ଓଡ଼ିଶା ସମାଚାର

ବିଜେପି ପାଇଁ ଜିଲା ବିଜେଡି ଚିନ୍ତାରେ – ଦଳକୁ ଏକତାରେ ବାନ୍ଧିବାକୁ ହେଲେ ପ୍ରଫୁଲ୍ଲ ଘଡାଇଙ୍କ ଦଳକୁ ଫେରିବା ଜରୁରୀ

ବିଜେପି ପାଇଁ ଜିଲା ବିଜେଡି ଚିନ୍ତାରେ – ଦଳକୁ ଏକତାରେ ବାନ୍ଧିବାକୁ ହେଲେ ପ୍ରଫୁଲ୍ଲ ଘଡାଇଙ୍କ ଦଳକୁ ଫେରିବା ଜରୁରୀ

July 15
19:10 2017

ଯାଜପୁର, ୧୫/୦୭/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଦିନକୁଦିନ ଯାଜପୁର ଜିଲାରେ ବିଜେପିର ପ୍ରଭାବ ବଢୁଛି । ଏକଦା ଏହି ଦଳ ବିଜେଡିକୁ ସମ୍ମୁଖିନ ହେବାକୁ ଜିଲାରେ କରଛଡା ଦେଉଥିଲାବେଳେ ଆଜି ବିଜେଡିକୁ ପ୍ରତି କଥାରେ ପ୍ରତିରୋଧ କରିବାକୁ ଆଗଭର ହୋଇ ପଡୁଛି, ତାହା ପୁଣି ଦଳ ବଳ ସହିତ । ଗତ ପଂଚାୟତ ନିର୍ବାଚନ ସମୟରୁ ଯାଜପୁର ଜିଲାରେ ଏହି ରାଜନୈତିକ ସ୍ଥିତି ଦେଖିବାକୁ ମିଳିଥିଲାବେଳେ ବିଜେପିର ପ୍ରଭାବରେ ଦିନକୁଦିନ ବିଜେଡି ଯେ ଚାପଗ୍ରସ୍ତ ହୋଇ ପଡୁଛି ଏହା ସତ୍ୟ । ବିଜେଡି ମାନୁ ଅବା ନମାନୁ ବିଜେପି ବେଶ ଯୋଜନା ବଦ୍ଧ ଭାବେ ଜିଲାରେ ତାର ସାଂଗଠନିକ ସ୍ଥିତିକୁ ବଢାଇ ଚାଲିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଜିଲା ଗସ୍ତ ଓ ଜିଲାର ଆଗଧାଡି ଯୁବ ନେତୃତ୍ୱକୁ ନିଜ ଦଳକୁ ଭିଡି ନେବାର ଉଦ୍ୟମ କିଛି ନଥିବା କଂଗ୍ରେସକୁ ଯେତିକି କ୍ଷତି ପହଂଚାଇ ନାହିଁ ସବୁ ଥିବା ବିଜେଡିକୁ ଢେର ଅଧିକ କ୍ଷତିଗ୍ରସ୍ତ କରି ପକାଇଛି । ଦଳକୁ ଆହୁରି କ୍ରିୟାଶୀଳ କରିବାକୁ ନିକଟରେ ରାଷ୍ଟ୍ରୀୟ ବିଜେପି ସଭାପତି ଅମିତ ଶାହ ଯାଜପୁର ଜିଲା ଗସ୍ତ କରି ଫେରିଯାଇଛନ୍ତି । ଯାହା ବିଜେପିକୁ ଆହୁରି ଶକ୍ତଶାଳି କରିଛି । ଏହି ଭଳି ଏକ ସ୍ଥିତିରେ ଜିଲା ରାଜନୀତି ଗତି କରୁଥିଲାବେଳେ ବିଜେଡି କିଭଳି ଜିଲାରେ ନିଜର ଆଧିପତ୍ୟ ବଜାୟ ରଖିବ ଏହାକୁ ନେଇ ସାଧାରଣରେ ଆଶଂକା ସୃଷ୍ଟି ହୋଇଛି । ଅନ୍ୟପଟେ ଦେଖିବାକୁ ଗଲେ ବିଜେଡିର ପ୍ରଭାବ ଦିନକୁଦିନ ବଢୁଥିଲାବେଳେ ଦଳ ମଧ୍ୟରେ ବିବାଦ ମଧ୍ୟ ବଢିବଢି ଚାଲିଛି । ଦଳରେ ନୂଆ ପୁରୁଣା ବିବାଦର ନିଆଁ ଲାଗିଥିଲାବେଳେ ଆଗକୁ ଏହାର ରୂପରେଖ କ’ଣ ହେବ ତାକୁ ଆକଳନ କରିବା ସମ୍ଭବ ନୁହେଁ । ଏହି ବିବାଦରୁ ଫାଇଦା ଉଠାଇବାକୁ ବିଜେଡି ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା କିଛି ବିଜେଡି ନେତା ମତ ଦେଉଛନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ବିଜେପିର ବିବାଦ ଭଳି ବିଜେଡିରେ ଦଳୀୟ ବିବାଦ ମଧ୍ୟ କିଛି କମ ନୁହେଁ । ଦଳ ଆଜକୁ ଦୀର୍ଘ ବର୍ଷ ହେଲା ଜିଲାକୁ ନିଜର ଗଡ କରିଥିଲାବେଳେ ଦଳର ଦ୍ୱିତୀୟ ପିଢୀ ବର୍ତମାନ ଜିଲା ବିଜେଡିକୁ ପରିଚାଳିତ କରୁଛନ୍ତି । ଦଳର ପ୍ରଥମ ପିଢୀ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, କଳ୍ପତରୁ ଦାସ, ଅମର ପ୍ରସାଦ ଶତପଥୀ, ଦେବାଶିଷ ନାୟକ ଓ ପ୍ରମିଳା ମଲ୍ଲିକ ଜିଲାରେ ଦଳର ନେତା ସାଜିଥିଲେ । ବର୍ତମାନ ଜିଲାରେ ଦ୍ୱିତୀୟ ପିଢୀ ଚାଲିଥିଲାବେଳେ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡାଇ, ପ୍ରଣବ ବଳବନ୍ତରାୟ ଓ ଆକାଶ ଦାସ ନାୟକ ଦଳର ନେତା ସାଜିଛନ୍ତି । ପ୍ରଥମ ପିଢୀରୁ କଳ୍ପତରୁଙ୍କ ଦେହାନ୍ତ ହୋଇଥିଲାବେଳେ ପ୍ରଫୁଲ୍ଲ ଘଡାଇ ଦଳରୁ ବାହାରେ ବସିଛନ୍ତି । ଦେବାଶିଷ, ପ୍ରମିଳା ଓ ଅମର ଜିଲା ରାଜନୀତିରେ ମୁଣ୍ଡ ନପୁରାଇ ନିଜନିଜ ନିର୍ବାଚନ ମଣ୍ଡଳୀରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଫଳରେ ଦଳରେ ବରିଷ୍ଠଙ୍କ ପ୍ରଭାବ ଯେ ଦିନକୁଦିନ ଗୈାଣ ହୋଇ ଯାଉଛି ଏହା ସ୍ପଷ୍ଟ । ଏହାକୁ ନେଇ ଦଳ ମଧ୍ୟରେ ବିବାଦର ସ୍ୱର ଉଠିବା ସହିତ ଏହି କାରଣରୁ ମନ୍ତ୍ରୀ ମଣ୍ଡଳରେ ଜିଲାର କୈାଣସି ବିଧାୟକ ସ୍ଥାନ ପାଇ ପାରିଲେ ନାହିଁ ବୋଲି ଆଲୋଚନା ହେଉଛି । ଏକଦା ରାଜ୍ୟ ସରକାରରେ ଜିଲାର ତିନିତିନିଜଣ ମନ୍ତ୍ରୀ ରହିଥିଲାବେଳେ ସେମାନଙ୍କ ମଧ୍ୟରୁ ଏକ କାଳିନ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ରହିବା ଜିଲାର ଗୁରୁତ୍ୱ ରାଜ୍ୟ ରାଜନୀତିରେ କେତେ ତାହା ସ୍ପଷ୍ଟ ଅନୁମେୟ । ମନ୍ତ୍ରୀ ଭାବେ ଅଭିଜ୍ଞତା ଥାଇ ମଧ୍ୟ ଦଳିୟ କନ୍ଦଳରୁ କେହି ମନ୍ତ୍ରୀ ନହେବା ଜିଲାରେ ଦଳର ସମ୍ମାନରେ ଢେର ଆଂଚ ଆଣିଛି । କେବଳ ନାମକୁମାତ୍ର ଶେଷ ମୁହୁର୍ତରେ ଦଳର ମୁଖ୍ୟ ସଚେତକ ଭାବେ ଅବସ୍ଥାପିତ ହୋଇଛନ୍ତି ଅମର ଶତପଥୀ । ଏହି ଭଳି ସ୍ଥିତି ଭିତରେ ଜିଲା ବିଜେଡି ଆଗକୁ ବଢୁଥିଲାବେଳେ କାହାର କାହା ସହିତ ପଡୁନଥିବା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ଫଳରେ ଜିଲାରେ ଦଳ ଏକ ପ୍ରକାର ଏକତା ହରାଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।Prafulla Ghadei

ଗୋଟିଏ ପଟେ ବିଜେପିର ବଢୁଥିବା ପ୍ରଭାବ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଥିଲାବେଳେ ବିଜେଡିକୁ ଏକ ସୁତ୍ରରେ ବାନ୍ଧି ଦଳରେ ଏକତା ଫେରାଇ ଆଣିବାର ସମୟ ଉପନିତ ହୋଇଛି । ହେଲେ କିଏ ଦଳର ବିଧାୟକ ଓ ନେତାମାନଙ୍କୁ ଗୋଟିଏ ସୁତ୍ରରେ ବାନ୍ଧିବ ଓ ବିଜେପିକୁ ପ୍ରତିରୋଧ କରିବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହି ଦଳ ପାଇଁ । ଏହି ଭଳି ଘଡିସନ୍ଧି ମୁହୁର୍ତରେ କେବଳ ଜଣେ ମାତ୍ର ନେତା ହିଁ ବିକଳ୍ପ ଭାବେ ରହିଛନ୍ତି  ଓ ସେ ହେଉଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ଜିଲା ତଥା ରାଜ୍ୟର ଅନ୍ୟତମ ଧୂରିଣ ରାଜନେତା ତଥା ବିଚକ୍ଷଣ ରାଜନୈତିକ ଗୋଟି ଚାଳକ ପ୍ରଫୁଲ୍ଲ ଆଜକୁ ଦୀର୍ଘ ବର୍ଷ ହେଲା ଦଳ ବାହାରେ ରହିଥିଲେ ମଧ୍ୟ ଦଳ ପାଇଁ କାର୍ଯ୍ୟ କରିବାରେ କେବେ କୁଣ୍ଠାବୋଧ କରି ନାହାନ୍ତି । ଆଜିବି ସୁକିନ୍ଦା ନିର୍ବାଚନ ମଣ୍ଡଳିରେ ନିଜକୁ ଦଳ ପାଇଁ ତପôର ରଖୁଥିବା ପ୍ରଫୁଲ୍ଲ ଦଳକୁ ଶତ ବିରୋଧ ସତ୍ୱେ ସଫଳତାର ଶିଖର ଛୁଆଁଇଛନ୍ତି । ନିଜ ପୁତ୍ର ତଥା ବିଧାୟକ ପ୍ରୀତିରଞ୍ଜନ ତଥା ଦଳର ମାର୍ଗ ଦର୍ଶକ ସାଜି ବିରୋଧି ଗତିବିଧିକୁ ଧୂଳିସାତ କରି ଦେଇ ନିଜକୁ ପ୍ରମାଣିତ କରିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଦଳରୁ ବାହାରେ ଥିବା ନେତାମାନଙ୍କୁ ପର୍ଯ୍ୟାୟକ୍ରମେ ଦଳକୁ ଫେରାଇ ଆଣାଜିବ । ଫଳରେ ଜିଲା ବିଜେଡିରେ ଏହାକୁ ନେଇ ବେଶ ଉସôାହ ସୃଷ୍ଟି ହୋଇଛି । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଶାବାନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ ଜିଲା ବିଜେଡିକୁ ପୁନର୍ବାର ବଳଶାଳି କରିବାକୁ ଓ ଜିଲାରେ ଦଳର ଗଡକୁ ରକ୍ଷା କରିବାକୁ ପ୍ରଫୁଲ୍ଲଙ୍କ ପରି ବର୍ଷିୟାନ ନେତା ଯେ କି ଦଳରୁ ବାହାରେ ରହି ଦଳ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି ତାଙ୍କୁ  ନିଶ୍ଚୟ ଦଳକୁ ଫେରାଇ ଆଣିବେ ଓ ଦଳକୁ ଫେରି ଜିଲା ବିଜେଡି ପାଦତଳୁ ଖସୁଥିବା ମାଟିକୁ ପୁନର୍ବାର ପ୍ରଫୁଲ୍ଲ ନିଜ ଉଦ୍ୟମରେ ସାଉଁଟି ଆଣି ଦଳକୁ ବଳଶାଳି କରିବା ସହିତ ବିଜେପିର ଶ୍ରୋତକୁ ନିଜ ବଳରେ ଅଟକାଇବାକୁ ସକ୍ଷମ ହେବେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × two =