ନଡ଼ିଆବରାଇ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ 

ଗରଦପୁର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ନଡ଼ିଆବରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି ।  ଆୟୋଜିତ ଉତ୍ସବରେ ବଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିକାନ୍ତ ଆଚାର୍ଯ୍ୟ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଲୋକନାଥ ମହାବିଦ୍ୟଳୟର ରସାୟନ ବିଭାଗ ଅଧ୍ୟାପକ ଡ଼ ସରୋଜ ରଂଜନ ସ୍ୱାଇଁ ଯୋଗଦେଇ ବିଜ୍ଞାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ରୂପେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ମହାପାତ୍ର ଯୋଗ ଦେଇଥିବାବେଳେ ଶିକ୍ଷକ ଶୁଭ୍ରଦୀପ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଏନର୍ଜି କ୍ଲବ ତରଫରୁ ଆୟୋଜିତ କୁଇଜ ପ୍ରତିଯୋଗିତା , ବିଜ୍ଞାନ କ୍ଲବ ତରଫରୁ ବିଜ୍ଞାନ କୁଇଜ ଓ ବିଜ୍ଞାନ ସେମିନାର କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା କରାଯାଇଥିଲା । କୃତି ପ୍ରତିଯୋଗି ମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ବୈଜ୍ଞାନିନ ସିଭି ରମଣଙ୍କ ଜୀବନୀ ଉପରେ ଏକ କ୍ଷ୍ୟୁଦ୍ର ଚଳଚିତ୍ର  ପ୍ରୋଜେକ୍ଟର ମାଧ୍ୟମରେ ଇ- ପାଠାଗାର କକ୍ଷରେ ପ୍ରଦର୍ଶନ କରାଯାଇଥିଲା । ଉତ୍ସବ ପରିଚାଳନାରେ ଶିକ୍ଷକ ବିପିନ ବିହାରୀ ମଲିକ, ବିନୋଦିନୀ ମହାନ୍ତି , ଶୁଭଲକ୍ଷ୍ମୀ ସାମଲ , ଦିଲିପ କୁମାର ବାରିକ , ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବିଜ୍ଞାନ ଶିକ୍ଷକ ଶଚିଦାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *