ଓଡ଼ିଶା ସମାଚାର

ଓଡ଼ିଶାର ସ୍ୱାଭିମାନ ସମୃଦ୍ଧି ପାଇଁ ଦୃଢ ମାନସିକତା ଓ ଏକତା ଆବଶ୍ୟକ

ଓଡ଼ିଶାର ସ୍ୱାଭିମାନ ସମୃଦ୍ଧି ପାଇଁ ଦୃଢ ମାନସିକତା ଓ ଏକତା ଆବଶ୍ୟକ

ଓଡ଼ିଶାର ସ୍ୱାଭିମାନ ସମୃଦ୍ଧି ପାଇଁ ଦୃଢ ମାନସିକତା ଓ ଏକତା ଆବଶ୍ୟକ
July 16
20:58 2017

ଭୁବନେଶ୍ୱର, ୧୬/୦୭/୨୦୧୭(ଓଡ଼ିଶା ସମାଚାର)-ଆଜି ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ‘ଭିଜନ ଓଡ଼ିଶା’ ପାଇଁ ଏକ ପରାମର୍ଶ ଓ ପ୍ରସ୍ତୁତି ବୈଠକ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ  ଓଡ଼ିଶାର ସ୍ୱାଭିମାନ ସମୃଦ୍ଧି ପାଇଁ ଦୃଢ ମାନସିକତା ଓ ଏକତାର ଆବଶ୍ୟକ । ଯଥା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ, ବିକାଶ ଓ ଅର୍ଥନୀତିର ବିକାଶ ହେବା ଦ୍ୱାରା ହିଁ ଏହି ଓଡ଼ିଆ ଜାତି ଆଗକୁ ଯାଇପାରିବ । ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ଯେ କି, ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି ସେମାନେ ସଂକୀର୍ଣ୍ଣତାର ଉଦ୍ଧ୍ୱର୍ରେ ରହି ସ୍ୱାଭିମାନର ସହିତ ଓଡ଼ିଶାର ପ୍ରଗତି ପାଇଁ ଗୁଣ୍ଡୁଚିମୂଷା ପରି ଆଗେଇ ଆସିଲେ ଏବଂ ବିକାଶର ପାଂଚଟି ମୂଳମନ୍ତ୍ରକୁ ଆଧାର କରି ‘ଭିଜନ ଓଡ଼ିଶା’ ରୂପରେଖ ପ୍ରସ୍ତୁତ କରିବା ସହିତ ଏହାର କାର୍ଯ୍ୟକାରିତା ପାଇଁ ଉପଯୁକ୍ତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ସହିତ ସବୁ ବର୍ଗର ବ୍ୟକ୍ତିବିଶେଷ ଯଥା ସରକାରୀ, ବେସରକାରୀ ଏବଂ ବ୍ୟକ୍ତିଗତ ଭାବେ ନିଷ୍ଠାର ସହିତ କାର୍ଯ୍ୟ କରିପାରିଲେ ସୁସ୍ଥ, ସମୃଦ୍ଧ ଓଡ଼ିଶା ଗଠନ ହେବା ସହ ମାତୃଭୂମି ଓ ମାତୃଭାଷାର ଗୌରବ, ସ୍ୱାଭିମାନ, ପ୍ରତିଷ୍ଠା ଜାତୀୟ ତଥା ଆର୍ନ୍ତଜାତୀୟ କ୍ଷେତ୍ରରେ ପ୍ରତିଫଳିତ ହେବ ବୋଲି ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ଅତିଥିବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ସାବତ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ ଏବଂ ଅତିଥିବକ୍ତା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ, ଜଷ୍ଟିସ୍ ହୃଦୟ ବଲ୍ଲଭ ଦାସ, ସୀତା ବଲ୍ଲଭ ମହାପାତ୍ର, ଗୁରୁକଲ୍ୟାଣ ମହାପାତ୍ର, ତୃଣମୂଳ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷା ଲତିକା ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ଶ୍ରୀକାନ୍ତ ସାମନ୍ତରାୟ, ରଶ୍ମିତା ପଣ୍ଡା, ଶୁଭ୍ରାଂଶୁ ଛାଟୋଇ, ପ୍ରମୋଦ ଦେବ, ସଂଯୁକ୍ତା ପାଣିଗ୍ରାହୀ, ପ୍ରମୋଦ ତି୍ରପାଠୀ ଏବଂ ଭୁବନେଶ୍ୱର ସଂଯୋଜକ କାମାକ୍ଷା ପ୍ରାସଦ, ରଞ୍ଜନ ବାବୁ, ସୁଦର୍ଶନ ଛୋଟରାୟ, ଜ୍ୟୋତ୍ସ୍ନା ଦାସ, ପ୍ରକାଶ ସାମନ୍ତ ସିଂହାର, ପ୍ରମୋଦ ଦେବ, ତୁଷାରକାନ୍ତ, ଅରୁଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ତତ୍ ସହିତ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି ସଭାଟିକୁ ସଚ୍ଚିକାନ୍ତ ପ୍ରଧାନ ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ସଂଯୋଜକ କାମାକ୍ଷା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 + three =