସ)-ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ୟୁନିୟନ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ ପାରାଦୀପ ବନ୍ଦର ଷ୍ଟିଭେଡୋର୍ସ ଆସୋସିଏସନ ଶ୍ରମିକ ଶୋଷଣକୁ ନେଇ ଶ୍ରମିକ ମାନଙ୍କ ଚିନ୍ତାର କାରଣ ହୋଇଛି । ଖବରରୁ ପ୍ରକାଶ ଯେ ଆସୋସିଏସନ ଅଧିନରେ ୨୧୦ଜଣ ଶ୍ରମିକ ଜେନେରାଲ ପରପୋଜ ମଜଦୁର ଭାବରେ ଆଜକୁ ଦୀର୍ଘ ୨୦ରୁ ୨୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ଶ୍ରମିକ ମାନେ ବନ୍ଦରରେ ଜାହାଜ ବୋଝେଇ, ଖଲାସ, ଟ୍ରେନ୍ ବୋଝେଇ, ରେଳଲାଇନ ସଫା, ବର୍ଥ ସଫା, ସମସ୍ତ ପ୍ଳଟ ଏବଂ ଗୋଦାମ ଗୃହ ଏବଂ ୱାଗନ ସଫା ଇତ୍ୟାଦି ସିଏଫଏଚ୍ ଶ୍ରମିକ ଏବଂ କାର୍ଗୋ ହ୍ୟାଣ୍ଡଲିଂ ଶ୍ରମିକ ମାନଙ୍କ ସହିତ କାର୍ଯ୍ୟ କରୁଥିଲେ । ସେମାନଙ୍କ ସହିତ ସମାନ ଦରମା ଓ ଅନ୍ୟାନ୍ୟ ସୁଖ ସୁବିଧା ମିଳୁନଥିଲା । ଅନ୍ୟ ଡିଏଲଆର ଶ୍ରମିକମାନେ ରହିବା ପାଇଁ ପୋର୍ଟର ଘର ଓ ପ୍ଳଟ ପାଉଥିବା ବେଳେ ଆମ୍ଭେମାନେ ୟୁନିୟନକୁ ବାରମ୍ବାର ଲିଖିତ ଭାବେ ଜଣାଇବା ପରେ କୌଣସି ସୁଫଳ ମିଳୁନଥିଲା । ଏବଂ ଷ୍ଟିଭେଡୋର୍ସ ଆସୋସିଏସନ ପ୍ରତ୍ୟେକ ମାସରେ ୭ ତରିଖରୁ ୧୦ ତାରିଖ ମଧ୍ୟରେ ଦରମା ନଦେଇ ତାଙ୍କ ମନଇଚ୍ଛା ଦରମା ଦେଉଥିଲେ । ଏହି ସମ୍ପର୍କରେ ୟୁନିୟନ ବାରମ୍ବାର ଚିଠି ଲେଖି ବିଫଳ ହେବାରୁ ବାଧ୍ୟ ହୋଇ ତା୦୮.୦୭.୨୦୧୭ରିଖରେ ଆସୋସିଏସନ ଅଫିସ ସମ୍ମୁଖରେ ସମସ୍ତ ଶ୍ରମିକମାନେ ଧାରଣା ଦେଇ ବସିଥିଲେ । ପାରାଦୀପ ଥାନର ବରିଷ୍ଠ ଅଫିସରଙ୍କ ହସ୍ତକ୍ଷେପ ଫଳରେ ୧୦ ତାରିଖରେ ଦରମା ଦେବା ପାଇଁ ଷ୍ଟିଭେଡୋର୍ସ ଆସୋସିନର କର୍ମକର୍ାମାନେ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଗାମୀ ଦିନରେ ଶ୍ରମିକ ମାନଙ୍କର ଦରମା ୭ତାରିଖରୁ ୧୦ତାରିଖ ମଧ୍ୟରେ ଦିଆନଗଲେ ଆନ୍ଦୋଳନ ତ୍ରୀର୍ବ ରୂପ ଧାରଣ କରିବ ଓ ସେଥିପାଇଁ ଷ୍ଟିଭେଡୋର୍ସ ଆସୋସିଏସନ ଦାୟୀ ରହିବ । ସେହିପରି ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାରତ ସରକାରଙ୍କ ଆଦେଶନାମାକୁ ଉଲ୍ଲଘନ କରି ଶ୍ରମିକ ମାନଙ୍କୁ ଶୋଷଣ କରିବାରେ ତପôର ହୋଇ ଉଠିଛି । ପାରାଦୀପ ବନ୍ଦରକୁ ପଡିଥିବା ସମସ୍ତ ରେଳପଥ ଗୁଡିକର ରଖଣା ବେକ୍ଷଣ କାର୍ଯ୍ୟରେ ପ୍ରାୟ ୧୦୦ଜଣ ଶ୍ରମିକ ୨୦ବର୍ଷ ଉର୍ଦ୍ଧ ସମୟ କାମ କରି ଆସୁଛନ୍ତି । ୧୩.୧୨.୨୦୧୦ରିଖରେ ଭାରତ ସରକାରଙ୍କ ରାଜପତ୍ରରେ ଘୋଷଣା କଲେ ଯେ ପାରାଦୀପ ବନ୍ଦରର ରେଳପଥ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଠିକାଦାର ବା ଠିକାଶ୍ରମିକ କାର୍ଯ୍ୟକରିପାରିବେ ନାହିଁ । ବନ୍ଦରର ଅଧ୍ୟକ୍ଷ ସରକାରଙ୍କ ଆଦେଶ ନାମାକୁ ଉଲଘନ କରି ଛୋଟ ଠିକାଦାର ନିଯୁକ୍ତି କରି କାମ କରିବା ପାଇଁ ନିଷ୍ପି ନେବାରୁ କେନ୍ଦ୍ରୀୟ ଶ୍ରମ କମିସନର ଭୁବନେଶ୍ୱର ଠିକାଦାର ବିରୁଦ୍ଧରେ ଆଇନ ଅନୁୁଯାୟୀ ପଦକ୍ଷେପ ନେବାକୁ ଚିଠି ଦେବାରୁ ଠିକାଦାର ମାନେ ହାଇକୋର୍ଟଙ୍କ ନିକଟରେ ଶ୍ରମ କମିସନରଙ୍କ ଚିଠି ଉପରେ ରହିତା ଦେଶ ଆଦେଶନାମା ଆଣିଲେ । ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ୟୁନିୟନର ଏହି କେସରେ ହାଇକୋଟ ନିକଟରେ ପକ୍ଷ ହୋଇ ଏହି ରହିତାଦେଶ ଓ ଆଦେଶନାମାକୁ  ୨୦୧୬ ମସିହାରେ ଖାରଜ କଲେ । ଏହି ଖାରଜ ଆଦେଶନାମା ପାଇବା ପରେ ବନ୍ଦର କୃପକ୍ଷ ଏହି ଛୋଟ ଛୋଟ ଠିକାଦାରମାନଙ୍କୁ କାମ ନଦେଇ ରାଇଟସ୍ ନାମକ ଏକ ବଡ ଠିକାଦାରକୁ ନିଯୁକ୍ତି କରିଛନ୍ତି । ଯଦି ଏହି ଠିକାଦାର ଆଗାମୀ ଦିନରେ ଚାଲୁ ରହିବ ଏବଂ ଶ୍ରମିକ ମାନଙ୍କ ଦରମା ଓ ଭା ଠିକ୍ ଭାବରେ ଦିଆନଯାଏ ତେବେ ଶ୍ରମିକ ମାନେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦଳନ କରିବେ ସେଥିପାଇଁ ବନ୍ଦର ପ୍ରଶାସନ ଦାୟୀ ରହିବେ ବୋଲି ୟୁନିୟନର ସମ୍ପାଦକ ସନାତନ ବେହେରା, ଉଚ୍ଛବ ସ୍ୱାଇଁ, ବୃନ୍ଦାବନ ନାୟକ କହିଛନ୍ତି ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four − two =