ଓଡ଼ିଶା ସମାଚାର

ଜେନାପୁର ପୁଲିସ ଦ୍ୱାରା ଦୁଇ ୱାରେନ୍ଟି ଗିରଫ

ଜେନାପୁର ପୁଲିସ ଦ୍ୱାରା ଦୁଇ ୱାରେନ୍ଟି ଗିରଫ

July 16
17:26 2017

ଯାଜପୁର,୧୬/୦୭/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ)-ଯାଜପୁର ଜିଲା  ଜେନାପୁର ପୁଲିସ ପକ୍ଷରୁ ଦୁଇ ଜଣ ୱାରେନ୍ଟିକୁ ଗିରଫ କରାଯାଇଛି । ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି ।  ମିଳିଥିବା ସୂଚନା ଅନୁଯାୟୀ, ୮ ବର୍ଷ ତଳେ ନିଜ ଝିଅକୁ ହତ୍ୟା କରିବା ଅଭିଯୋଗରେ ରେଖିଦେଇପୁର ପଂଚାୟତ ପାଇକରାପୁର ଗ୍ରାମର ହରି ମଲିକଙ୍କ ପୁଅ କାଳନ୍ଦି ମଳିକ(୪୨) କୋର୍ଟ ଚାଲାଣ ହୋଇଥିଲେ । ବେଲରେ ଆସିବା ପରେ କୋର୍ଟର ତାରିଖ ଅବମାନନା କରିଥିଲା । ସେହି ଦିନ ଠାରୁ ଫେରାର ରହିବା ସହିତ ତା ନାମରେ ୱାରେନ୍ଟ ରହିଥିଲା । ଶନିବାର ତାକୁୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ସମ୍ପାରୁ ପଂଚାୟତ ତୋଟ ସିଂହ ଗ୍ରାମର ରମେଶ ନାୟକଙ୍କ ପୁଅ ସୁବାଷ ନାୟକଙ୍କ ପୁଅ(୩୮) ଚୋରା ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିଲା । ବେଲରୁ ଆସିବା ପରେ ପରବର୍ତୀ ସମୟରେ ସେ କୋର୍ଟରେ ହାଜର ହୋଇନଥିଲେ । ରବିବାର ଦିନ ସୁବାଷକୁ କୋର୍ଟ ଚାଲାଣ କରାଯାଇଥିବା ଏସଆଇ ରମେଶ ଚନ୍ଦ୍ର ସାହାଣୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 × 2 =