ଓଡ଼ିଶା ସମାଚାର

ଧାନର ସହାୟକ ମୂଲ୍ୟ ବୃଦ୍ଧିଦାବିରେ ବିଜେଡିର ବିକ୍ଷୋଭ ସମାବେଶ

ଧାନର ସହାୟକ ମୂଲ୍ୟ ବୃଦ୍ଧିଦାବିରେ ବିଜେଡିର ବିକ୍ଷୋଭ ସମାବେଶ

ଧାନର ସହାୟକ ମୂଲ୍ୟ ବୃଦ୍ଧିଦାବିରେ  ବିଜେଡିର ବିକ୍ଷୋଭ ସମାବେଶ
July 15
21:32 2017

ପାଟକୁରା, ୧୫/୦୭/୨୦୧୭(ଓଡ଼ିଶା ସମାଚାର)- ଧାନର ସହାୟକ ମୁଲ୍ୟ ବୃଦ୍ଧିକରିବାକୁ ଦାବିକରି  ଗରଦପୁର ବ୍ଲକ ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ ଶନିବାର ବ୍ଳକ କାର୍ଯ୍ୟାଳୟ ସମ୍ପୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ରଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ  ସ୍ମରକିପତ୍ର  ବିଡିଓ ଙ୍କୁ ପ୍ରଦାନ କରାଯାଇଛି । ବିଜେଡି ସଭାପତି ଶୈଳେନ୍ଦ୍ର ମହାନ୍ତିଙ୍କ ସଭାପିତିତ୍ୱରେ  ଦଳୀୟ କର୍ମୀମାନେ ଗରଦପୁର ହାଟ ଛକରୁ ଏକ ବିରାଟ ପଟୁଆରରେ ଆସି କେନ୍ଦ୍ର ବିରୋଧୀ  ସ୍ଲୋଗାନ ଦେଇ ବ୍ଳକ କାର୍ଯ୍ୟାଳୟ ସମ୍ପୂଖରେ ପହଂଚିବାପରେ ବ୍ଳକ ଆଗରେ  ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ  ଯୋଗ ଦେଇ କେନ୍ଦ୍ରରେ ଶାସନ କରୁଥିବା ପୂର୍ବରୁ ୟୁପିଏ ସରକାର ଓ ବିଜେପି ସରକାର ଆମ ରାଜ୍ୟ  ଓଡିଶା ଭଳି ଏକ ଗରିବ ରାଜ୍ୟକୁ ଅଣଦେଖା  ଓ ଅବହେଳା କରୁଛି । ଉଭୟ ସକରକାର  ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ନେଇ ବାରମ୍ବାର ପ୍ରତିଶୃତି ଦେଉଥିଲେ ବି ତାହା ପୁରଣ କରିବା ରେ ବିଫଳ ହୋଇଛନ୍ତି । ଏବେ ଶାସନରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଧାନର ସବନିମ୍ନ ମୂଲ୍ୟ କୁଇନ୍ଟାଲ ପିଛା ୨୯୩୦  ଟଙ୍କା ବୃଦ୍ଧି କରିବା ଦାବି କରିଆସୁଥିଲେ  କିନ୍ତୁ  କେନ୍ଦ୍ରାସରକାରଙ୍କ କୃଷକ ମାରଣ ନୀତି ଯୋଗୁ ଧାନର ସାହାୟକ ମୁଲ୍ୟ ମାତ୍ର ୮୦ ଟଙ୍କା ବୃଦ୍ଧି କରି ଆମ ରାଜ୍ୟର ଚାଷୀକୂଳ ପ୍ରତି ଅବହେଳା କରୁଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ଜନତା ଦଳ ସଂପାଦକ ରବି ସାମଲ ଯୋଗ ଦେଇ କେନ୍ଦ୍ର ସରକାର ଶିକ୍ଷା ,ସ୍ୱାସ୍ଥ୍ୟ, ବିଜୁଳି ସହ ଭିତିଭୂମି କ୍ଷେତ୍ର ରେ ମଧ୍ୟ ଅବହେଳା କରୁଛି ।  ରାଜ୍ୟରେ ଚାଲିଥିବା ନବୀନ ପଟ୍ଟନାୟକଙ୍କ ୧୭ବର୍ଷର ବିଜେଡି ସରକାରରେ ସାଧାରଣ ଲୋକଙ୍କ ଖାଦ୍ୟ ପାଇଁ ୧ଟଙ୍କିଆ ଚାଉଳ,ବାସଗୃହ ପାଇଁ ବିଜୁ ପକ୍କାଘର ସହ ଆହାର ସମେତ ମାତୃ ଗର୍ଭରୁ ମଶାଣୀ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏଥିରେ ରାଜ୍ୟ ବିଜୁ ଛାତ୍ର ବିଜେଡି ସାଧାରଣ ସଂପାଦକ ରାଜେଶ ଦାସ ଏନଡିଏ ସରକାରଙ୍କୁ ରାଜ୍ୟ ବିରୋଧି କହିବା ସହ ନିର୍ବାଚନରେ ଦେଇଥିବା ପ୍ରତିଶୃତି ପାଳନ କରି ନାହାନ୍ତି ବୋଲି କହିଥିଲେ ।  ଧାରଣା ଓ ବିକ୍ଷୋଭରେ  ଉପସ୍ଥିତ ଥିବା ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ଉପାଧ୍ୟକ୍ଷ ସମୀର ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଳିପ ସାହୁ, ବାସୁଦେବ ବେହେରା ଓ ମହିଳା ସଭାନେତ୍ରୀ ସୁଜାତା ମିଶ୍ର ଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ ଓ ସମିିତିସଭ୍ୟ ଓ ବିଜେଡିର ବରିଷ୍ଠ କର୍ମୀ କେନ୍ଦ୍ର ବିରୋଧି ବକ୍ତବ୍ୟ ରଖିଥିଲେ ।  ପରେ  ବିଧାୟକଙ୍କ ନେତୃତ୍ୱରେ  ଏକ ପ୍ରତିନିଧି ଦଳ  ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ବିଡିଓ ଧରଣୀଧର ବେହେରାଙ୍କୁ  ପ୍ରଦାନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ମାନଙ୍କ ସମେତ ବିଭିନ୍ନ ପଂଚାୟତର ଚାଷୀମାନେ  ଯୋଗଦେଇଥିଲେ । ଓଡ଼ିଶା ସମାଚାରGaradpur BJD 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

6 + 17 =