ଓଡ଼ିଶା ସମାଚାର

ନିରାକାରପୁର ବଜାରରେ କଏନ ନେବାକୁ ବ୍ୟବସାୟୀ ମନାକରୁଛନ୍ତି

ନିରାକାରପୁର ବଜାରରେ କଏନ ନେବାକୁ ବ୍ୟବସାୟୀ ମନାକରୁଛନ୍ତି

ନିରାକାରପୁର ବଜାରରେ କଏନ ନେବାକୁ ବ୍ୟବସାୟୀ ମନାକରୁଛନ୍ତି
July 16
16:12 2017

ନିରାକାରପୁର, ୧୬/୦୭/୨୦୧୭(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରେ ବର୍ତମାନ କିଛି ବ୍ୟବସାୟୀ କୈାଣସି ୧୦ଟଙ୍କିଆ କଏନ ସହିତ ଅନ୍ୟ କୈାଣସି କଏନ ଗ୍ରହଣ କରୁନଥିବା ଗ୍ରାହକମାନଙ୍କ ସମସ୍ୟାକୁ ବଢାଇଦେଇଛି । ରିଜର୍ଭ ବ୍ୟାଙ୍କର ୧୦ଟଙ୍କିଆ କଏନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଥିବାବେଳେ ଯେଉଁବ୍ୟକ୍ତି ଏହାର ବିରୋଧ କରେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ମଧ୍ୟ ବିଜ୍ଞାପନ ଜରିଆରେ ଜଣାଯାଇଛି । କିନ୍ତୁ ନିର୍ଦ୍ଧେଶ ଗୋଟେ ପଟେ କାର୍ଯ୍ୟ କିନ୍ତୁ ଅନ୍ୟପଟେ । ବ୍ୟାଙ୍କ ଓ ମହାଜନମାନେ ଖୁଚରା ପଇସା ଗ୍ରହଣ କରୁ ନଥିବା ଦର୍ଶାଇ ବ୍ୟବସାୟୀମାନେ ଗ୍ରାହକମାନଙ୍କଠାରୁ କୈାଣସି କଏନ ଗ୍ରହଣ କରିବାକୁ ସଫା ସଫା ମନା କରୁଛନ୍ତି । ଯଦି ବ୍ୟାଙ୍କ କଏନ ଗ୍ରହଣ କରୁନାହାଁନ୍ତି ତେବେ ଲୋକମାନଙ୍କ ନିକଟରେ ଥିବା କଏନକୁ ନେଇ ତା ବଦଳରେ ନୋଟ କାହିଁକି ଦେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପାଇଁ ରିଜର୍ଭବ୍ୟାଙ୍କ ଗୁରୁତ୍ୱର ସହ ଚିନ୍ତା କରି ଜନସାଧାରଣଙ୍କ ହିତ ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × three =