ଓ.ୟୁ.ଏ.ଟି. ବୈଷୟିକ କର୍ମଚାରୀ ସଂଘର କର୍ମକର୍ତ୍ତା ମନୋନୟନ

ଭୁବନେଶ୍ୱର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓ.ୟୁ.ଏ.ଟି. ବୈଷୟିକ କର୍ମଚାରୀ ସଂଘର ଏକ ସାଧାରଣ ସଭାର ଆୟୋଜନ କରାଯାଇ କର୍ମକର୍ତ୍ତା ମନୋନୀତ ଏବଂ ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ୨୦୦ରୁ ଉର୍ଦ୍ଧ ସଦସ୍ୟ/ସଦସ୍ୟା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ସମସ୍ୟାର ସମାଧାନ ପାଇ ଏକ ଦାବିପତ୍ର ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୌଳିକ ଦାବି ଗୁଡିକ ପୁରଣ ନ ହେଲେ ଭବିଷ୍ୟତରେ ସଂଘ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯାନୁଷ୍ଠାନ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅନୁଷ୍ଠିତ ସଭାରେ ସଂଘର ନିର୍ବାଚନ ଅଧିକାରୀ ଡଃ. ମନୋରଞ୍ଜନ ସେନଙ୍କ ତତ୍ତ୍ବାବଧାନରେ ନିର୍ବାଚନ ବଦଳରେ ମନୋନୟନ ପଦ୍ଧତିରେ ସଭାପତି ଭାବେ କିର୍ତ୍ତୀସୁନ୍ଦର ଦାସ, ଉପ-ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ମାନସ ରଞ୍ଜନ କର, କାର୍ଯ୍ୟକାରୀ ସମ୍ପାଦକ ଅଜିତ ସଡଙ୍ଗୀ, ସାଂସ୍କୃତିକ ସମ୍ପାଦକ ଯଜ୍ଞେଶ୍ବର ଗିରି, କୋଷାଧ୍ୟକ୍ଷ ରବି ନାରାୟଣ ଦାସ ଓ ସହ-କୋଷାଧ୍ୟକ୍ଷ ଭାବେ ବି. ଭଗବାନ ରେଡ୍ଡୀ ଆଗାମୀ ୨୦୨୪ ବର୍ଷ ପାଇଁ ମନୋନୀତ ହୋଇଥିବା ବେଳେ ଶାରଦା ଚରଣ ମହାନ୍ତି ଏବଂ ମୟୁରେଶ ଦାସ ସଂଘର ଉପଦେଷ୍ଟା ଭାବେ ଚୟନ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *