ଓଡ଼ିଶା ସମାଚାର

ବନ୍ୟା ପ୍ଲାବିତ ଅଂଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ, ଦରଦାମ୍ ରୋକିବା ପାଇଁ ଦାବି : ସମାଜବାଦୀ ପାର୍ଟି

ବନ୍ୟା ପ୍ଲାବିତ ଅଂଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ, ଦରଦାମ୍ ରୋକିବା ପାଇଁ ଦାବି : ସମାଜବାଦୀ ପାର୍ଟି

July 16
18:23 2017

ଭୁବନେଶ୍ୱର, ୧୬/୦୭/୨୦୧୭(ଓଡ଼ିଶା ସମାଚାର)-ଛୁଟି ସତ୍ୱେ ବନ୍ୟା ପ୍ଲାବିତ ରାୟଗଡ଼ାର କଲ୍ୟାଣସିଂହପୁର ଓ କଳାହାଣ୍ଡି ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କର ତ୍ୱରିତ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି  । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ହେଲିକ୍ୟାପଟର ଓ ଓଡ୍ରାପ ଟିମ୍କୁ ନିୟୋଜିତ କରାଯାଇ ଯେଉଁଭଳି ପ୍ରଶାସନ ଲୋକଙ୍କ ପାଖରେ ପହଂଚିଲା ତାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସକ୍ରୀୟ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇପାରିଲା  । କିନ୍ତୁ ଗୋଟିଏ ଦିଗ ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇ ସତର୍କ କରାଇ ଦିଆଯାଇଛି  । ଜିଏସ୍ଟି ଲାଗୁ ହେବାର ୧୫ଦିନ ବିତିଯାଇଥିଲେ ହେଁ ବହୁ ଖାଉଟି ସାମଗ୍ରୀ ଚଢ଼ା ଦରରେ ବଜାରରେ ବିକି୍ର ହେବାରେ ଲାଗିଛି  । ଚଳିତ ବନ୍ୟା ଓ ଲଗାଣ ବର୍ଷାର ସୁଯୋଗ ନେଇ ଅସାଧୁ ବେପାରୀମାନେ ଏହିସବୁ ଖାଦ୍ୟ ସାମଗ୍ରୀର କୃତି୍ରମ ଅଭାବ ସୃଷ୍ଟି କରି ବଜାରରେ ଆହୁରି ଚଢ଼ା ଦରରେ ବିକ୍ରି କରିବାର ସମ୍ଭାବନା ରହିଛି  । ସହଜେ ପନିପରିବାର ଦର ସାଧାରଣ ଖାଉଟିଙ୍କୁ ବାଧୁଛି  । ପାଣିପାଗ ବିଭାଗ ପକ୍ଷରୁ ଯେଉଁସବୁ ଜିଲ୍ଲା ପାଇଁ ପ୍ରବଳ ବର୍ଷା ଓ ବନ୍ୟାର ସତର୍କତା ପ୍ରଦାନ କରାଯାଇଛି, ସେହି ସବୁ ଜିଲ୍ଲାରେ ବଜାର ଦର ଉପରେ କଡ଼ା ନଜର ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗାଣ ବିଭାଗ ଓ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଧେଶ ଦେବାପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ଚିଠି ଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି  । ଏହି ଚିଠିରେ ସେ ଦର୍ଶାଇଛନ୍ତି ଯେ, ଅସାଧୁ ବେପାରୀ ଓ ମହଜୁଦ୍କାରୀମାନେ ପାଣିପାଗର ସୁଯୋଗ ନେଇ ଖାଉଟିମାନଙ୍କୁ ଶୋଷଣ କରିବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି  । ତେଣୁ ଏ ଦିଗରେ ଯୁଦ୍ଧକାଳୀନ ଭିିରେ ଏକ କ୍ରିୟାଶୀଳ ପଦକ୍ଷେପ ନେବାର ଆବଶ୍ୟକତା ରହିଛି  । ଯାହାଫଳରେ ସାଧାରଣ ଖାଉଟିମାନେ ଉଚିତ୍ ଦାମ୍ରେ ସଠିକ୍ ଖାଉଟି ସାମଗ୍ରୀ ପାଇବାରେ ସକ୍ଷମ ହେବେ  । ଯୋଗାଯୋଗ ବିଚ୍ଛିନ୍ନ ହେବା ଯୋଗୁଁ କେତେକ ଅଳରେ ଖାଦ୍ୟ ସାମଗ୍ରୀ ପହଂଚିବାରେ ଅସୁବିଧା ଦେଖାଦେଇପାରେ  । ତେଣୁ ସେ ଦିଗରେ ମଧ୍ୟ ପ୍ରଶାସନ ସକ୍ରୀୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବେହେରା ଏହି ଚିଠିରେ ଦର୍ଶାଇଛନ୍ତି  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × 2 =