ବରମୁଣ୍ଡା ରୋଟାରୀ ତରଫରୁ ବିଶ୍ବ ରୋଟାରୀ ଦିବସ ପାଳନ

ଭୁବନେଶ୍ୱର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବର ବରମୁଣ୍ଡା ରୋଟାରୀ କ୍ଲବ ତରଫରୁ ବିଶ୍ବ ରୋଟାରୀ ଦିବସ ପାଳନ ଅବସରରେ ପାତ୍ରପଡା ସ୍ଥିତ କନ୍ୟାଶ୍ରମ ” ଦିଵ୍ୟଜ୍ୟୋତି ସେବାଶ୍ରମ” ର ଅନ୍ତେବାସୀ ମାନଙ୍କୁ ୩୫ଟି ଟ୍ରଲି ବ୍ୟାଗ ଓ ଫଳ ବଣ୍ଟନ କରାଯାଇଥିଲା। ଅସହାୟ ଓ ଅନାଥ ଶିଶୁ କନ୍ୟା ମାନଙ୍କୁ ସେମାନଙ୍କ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସମୟରେ ନିରାପଦରେ ଜିନିଷ ପତ୍ର ନେବା ଆଣିବା ପାଇଁ ଏହି ସହାୟତାର ହାତ ବଢାଇଛି ରୋଟାରୀ। ବରମୁଣ୍ଡା ରୋଟାରୀ ଅଧ୍ୟକ୍ଷ ଶାରଦା ଚରଣ ମହାନ୍ତି ତାଙ୍କ ଅଭିଭାଷଣରେ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ରୋଟାରୀ କରୁଥିବା ସହାୟତା ପ୍ରତିବଦଳରେ ସେମାନଙ୍କଠାରେ ଥିବା ପାଠ, ଖେଳକୁଦ, ନାଚ ଗୀତ ଓ ଯେ କୌଣସି ପ୍ରତିଭାର ଗୁଣାତ୍ମକ ମାନ ଆଶାକରେ ବୋଲି କହି ପ୍ରତିଶ୍ରୁତି ମଧ୍ୟ ନେଇଥିଲେ।

        ଉକ୍ତ ଉତ୍ସବରେ ରୋଟାରୀ  ସଦସ୍ୟ ରବିନ୍ଦ୍ର  ନାଥ ତ୍ରିପାଠୀ, ମହେଶ୍ୱର ମହାନ୍ତି, ଵିପିନ କୁମାର ପ୍ରଧାନ, ଜିତେନ୍ଦ୍ର ମିଶ୍ର, ପ୍ରମୋଦ କୁମାର ଜେନା, କନ୍ୟାଶ୍ରମର ସମସ୍ତ କର୍ମକର୍ତ୍ତା , ଶିକ୍ଷକ ଶିକ୍ଷୟତ୍ରୀ ଓ ସଂଘମିତ୍ରା ସ୍ବାଇଁ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *