ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆଲୋଚନାଚକ୍ର

ଭଦ୍ରକ, ୨୯/୦୨/୨୦୨୪ (ଓଡ଼ିଶା ସମାଚାର)- ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀର ତିହିଡ଼ି ବ୍ଲକ ଦୋଳସାହି ଆଲ୍ଲିନଗରଠାରେ ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଯାଇଛି । ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଜିଲା ସଂଯୋଜକ ଶ୍ରୀ ନିରାକାର ବେହେରା, ସହ ସଂଯୋଜକ ସୁବାଷ ଚନ୍ଦ୍ର ନାୟକ, ତିହିଡ଼ି ବ୍ଲକ ସଂଯୋଜକ ମନୋରଞ୍ଜନ ଦାସ ଓ ୩୧ଟି ପଂଚାୟତର ସଂଯୋଜକଙ୍କୁ ନେଇ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ତୃଣମୂଳସ୍ତରରେ ଓଡ଼ିଶାର କଳା, ସଂସ୍କୃତିର ବିକାଶ, ଗାଁ ଗହିଳର କଳାକାରଙ୍କୁ ଖୋଜି କଳାକାରଙ୍କ ପାଖରେ କିପରି ସରକାରୀ ସୁବିଧା ସୁଯୋଗ ପହଂଚି ପାରିବ ଓ କଳାକାରମାନଙ୍କ ସମସ୍ୟା ଦୂର କରିବା, ସେମାନଙ୍କ ସୁଖଦୁଃଖରେ ଠିଆ ହେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ହେଉ କି କଳାକାର ଭତା କିମ୍ବା ଅନ୍ୟାନ୍ୟ ସୁବିଧା କିପରି ତୃଣମୂଳ କଳାକାରଙ୍କ ପାଖରେ ପହଂଚିବ, ସେଥିପାଇଁ ସାମ୍ମୁଖ୍ୟ କାମ କରି ଆସୁଛି । ଏବେ ଏହାକୁ ତ୍ୱରାନ୍ୱିତ କରାଯିବ । ପ୍ରତି ଗାଁରେ ସଂସ୍କୃତି ସୈନିକ କାର୍ଯ୍ୟ କରିବେ । ଏହି ଆଲୋଚନାଚକ୍ରରେ ଖୋର୍ଦ୍ଧା ଜିଲା ସଂଯୋଜକ ସତ୍ୟବ୍ରତ ଜେନା ଯୋଗ ଦେଇଇଥିଲେ ।

Leave a Reply

Your email address will not be published. Required fields are marked *