ଓଡ଼ିଶା ସମାଚାର

ନୂଆପଡ଼ାରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରାମନରେଶ ଅହିରଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ବିରୁଦ୍ଧରେ ବିକ୍ଷୋଭ

ନୂଆପଡ଼ାରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରାମନରେଶ ଅହିରଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ବିରୁଦ୍ଧରେ ବିକ୍ଷୋଭ

ନୂଆପଡ଼ାରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରାମନରେଶ ଅହିରଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ବିରୁଦ୍ଧରେ ବିକ୍ଷୋଭ
July 15
20:28 2017

ଭୁବନେଶ୍ୱର, ୧୫/୦୭/୨୦୧୭(ଓଡ଼ିଶା ସମାଚାର)-ନୂଆପଡ଼ାରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରାମନରେଶ ଅହିରଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ବିରୁଦ୍ଧରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୦ ତାରିଖରେ ହେବାକୁ ଥିବା ନୂଆପଡ଼ା ଜୋନ୍ ନମ୍ବର ୨ ଜିଲ୍ଳା ପରିଷଦ ଉପ ନିର୍ବାଚନରେ ବିଜେପି ପରାଜୟ ଭୟରେ ଏବେ ହିଂସାର ଆଶ୍ରୟ ନେଇଛି । ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ରାମନରେଶ ଅହିର ଓ ତାଙ୍କ ଦୁଇ ପୁତ୍ର ବିଜେପି କର୍ମୀମାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଷଡ଼ଯନ୍ତ୍ରରେ ବିଜେପି ସମର୍ଥôତ ପ୍ରାର୍ଥୀ ଶଙ୍କର ପ୍ରସାଦ ଗୁପ୍ତା ଏହି ହିଂସାକାଣ୍ଡ ଘଟାଇଛନ୍ତି । ଏହା ବିଜେପିର କ୍ଷମତା ଲୋଭରେ ହିଂସା ଅପଣାଇବାର ନଜିର ଏବେ ଓଡ଼ିଶାରେ ମଧ୍ୟ ଦେଖାଦେଲାଣି । ବିଜେପି ହିଂସା ମାଧ୍ୟମରେ କ୍ଷମତା ଆହରଣ କରିବାକୁ ଉତରପ୍ରଦେଶ ଓ ଗୁଜରାଟରେ ଯାହା କରୁଥିଲା, ଏବେ ଶାନ୍ତିପି୍ରୟ ଓଡ଼ିଶାରେ ମଧ୍ୟ ଏହି ତରିକାକୁ ଉପଯୋଗ କରିବାକୁ ଯାଉଛି । ଗତ ପଂଚାୟତ ନିର୍ବାଚନରେ ବିଜେପି ରାଜ୍ୟ ସଭାପତିଙ୍କ ଜିଲ୍ଲାରେ ବିଜେପିର ଶୋଚନୀୟ ପରାଜୟ ଯୋଗୁ ବିଚଳିତ ହୋଇପଡିଥିବା ବସନ୍ତ ପଣ୍ଡା ନିଜର ଇଜ୍ଜତ ବଂଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ନିଜ ଦଳର ନେତାମାନେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ପଂଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ଯଦି ନୂଆପଡ଼ା ଜିଲ୍ଲାରେ ବିଜେପି ଏହି ଉପ-ନିର୍ବାଚନରେ ପୁନର୍ବାର ପରାଜୟବରଣ କରେ ତେବେ ସଭାପତିଙ୍କ ଇସ୍ତଫା ଜୋରଦାର ହେବା ଭୟରେ ଶ୍ରୀ ପଣ୍ଡା ଏଭଳି ହିଂସା ମାଧ୍ୟମରେ ଶ୍ରୀ ଅହରିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଉପ-ନିର୍ବାଚନକୁ ଜିତିବାକୁ ଚେଷ୍ଟା କରିଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଅଭିଯୋଗ କରିଛନ୍ତି ।

????????????????????????????????????

ଏହି ଆକ୍ରମଣକୁ ନିନ୍ଦା କରି ଆଜି ବିଜୁ ଜନତା ଦଳ ପକ୍ଷରୁ ମାଷ୍ଟରକ୍ୟାନଟିନ ଛକଠାରେ ବିଜେପି ବିରୁଦ୍ଧରେ ବିକ୍ଷୋଭ ଓ ଶ୍ରୀ ପଣ୍ଡାଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ବିକ୍ଷୋଭରେ ୫୦୦ରୁ ଊଦ୍ଧ୍ୱର୍ ବିଜେଡି ଯୁବ, ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇ “ବିଜେପି ତୁମ ହିଂସା ରାଜନୀତି ଚଳିବ ନାହିଁ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ବିଜେପି ହିଂସାର ଜବାବ ବାଲାଟ୍ରେ ଦିଆଯିବ, ଧିକ୍ ଧିକ୍ ବସନ୍ତ, ତୁମ ପାଇଁ ଆଜି ନୂଆପଡ଼ା ଅଶାନ୍ତ, ଓଡ଼ିଶା ମାଟିରେ ହିଂସା ରାଜନୀତି ଚଳିବ ନାହିଁ, କ୍ଷମତା ଲୋଭରେ ବିଜେପି ନେତା ପଶୁ ପାଲଟିଲେ, ବିଜେପିର ଶସ୍ତା ରାଜନୀତିର ଅସଲ ଚିତ୍ର, ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ଆହତ, ବସନ୍ତ ପଣ୍ଡା ମୁର୍ଦ୍ଧାବାଦ୍, ନୂଆପଡ଼ାରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ବିଜେପି ଏବେ ଔଷଧ ବିକଳରେ ତାଟିଆ କାମୁଡ଼ୁଛି” ଆଦି ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଭୁବନେଶ୍ୱର-ମଧ୍ୟ ବିଧାୟକ ବିଜୟ ମହାନ୍ତି, ଉତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁଲି ମିଶ୍ର, କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଯୁବ ସଭାପତି ଅମରଜିତ୍ ସେନାପତି, ମହିଳା ବିଜେଡି ଉପ-ସଭାନେତ୍ରୀ ସଂଯୁକ୍ତା ମହଲ, ଏକାମ୍ର ମହିଳା ବିଜେଡି ସଭାନେତ୍ରୀ ମହାମାୟା ସ୍ୱାଇଁଙ୍କ ସମେତ ବହୁ କର୍ପୋରେଟର, ଦଳୀୟ କର୍ମୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

10 − four =