ଓଡ଼ିଶା ସମାଚାର

ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଂଚଳିକ ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀ ଅନୁଷ୍ଠିତ

ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଂଚଳିକ ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀ ଅନୁଷ୍ଠିତ

July 15
13:11 2017

ଭୁବନେଶ୍ୱର, ୧୫/୦୭/୨୦୧୭(ଓଡ଼ିଶା ସମାଚାର)-ସ୍ଥାନୀୟ ଏକ ହୋଟେଲ୍ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଂଚଳିକ ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଏମ୍ଏସ୍ଏମ୍ଇ, ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଉଦ୍ଘାଟନ କରି କହିଲେ ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅର୍ଥନୈତିକ ଅଭିବୃଦ୍ଧିରେ ସର୍ବବୃହତ୍ ଅଂଶୀଦାର । ପୋଷଣୀୟ ଜୀବିକାର୍ଜନରେ ଏମ୍ଏସ୍ଏମ୍ଇର ଯୋଗଦାନ ଅନସ୍ୱୀକାର୍ଯ୍ୟ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିିନ୍ନ ନୀତି ଯଥା ଏମ୍ଏସ୍ଏମ୍ଇ ନୀତି-୨୦୧୬, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬, ଓଡ଼ିଶା ଷ୍ଟାର୍ଟ ଅପ୍ ନୀତି-୨୦୧୬ ଆଦି ପ୍ରଣୟନ କରି ଏହି କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହିତ କରୁଛନ୍ତି । ତେଣୁ ସାଧାରଣ ପରିଚାଳକ ଓ ଅନ୍ୟ ଅଧିକାରୀମାନେ ଏହି ନୀତି ସବୁକୁ କାଯର୍ୟାନ୍ୱୟନ ନିମନ୍ତେ ଯତ୍ନବାନ ହେବା ଉଚିତ । ଏହାଛଡା ସଫଳତା ଓ ବିଫଳତାକୁ ବିଶ୍ଳେଷଣପୂର୍ବକ ଯୁବପିଢି ଉଦ୍ୟୋଗ ସ୍ଥାପନ ନିମନ୍ତେ ଉତ୍ସାହିତ କରିବା ସହ ସୁବିଧା, ସୁଯୋଗ ପ୍ରଦାନ ପାଇଁ ସାଧାରଣ ପରିଚାଳକମାନେ ଅଗେଇ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ଉଦ୍ୟୋଗ ବିକାଶ ଓ ରୋଜଗାର ସୃଜନ ପାଇଁ ଏମ୍ଏସ୍ଏମ୍ଇ ବିଭାଗ ଅଭିପ୍ରେତ ବୋଲି କହିଥିଲେ । ସମଗ୍ର ଭାରତବର୍ଷରେ ଏମ୍ଏସ୍ଏମ୍ଇର ମୋଟ ଘରୋଇ ଉତ୍ପାଦକୁ ୩୮% ଅବଦାନ ରହିଛି । ସେବା କ୍ଷେତ୍ରରେ ୩୦ ପ୍ରତିଶତ ତଥା ଉତ୍ପାଦନ କ୍ଷେତ୍ରରେ ୮% ଅବଦାନ ରହିଛି । ଦେଶର ୧୦ କୋଟି ଜନତା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏଥିରେ କର୍ମସଂସ୍ଥାନ ପାଇଥିବା ବେଳେ ୪୨% ରତ୍ପାନୀ ଏହି କ୍ଷେତ୍ରରୁ କରାଯାଉଛି । ପରିସଂଖ୍ୟାନ ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୭୩ ହଜାର ଏମ୍ଏସ୍ଏମ୍ଇ ଉଦ୍ୟୋଗ ରହିଛି । ତେଣୁ, ସାଧାରଣ ପରିଚାଳକମାନେ ଶିକ୍ଷିତ ଯୁବକଯୁବତୀମାନଙ୍କୁ ବିଭାଗର ଶିକ୍ଷା ଓ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତଥା ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷିତ କରିବା ନିମନ୍ତେ ଉଦ୍ୟମ କରିବା ଉଚିତ । ଚଳିତ ୨୦୧୭-୧୬ ଆର୍ଥିକ ବର୍ଷରେ ରାଜ୍ୟର ଅନୁ୍ୟନ ୧୫ ହଜାର ଯୁବକଯୁବତୀମାନଙ୍କୁ ଔଦ୍ୟୋଗିକ ବିକାଶ ତାଲିମ ପ୍ରଦାନ କରାଯିବ । ପିଏମ୍ଇଜିପି କାର୍ଯ୍ୟକ୍ରମରେ ଆନ୍ସିଲାରୀ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପର ସଫଳତା, ଋଣ ଯୋଗାଣ କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ମିଳନୀ ତଥା ସମୀକ୍ଷା ବୈଠକରେ ଏମ୍ଏସ୍ଏମ୍ଇ କ୍ଷେତ୍ର, ପିଏମ୍ଇଜିପି, ଜିଲ୍ଲାସ୍ତରରେ ଏକକ ବାତାୟନ ନିକାସ, ଶିଳ୍ପପୁଞ୍ଜ ବିକାଶ କାର୍ଯ୍ୟକ୍ରମ, ରୁଗ୍ଣ ଶିଳ୍ପର ପୁନରୁଦ୍ଧାର, ଋଣ ପ୍ରଦାନ, ବିନିଯୋଗ ପ୍ରମାଣପତ୍ର, ୨୦୧୭-୧୮ ବାର୍ଷିକ ଖସଡା ସଂପର୍କରେ ବିଶଦ ଆଲୋଚନା କରାଯାଇଥିଲା । ପରବର୍ତି ବୈଷୟିକ ଅଧିବେଶନରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ସେମାନଙ୍କ କାର୍ଯ୍ୟକ୍ରମ ସମ୍ବନ୍ଧରେ ସାଧାରଣ ପରିଚାଳକମାନଙ୍କୁ ଅବଗତ କରାଯିବ । ଔଦ୍ୟୋଗିକ ବିକାଶ ଅନୁଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସମରେନ୍ଦ୍ର ସାହୁ ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶିଳ୍ପ ନିର୍ଦେଶକ ଶ୍ରୀ ନିରଞ୍ଜନ ସାହୁ ସ୍ୱାଗତ ଭାଷଣ ମାଧ୍ୟମରେ ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀର ଉଦ୍ଧେଶ୍ୟ ତଥା ଏମ୍ଏସ୍ଏମ୍ଇ ବିଭାଗର ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶେଷରେ ଅତିରିକ୍ତ ଶିଳ୍ପ ନିର୍ନ୍ତେଶକ ଶ୍ରୀ ସରୋଜ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଫକୀର ମୋହନ ନାୟକ, ଅତିରକ୍ତ ଶାସନ ସଚିବ ବିଭୂତି ଭୂଷଣ ବେହେରା, ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty − 17 =